November 26, 2024
Share

 

୧-ପୁରୀ:ଲୁହା କଡ଼େଇରେ ମହାପ୍ରସାଦ ପ୍ରସ୍ତୁତି, ତଦନ୍ତ କମିଟି ଗଠିତ, ଶୀଘ୍ର ହେବ କାର୍ଯ୍ୟାନୁଷ୍ଠାନ।

 

୨-ଭୁବନେଶ୍ବର: ପ୍ରାଣୀସମ୍ପଦ ଏବଂ ଦୁଗ୍ଧ ଉତ୍ପାଦନ କ୍ଷେତ୍ରର ବିକାଶ ପାଇଁ ଅନୁଷ୍ଠିତ ହୋଇଛି ମୌସୁମୀ ବୈଠକ,୧୪୨୩. ୪୭ କୋଟି ଖର୍ଚ୍ଚରେ ଲାଗୁ ହେବ ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା।

 

୩-ଅକ୍ଟୋବର ୫ ସୁଦ୍ଧା ଦ୍ବୈତ ନଗରୀ ସମେତ ରାଜ୍ୟର ସବୁ ସହରରେ ସରିବ ରାସ୍ତା ମରାମତି କାର୍ଯ୍ୟ: ମନ୍ତ୍ରୀ

 

୪-କଟକ: ବିବାହ ପ୍ରଲୋଭନ ଦେଖାଇ ଅନେକ ମହିଳାଙ୍କୁ ଶୋଷଣ: ଗିରଫ ହେଲା ଠକ ବିରଞ୍ଚି ନାରାୟଣ ନାଥ।

 

୫-ପୁଣି ଭୁବନେଶ୍ବର ବିମାନବନ୍ଦରରୁ ୨୦ କେଜି ସୁନା ଜବତ କଲା CT GST, ୧୭ ବ୍ୟବସାୟୀଙ୍କୁ ଅଟକ।

 

୬-ଅବପାତର ରୂପ ନେବ ଲଘୁଚାପ ! ଆଜିଠୁ ୧୬ ଯାଏଁ ବଡ଼ ବର୍ଷା, ଉତ୍ତରରୁ ପଶ୍ଚିମ ପର୍ଯ୍ୟନ୍ତ ଭିଜିବ।

 

୭-ବଅଁରପାଳ: ପାଇଖାନା ଟାଙ୍କିରେ ଶ୍ୱାସରୁଦ୍ଧ ହୋଇ ୨ ଶ୍ରମିକ ମୃତ।

 

୮-ମାଲକାନଗିରି, ମାଥିଲି:ତୁଳସୀ ଗାଁରେ ଝାଡ଼ାବାନ୍ତି, ପରିବାରର ୩ ମୃତ।

 

୯-ଭୁବନେଶ୍ୱର: ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପୂର୍ବ ୩ ଦିନ କର୍ମଚାରୀଙ୍କ ଛୁଟି ବାତିଲ।

 

୧୦-ଅନୁଗୋଳ/କଟକ: ଧକ୍କା ଦେଲା ପୁଲିସ ଗାଡ଼ି, ଦୁର୍ଘଟଣାରେ ୩ ଆହତ।

 

୧୧-ଭୁବନେଶ୍ୱର ସହରରେ ଓମଫେଡ୍ ଭେଣ୍ଡିଂ ମେସିନ୍ ସ୍ଥାପନା କରାଯିବ।

 

୧୨-ସମ୍ଭାବ୍ୟ ବର୍ଷା ଓ ବନ୍ୟା ପାଇଁ

ଆଜି ମୟୂରଭଞ୍ଜ ଜିଲ୍ଲାର ସମସ୍ତ ସ୍କୁଲ୍ ଛୁଟି ରହିବ।

 

୧୩-ପୁରୀ ବେଳାଭୂମିରେ ଖୋଲିବନି ମଦ କ୍ୟାବିନ,ସଂଶୋଧିତ ବିଜ୍ଞପ୍ତି ପ୍ରକାଶ କଲେ ଅବକାରୀ କମିଶନର।

