April 26, 2026

ଅବକାରୀ ବିଭାଗ ଓ ପୁଲିସର ମିଳିତ ଚଢ଼ାଉ, ୩୩୦ଲିଟର ମଦ ଓ ବିପୁଳ ପରିମାଣର ପୋଚ ଜବଦ ….

boll9
Share

 

ହାଟଡ଼ିହି-୧୪/୫ ହାଟଡ଼ିହି ଅଞ୍ଚଳରେ ବ୍ୟାପକ ଚୋରା ମଦ କାରବାର ସମ୍ପର୍କରେ ଗଣ ମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ଆଜି ସକାଳେ ଆନନ୍ଦପୁର ଏସଡିପିଓ ପ୍ରଶାନ୍ତ ବେହେରାଙ୍କ ନେତୃତ୍ବରେ ନନ୍ଦିପଦା ଓ ସୋସୋ ଥାନା ପୁଲିସ ଏବଂ ଅବକାରୀ ବିଭାଗ ପକ୍ଷରୁ ସୋସୋ ଥାନା ଅଧିନସ୍ଥ ଢେଙ୍କା, ପୁରୁଣାପାଣି, ଅନ୍ଧାରୀ ଅଞ୍ଚଳରେ ମିଳିତ ଚଢ଼ାଉ କରାଯାଇ ୩୩୦ଲିଟର ମଦ ଜବଦ କରାଯିବା ସହ ୮ହଜାର ଲିଟରରୁ ଉର୍ଦ୍ଧ ପରିମାଣର ପୋଚ ନଷ୍ଟ କରାଯାଇଛି। ଚଢ଼ାଉ ସଂମ୍ପର୍କରେ ଜାଣିପାରି ମଦ ମାଫିଆ ମାନେ ଦୌଡ଼ି ପଳାଇବାରେ ସଫଳ ହୋଇଥିଲେ। ଫଳରେ କାହରିକୁ ଗିରଫ କରାଯାଇ ପାରି ନଥିଲା। ଏନେଇ ସୋସୋ ଥାନାରେ ଦୁଇଟି ମାମଲା ରୁଜୁ କରାଯାଇଥିବା ଏସ୍ଡ଼ିପିଓ ସୂଚନା ଦେଇଛନ୍ତି। ଏହି ଚଢ଼ାଉରେ ଏସ୍ଡ଼ିପିଓଙ୍କ ସହିତ ସୋସୋ ଥାନା ଆଇଆଇସି ବିଜୟ କୁମାର ବିହାରୀ, ନନ୍ଦିପଦା ଥାନା ଏସ.ଆଇ ଲୋହିତ ରାଜ , ଅବକାରୀ ଥାନା ଏସ.ଆଇ ସ୍ମିତା ବେହେରାଙ୍କ ସମେତ ପୁଲିସ ଫୋର୍ସ ମାନେ ସାମିଲ ହୋଇଥିଲେ। ବିଶେଷ କରି ଅନ୍ଧାରୀ, ଢେଙ୍କା, ପୁରୁଣାପାଣି ଅଞ୍ଚଳରେ ଦେଶୀ ମଦ ପ୍ରସ୍ତୁତି ଏବେ କୁଟୀର ଶିଳ୍ପ ରେ ପରିଣତ ହୋଇଛି। ଢେଙ୍କା ପୁରୁଣାପଣି ଅଞ୍ଚଳରେ ପାହାଡ ପାଖ ଓ ଅନ୍ଧାରୀରେ ସାଳନ୍ଦୀ ନଦୀ କୂଳରେ ଏହି ମଦ ରନ୍ଧାଯାଇ ବାହାରକୁ ଚାଲାଣ କରାଯାଉଛି। ଏଥିରେ ଭଲ ଲାଭ ହେଉଥିବାରୁ ଯୁବ ବର୍ଗ ମଧ୍ୟ ଏହାକୁ ବ୍ୟବସାୟରେ ପରିଣତ କଲେଣି। ଏହାଦ୍ୱାରା ଏ ଅଞ୍ଚଳରେ ମଦ୍ୟପ ମାନଙ୍କ ଉତ୍ପାତ ବୃଦ୍ଧି ପାଉଛି।
(ହାଟଡିହି ରୁ ସୋମେଶ ପରିଡ଼ା ଙ୍କ ରିପୋର୍ଟ)