June 20, 2026

ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଙ୍କ ଆଗୁଆ ନିର୍ବାଚନ ପ୍ରଚାର ଆରମ୍ଭ ବିଜେପି କର୍ମୀ ଙ୍କୁ ଚଳିତ ନିର୍ବାଚନ ପାଇଁ ଦେଲେ ଗୁରୁ. ମନ୍ତ୍ର |

IMG-20230914-WA0032
Share

ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଙ୍କ ଆଗୁଆ ନିର୍ବାଚନ ପ୍ରଚାର ଆରମ୍ଭ ବିଜେପି କର୍ମୀ ଙ୍କୁ ଚଳିତ ନିର୍ବାଚନ ପାଇଁ ଦେଲେ ଗୁରୁ. ମନ୍ତ୍ର |

 

ଗୁଣପୁର -(ସୁରେନ୍ଦ୍ର ମହାନ୍ତି )ରାୟଗଡା କୁ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଙ୍କ ମାରାଥନ ନିର୍ବାଚନୀ ଗସ୍ତ ଏହି ଅବସର ରେ ଆଜି ଗଜପତି ଜିଲ୍ଲା ଦେଇ ଗୁଣୁପୁର ବିଧାନସଭା ନିର୍ବାଚନୀ ମଣ୍ଡଳ କୁ ଗସ୍ତ କରିବା ସମୟରେ ଗୁଣୁପୁର ବିଜେପି ତରଫରୁ ବରିଷ୍ଠ ବିଜେପି କାର୍ଯ୍ୟକର୍ତ୍ତା ପ୍ରମୋଦ କୁମାର ସାହୁ ଜିଲ୍ଲା ସଭାପତି ୱାଇ ଗଣପତି ଅମର ସାହୁ ସତ୍ୟ କର କାଳିରାମ ମାଝୀ ବସନ୍ତ ଉଲାକା ପ୍ରମୁଖ ସ୍ୱାଗତ କରିବା ସହ ସ୍ଥାନୀୟ ଗୋଷ୍ଠୀ ଶିକ୍ଷା କେନ୍ଦ୍ର କୁ ଯାଇ ଶିକ୍ଷକ ଙ୍କ ଆନ୍ଦୋଳନ ରେ ସାମିଲ ହୋଇ ନିଜେ ଖୋଦ ମନମୋହନ ସାମଲ ଶିକ୍ଷକ ଙ୍କ ଆନ୍ଦୋଳନ କୁ ପୁର୍ଣ ସମର୍ଥନ କରିବା ଜଣାଇଥିଲେ | ଯଦି ଆଗାମୀ ନିର୍ବାଚନ ରେ ବିଜେପି ଓଡିଶା ରେ ସରକାର କରେ ତେବେ ପ୍ରଥମେ ଶିକ୍ଷକ ଙ୍କ ତିନି ଦଫା ଦାବି କୁ ପ୍ରାଥମିକତା ଦେବା ପାଇଁ ସୂଚନା ଦେଇଥିଲେ |ଅନ୍ୟ ପଟେ କାର୍ଯ୍ୟକର୍ତ୍ତା ଙ୍କୁ ଆଗାମୀ ନିର୍ବାଚନ ପାଇଁ କର୍ମୀ ଙ୍କୁ ସଜାଗ ରହିବା ପାଇଁ ପରାମର୍ଶ ଦେଇଥିଲେ |ନବୀନ ସରକାର ଙ୍କ ଦୃନୀତି ଏବଂ ଏକଛତ୍ରବାଦ କୁ ତୁରନ୍ତ ଜବାବ ଦେବାର ସମୟ ଆସିଛି ବୋଲି ଜଣାଇଥିଲେ |
ମୋ ମାଟି ମୋ ଦେଶ କାର୍ଯ୍ୟକ୍ରମ ର ଶୁଭାରମ୍ଭ କରିଥିଲେ |ଏହି କାର୍ଯ୍ୟକ୍ରମ ପୂର୍ବରୁ ଏକ ବିରାଟ ବାଇକ ଶୋଭାଯାତ୍ରା ରେ ମନମୋହନ ଙ୍କୁ ସହର ଦେଇ ସ୍ୱାଗତ କରାଯାଇ ଥିଲା |
ଗୁଣୁପୁର ପ୍ରେସ ୟୁନିଅନ ତରଫରୁ ରାଜ୍ୟ ସଭାପତି ମନମୋହନ ସାମଲ ଙ୍କୁ ପ୍ରେସ ୟୁନିଅନ ସଭାପତି ପ୍ରମୋଦ ସାହୁ ତ୍ରିନାଥ ଖାଡ଼ଙ୍ଗା ପ୍ରମୁଖ ପୁଷ୍ପ ଗୁଚ୍ଛ ଦେଇ ସ୍ୱାଗତ କରିଥିଲେ |

You may have missed