June 20, 2026

ମାନବିକତା ଦେଖାଇଲେ ଛତ୍ରପୁର ବିଧାୟକ

IMG-20230914-WA0025
Share

ମାନବିକତା ଦେଖାଇଲେ ଛତ୍ରପୁର ବିଧାୟକ

—————————————-

ଗଞ୍ଜାମ :ପ୍ରଦୀପ କୁମାର ପଣ୍ଡା

ଗଞ୍ଜାମ ଥାନା ଅନ୍ତର୍ଗତ 16 ନମ୍ବର ଜାତୀୟ ରାଜପଥ ଋଷିକୁଲ୍ୟା ସଡ଼କ ପୋଲ ଅନତିଦୂରରେ ଏକ ସଡ଼କ ଦୃଘଟଣାରେ ଆହାତ ହୋଇ ମୂର୍ଚ୍ଛତ ଅବସ୍ଥାରେ ପଡିଥିବା ଜଣେ ବ୍ୟକ୍ତିଙ୍କୁ ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା ଛତ୍ରପୁର ମେଡିକାଲ ରେ ନିଜ କାର ରେ ନେଇ ପହଞ୍ଚାଇ ଚିକିତ୍ସା କାରାଇଛନ୍ତି l ଗଞ୍ଜାମ ବ୍ଲକ ଅନ୍ତର୍ଗତ ଝାରେଡି ରାଧା ଗୋବିନ୍ଦ ପୁର ପଞ୍ଚାୟତ ସିପକୁଦା ଗ୍ରାମର ସଦାନନ୍ଦ ନାହାକ ନିଜ ବାଇକ ରେ ଯାଉଥିବାବେଳେ ଦୃଘଟଣାଗ୍ରସ୍ଥ ହୋଇ ରାସ୍ତା ଉପରେ ଛିଟିକି ହୋଇ ପଡି ରହିଥିଲେ l ଉକ୍ତ ରାସ୍ତାଦେଇ ଯାଉଥିବା ସ୍ଥାନୀୟ ବିଧାୟକ ମାନବିକତା ଦେଖାଇ ତାଙ୍କୁ ନିଜ କାର ରେ ମେଡିକାଲ ରେ ପହଞ୍ଚାଇବା ସହ ଡାକ୍ତର ସହ ପରାମର୍ଷ କରି ତାଙ୍କର ଆସୁ ଆରୋଗ୍ୟ କାମନା କରିଥିଲେ l ବିଧାୟକ ଙ୍କ ଏପରି କାର୍ଯ୍ୟକୁ ବିଭିନ୍ନ ମହଲରୁ ଉଚ୍ଚ ପ୍ରଶଂସା କରାଯାଇଛି l

You may have missed