April 26, 2026

ସଡଙ୍ଗ ରେ ଜମି ବାଡ଼ି ବିବାଦ କୁ ନେଇ ମହିଳାଙ୍କୁ ଆକ୍ରମଣ

maik
Share

 

ହାଟଡ଼ିହି-୧୪/୫ ନନ୍ଦିପଦା ଥାନା ଅଧିନସ୍ଥ ସଡଙ୍ଗ ଗ୍ରାମରେ ଜମି ବାଡ଼ି ବିବାଦକୁ ନେଇ ଜଣେ ମହିଳାଙ୍କୁ ଆକ୍ରମଣ କରାଯାଇଛି। ମହିଳା ଜଣକ ପ୍ରଥମେ ଶାଳଣିଆ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଜଣାଯାଇଛି। ଅଭିଯୋଗ ଅନୁଯାଇ ଅନିରୁଦ୍ଧ ଖଟୁଆ ନାମକ ଜଣେ ରାଜମିସ୍ତ୍ରୀ ଜଳେଶ୍ବର ଅଞ୍ଚଳରୁ ଆସି ସଡ଼ଙ୍ଗରେ ଜମିବାଡ଼ି କିଣି ଘର କରି ରହିଛନ୍ତି। କିନ୍ତୁ ପଡ଼ୋଶୀଙ୍କ ସହ ଗତ କିଛିଦିନ ହେଲା ଜମି ବିବାଦ ସୃଷ୍ଟି ହୋଇଛି। ପଡ଼ୋଶୀ ଙ୍କ ପରିବାର ଲୋକେ ଅନିରୁଦ୍ଧ ଙ୍କ ଜମି ଉପରେ ବାଡ ବୁଜିବାରୁ ଅନିରୁଦ୍ଧ ଙ୍କ ସ୍ତ୍ରୀ କଳ୍ପନା ବିରୋଧ କରିଥିଲେ। ଫଳରେ ପଡ଼ୋଶୀ କୈବଲ୍ୟ ବାରିକ, ଲଷ୍ମୀପ୍ରିୟା ବାରିକ, ମାନସୀ ବାରିକ ପ୍ରମୁଖଙ୍କ ସହିତ ଝଗଡା ହେବା ସହ ସେମାନେ ମିଳିତ ଭାବେ ଆକ୍ରମଣ କରିବାରୁ କଳ୍ପନା ଆହତ ହୋଇଛନ୍ତି। ଏହି ଆକ୍ରମଣ ର ଭିଡିଓ ସୋସିଆଲ ମିଡିଆରେ ଘୁରି ବୁଲୁଥିବା ବେଳେ ଏନେଇ ଥାନାରେ ଅଭିଯୋଗ ହୋଇ ନଥିବା ଜଣାଯାଇଛି।
(ହାଟଡିହି ରୁ ସୋମେଶ ପରିଡ଼ା ଙ୍କ ରିପୋର୍ଟ)