September 11, 2026

୩୭ନମ୍ବର ଜୋନରେ ବିଜେଡି ର ବିଶାଳ ବାଇକ ରାଲି..

raloo
Share

 

ହାଟଡ଼ିହି-୧୪ / ୫ ଆନନ୍ଦପୁର ୨୨ନମ୍ବର ସଂରକ୍ଷିତ ବିଧାନସଭା ଆସନ ରେ ଏବେ ପ୍ରଚାର ସରଗରମ ହେବାରେ ଲାଗିଛି। ଆନନ୍ଦପୁର ନିର୍ବାଚନ ମଣ୍ଡଳୀର ୩୭ନମ୍ବର ଜିଲ୍ଲା ପରିଷଦ ଜୋନରେ ବିଜେଡି ପକ୍ଷରୁ ବିଶାଳ ବାଇକ ରାଲି କରି ନିର୍ବାଚନ ପ୍ରଚାର କରିଛି। ତିନି ହଜାରରୁ ଉର୍ଦ୍ଧ୍ବ ବାଇକ ଏହି ରାଲିରେ ସାମିଲ ହୋଇଥିଲେ। ଏହି ରାଲି କଳିଗାଁ ନିକଟରୁ ବାହାରି ଶାଳଣିଆ, ଡଅଁର, ଗେଡ଼ମା, ଆଇତିପୁର, ହାବଳେଶ୍ୱର, ସଡଙ୍ଗ, ସମଣା ଆଦି ପଞ୍ଚାୟତ ପରିକ୍ରମା କରିଥିଲା। ବିଧାୟକ ପ୍ରାର୍ଥୀ ଅଭିମନ୍ୟୁ ସେଠୀ ବିଭିନ୍ନ ସ୍ଥାନରେ ପଥପ୍ରାନ୍ତ ସଭା କରି ନବୀନ ପଟ୍ଟନାୟକ ଙ୍କ ନିର୍ବାଚନ ଇସ୍ତାହାର ଓ ଜନହିତକର ଯୋଜନା ଗୁଡିକ ସମ୍ପର୍କରେ ଲୋକମାନଙ୍କୁ ସଚେତନ କରି ଶଙ୍ଖ ଚିହ୍ନରେ ଭୋଟଦେବାକୁ ନିବେଦନ କରିଥିଲେ। ତାଙ୍କ ସହିତ ଜିଲ୍ଲା ପରିଷଦ ବିମ୍ବାଧର ବିଶ୍ୱାଳ, ବ୍ଲକ ଯୁବ ବିଜେଡି ସଭାପତି ଚିନ୍ମୟ ନାୟକ, ବ୍ଲକ ବିଜେଡି ସଭାପତି ସୁରେନ୍ଦ୍ର ଜେନା, ବିଶ୍ୱନାଥ ନାୟକ, ସୁଧାକର ଓଝା, ଧବଳେଶ୍ବର ପଟ୍ଟନାୟକ, ଶିବାନନ୍ଦ ନାୟକ, ଜଗନ୍ନାଥ ନାୟକ, ବିରେନ୍ଦ୍ର ବିଶ୍ୱାଳ, ଯୋଗେନ୍ଦ୍ର ବେହେରା, ରଙ୍ଗାଧର ମଲ୍ଲିକ, ଅମରେନ୍ଦ୍ର ଧଳ, ରଞ୍ଜନ ପହି, ପ୍ରତାପ ଦେଓ, ସୁରେନ୍ଦ୍ରକାଣ୍ଡି , ଆନନ୍ଦ ଚରଣ ମହାନ୍ତି, ବରଦା ପ୍ରସନ୍ନ ନାୟକ, ଗଦାଧର ଦାସ, ଯୁଗଳ କିଶୋର ଦାସ, ରମାକାନ୍ତ ନାୟକ, ତାରିଣୀ ସେନାପତି, ଅଭିଜିତ ସେନାପତି, ଅନ୍ତର୍ଯ୍ୟାମୀ ଖଣ୍ଡେଇ, ରତ୍ନାକର ବିଶ୍ଵାଳ, ଜଗବନ୍ଧୁ କାଣ୍ଡି, ଅରୁଣ ସାଙ୍କ ସମେତ ପ୍ରତି ପଞ୍ଚାୟତର ବରିଷ୍ଠ ଓ ଯୁବ ବିଜେଡ଼ି କର୍ମୀ ମାନେ ସାମିଲ ହୋଇଥିଲେ। ବିଭିନ୍ନ ସ୍ଥାନରେ ମହିଳା ମାନଙ୍କ ପକ୍ଷରୁ ପୁଷ୍ପ ଗୁଚ୍ଛ ଦିଆଯାଇ ସ୍ୱାଗତ କରାଯାଉଥିବା ଦେଖିବାକୁ ମିଳିଥିଲା।
(ହାଟଡିହି ରୁ ସୋମେଶ ପରିଡ଼ା ଙ୍କ ରିପୋର୍ଟ)