 

୧୪-କଣାସ:ଭୟ ବଢାଇଲା ବାର୍ଡ ଫ୍ଲୁ, ୩ ମାସ ପାଇଁ କୁକୁଡା ଚାଷ ବନ୍ଦ।

 

୧୫-୧୮ରେ ଶ୍ରୀମନ୍ଦିର ରତ୍ନଭଣ୍ଡାର ଯାଞ୍ଚ, ଦିନ ୧ଟାରୁ ସର୍ବସାଧାରଣ ଦର୍ଶନ ବନ୍ଦ।

 

୧୬-ଆଠଗଡ଼:ଧରାପଡ଼ିଲା ଗୋ ମାଂସ ବୋଝେଇ କଣ୍ଟେନର, ପଡୋଶୀ ରାଜ୍ୟକୁ ହେଉଥିଲା ଚାଲାଣ।

 

୧୭-ଅସଙ୍ଗତି କାରଣରୁ ୪୦ ହଜାର TCS କର୍ମଚାରୀଙ୍କୁ ଆୟକରର ଡିମାଣ୍ଡ ନୋଟିସ ଜାରି।

 

୧୮-ବଦଳିଲା ଆଣ୍ଡାମାନ ନିକୋବର ରାଜଧାନୀ ପୋର୍ଟବ୍ଲେୟାରର ନାମ, ଶ୍ରୀବିଜୟପୁରମ ଭାବେ ନାମିତ କଲେ କେନ୍ଦ୍ର ସରକାର।

 

୧୯-ଏସିଆନ ଚମ୍ପିୟାନ ଟ୍ରଫି ପୁରୁଷ ହକି: ଭାରତ -ପାକିସ୍ଥାନ ମ୍ୟାଚ ଆଜି।

 

୨୦-ଆମେରିକା ରାଜନୀତିରେ ୨୧ବର୍ଷୀୟ ଓଡ଼ିଆ ପୁଅ, କମଳାଙ୍କ ପ୍ରଚାର ମଙ୍ଗ ଧରିଛନ୍ତି ସମୟ ସାହୁ।

 

୨୧-ଆତଙ୍କୀ ଓସାମା ବିନ୍ ଲାଡେନର ପୁଅ ଜୀବିତ, ଆଫଗାନିସ୍ତାନରେ ସମ୍ଭାଳୁଛି ଅଲକାଏଦାର ନେତୃତ୍ୱ, ରିପୋର୍ଟରେ ହେଉଛି ଦାବି।

 

୨୨-ଚୀନରେ ବଢ଼ିଲା ଅବସର ବୟସ:୫୮ ବର୍ଷରେ ଅବସର ନେବେ ମହିଳା,୬୩ରେ ପୁରୁଷ।

 

୨୩. ୫୩ ନମ୍ବର ଜାତୀୟ ରାଜପଥ ବଡରମା ଘାଟି ସାଜିଛି ବିପଦ। କୌଣସି ଦୁର୍ଘଟଣା ପରେ ରାସ୍ତା ହେଉଛି ଜାମ। ୩ ଦିନ ଧରି ଯାତ୍ରୀ ଭୋଗୁଛନ୍ତି ସମସ୍ୟା।

You may have missed

ଅଲିଭ ରିଡ଼ଲେ କଇଁଛଙ୍କ ଆଗମନ ପୂର୍ବରୁ ଚମକିଲା ପୋଡ଼ମପେଟା ବେଳାଭୂମି ଛତ୍ରପୁର -୨୫/୧୧/୨୪(ଅରୁଣ କୁମାର ପଣ୍ଡା )ଶୀତଋତୁର ଆଗମନରେ ଗଞ୍ଜାମ ଜିଲ୍ଲାର ଋଷିକୂଲ୍ୟା ନଦୀ ମୁହାଣ ନିକଟସ୍ଥ ପୋଡ଼ମପେଟା ବେଳାଭୂମି ତଥା ଗୋଖରକୁଦା ଅଞ୍ଚଳ ଅଲିଭ ରିଡ଼ଲେ କଇଁଛମାନଙ୍କ ଆଗମନରେ ଚଳଚଞ୍ଚଳ ହୋଇଉଠେ। ଏହି ବିରଳ ପ୍ରଜାତିର କଇଁଛମାନଙ୍କର କିପରି ସୁରକ୍ଷା କରାଯାଇପାରିବ ତଥା ବେଳାଭୂମିର ସୌନ୍ଦର୍ଯ୍ୟ ରକ୍ଷା କରାଯାଇପାରିବ ସେ ନେଇ ଆଜି ଗଞ୍ଜାମ ନିକଟସ୍ଥ ପୋଡ଼ମପେଟା ବେଳାଭୂମିରେ ଟାଟା ଷ୍ଟିଲ ଫାଉଣ୍ଡେସନ, ଓ.ଏସ.ଏ.ପି. ୮ମ ବାଟାଲିୟନ, ରାମଚଣ୍ଡୀ ପୂଜା କମିଟି ଓ ସେବା ପ୍ରତିନିଧି ସଙ୍ଗଠନର ମିଳିତ ଉଦ୍ୟମରେ ଏକ ବିଶାଳ ସଫେଇ କାର୍ଯ୍ୟକ୍ରମ ସକାଳ ୮ଘଟିକାରୁ ଆରମ୍ଭ ହୋଇ ଦିବା ୯.୩୦ମିନିଟ ପର୍ଯ୍ୟନ୍ତ ଚାଲିଥିଲା। ଏଥିରେ ସହଯୋଗର ହାଥ ବଢାଇଥିଲେ ଟାଟା ଷ୍ଟିଲ ଫାଉଣ୍ଡେସନର ବନ୍ୟଜନ୍ତୁ ସଂରକ୍ଷଣ ପରିଚାଳକ ଡ଼ଃ ସୁବ୍ରତ ଦେବତା, ସହକାରୀ ପରିଚାଳକ ରାଜେଶ୍ୱରୀ ଗୌଡ଼, ଅଶ୍ୱିନୀ କୁମାର ପୃଷ୍ଟି, ବାଟାଲିୟନ କମାଣ୍ଡାଣ୍ଟ ଶାରଦା ପ୍ରସାଦ ଦାଶ, ଛତ୍ରପୁର ଏସଡ଼ିଜେଏମ କୋର୍ଟର କ୍ୟାଡ଼ର ଏପିପି ରାଜେଶ କୁମାର ମିଶ୍ର, ସମାଜସେବୀ ମନୋଜ ମିଶ୍ର, ଟୁଟୁ ନାୟକ, ଏସ. ରବି, ରାଜେଶ ପାତ୍ର, ଦିନେଶ ମହାନ୍ତି, ଦୀପକ ବେହେରା, ମାଧବ ସାସମଲ, ଓକିଲ ଲସିତ ବେହେରା, ନାରାୟଣ ସାହୁ ପ୍ରମୁଖ। ସେହିପରି ଏହି କାର୍ଯ୍ୟ ନିମନ୍ତେ କୋଟକ ମହିନ୍ଦ୍ରା ବ୍ୟାଙ୍କ ସମସ୍ତ ଆବଶ୍ୟକୀୟ ସହାୟତା ଯଥା ଗ୍ଲୋବସ୍ ଓ ଝୋଟ ବସ୍ତା ଯୋଗାଇ ଦେଇଥିଲେ। ଶେଷରେ ଟାଟା ଷ୍ଟିଲ ଫାଉଣ୍ଡେସନର ବନ୍ୟଜନ୍ତୁ ସଂରକ୍ଷଣ ପରିଚାଳକ ଡ଼ଃ ସୁବ୍ରତ ଦେବତା ସମସ୍ତଙ୍କୁ ଧନ୍ୟବାଦ ଦେବା ସହ ଏହି କାର୍ଯ୍ୟ ଆଗକୁ ଜାରି ରହିବ ବୋଲି ସୂଚନା ଦେଇଥିଲେ।.