ଅସ୍ତରଙ୍ଗ,ମହା ବିଶୁବ ପଣା ସଂକ୍ରାନ୍ତି ଓ ଓଡ଼ିଆ ନବବର୍ଷ ଉପଲକ୍ଷେ…
ଅସ୍ତରଙ୍ଗ,ମହା ବିଶୁବ ପଣା ସଂକ୍ରାନ୍ତି ଓ ଓଡ଼ିଆ ନବବର୍ଷ ଉପଲକ୍ଷେ ମଙ୍ଗଳା ସାହିତ୍ୟ ସଂସଦ, କାକଟପୁର ତରଫରୁ ବାର୍ଷିକ ଉତ୍ସବ ଓ ବନ୍ଧୁ ମିଳନ କାର୍ଯ୍ୟକ୍ରମ ସହିତ କବିତା ପାଠ ଆଲୋଚନା ଚକ୍ର. ଦୀପ୍ତି କଲ୍ୟାଣ ମଣ୍ଡପ, କଲେଜ ଛକ, କାକଟପୁର ଠାରେ ୧୦୦ଜଣ କବି ଓ ସାହିତ୍ୟ ପ୍ରେମୀ ଙ୍କୁ ନେଇ ଅନୁଷ୍ଠିତ ହୋଇଥିଲା । ଏଥିରେ ଶ୍ରୀଯୁକ୍ତ ନାରାୟଣ ଦୀକ୍ଷିତ, ମଣ୍ଡଳ ଉନ୍ନୟନ ଅଧିକାରୀ, କାକଟପୁର, ମୁଖ୍ୟ ଅତିଥି, ଶ୍ରୀଯୁକ୍ତ ସମ୍ପଦ କୁମାର ରଥ, ବ୍ୟଙ୍ଗ କବି, ମୁଖ୍ୟ ବକ୍ତା,ଶ୍ରୀଯୁକ୍ତ ସଂଗ୍ରାମ କେଶରୀ ଛାଟୋଇ, ଅଧ୍ୟାପକ, ମଙ୍ଗଳା ମହାବିଦ୍ୟାଳୟ, କାକଟପୁର,ସଂମ୍ମାନିତ ଅତିଥି ଓ ଶ୍ରୀ ଯୁକ୍ତ ପ୍ରଭାତ କୁମାର ତରାଇ,ପ୍ରଶାସକ, ସଭାପତି ଭାବେ ଯୋଗ ଦେଇଥିଲେ । ଭାଷ୍ୟକାର ଭାବେ ତ୍ରିଲୋଚନ ବିଶ୍ୱାଳ ମଞ୍ଚ ଉପରକୁ କବି ମାନଙ୍କୁ କବିତା ପାଠ କରିବାକୁ ଆମନ୍ତ୍ରଣ କରିଥିଲେ. ଓଡ଼ିଆ ନବବର୍ଷ ରେ ଓଡ଼ିଆ ଅସ୍ମିତା କୁ ମନେପକେଇ କବି ଓ ଅତିଥି ମାନେ ଆଜିର ପଣା ସଂକ୍ରାନ୍ତି ର ପ୍ରଭାବ ଓଡିଶା ର ପରମ୍ପରାକେତେ ପରିମାଣ ରେ ଆଗକୁ ନେଇଛି ତାର ଏକ ନିଆରା ଅନୁଭୂତି କୁ ବ୍ୟାଖ୍ୟା କଲେ । ପରସ୍ପର ମଧ୍ୟରେ ପଣା ବଣ୍ଟନ ଓ ବର୍ଷ କୁ ଥରେ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ଆଲୋଚନା ହୋଇ ଥିଲା ଓ ଓଡ଼ିଆ ଭାଷା କୁ ବଞ୍ଚାଇ ରଖିଲେ ଓଡ଼ିଆ ଜାତି ର ଉନ୍ନତି ହେବ ବୋଲି ଅଭିଭାଷଣ ରେ ଅତିଥି ମାନେ ପରିପ୍ରକାଶ କରିଥିଲେ । ଏ ଅଂଚଳ ର ନୂତନ ଲେଖକ ମାନଙ୍କୁ ଅଗ୍ରାଧିକାର ଦେବା ପାଇଁ ପ୍ରସ୍ତାବ ଆସିଥିଲା। ଏହି କାର୍ଯ୍ୟକ୍ରମ କୁ ହୃଦାନନ୍ଦ ଶାସମଲ, ଶିକ୍ଷକ, ଦୀପ୍ତି କୁମାରୀ ମହାନ୍ତି, ଶିକ୍ଷୟତ୍ରୀ ସାମ୍ୱାଦିକ ଦୁଃଶାସନ ନାୟକ,ପରିବେଶବିତ୍ ଶୋଭାକର ବେହେରା . ସାଧୁ ଚରଣ ବିଶ୍ୱାଳ, ବିଚିତ୍ରା ନନ୍ଦ ପାତ୍ର, ମନ୍ଦରଧର ମହାନ୍ତି, ସୁରେଶ ଚନ୍ଦ୍ର ସ୍ୱାଇଁ ପ୍ରଭୁତି ସାହିତ୍ୟ ପ୍ରେମୀ ମାନେ ଆଲୋଚନା ରେ ଭାଗ ନେଇଥିଲେ । କବି ମାନଙ୍କୁ ମାନପତ୍ର ଓ ମେଡାଲ ଦେଇ ସଂମ୍ମାନିତ କରାଯାଇଥିଲା.ଏହି ଅନୁଷ୍ଠାନ ଏକ ପୁରୁଣା ଅନୁଷ୍ଠାନ ହୋଇ ଥିବାରୁ ଏହା କୁ ବଞ୍ଚାଇ ରଖିବା ସହିତ ଏ ଅଂଚଳ ରେ ଭାଷା ସାହିତ୍ୟ ର ସମ୍ବୁଦ୍ଧି ପାଇଁ ଏକ ମାତ୍ର କାଯ୍ୟ କରୁଛି ବୋଲି ଆଲୋଚନା କରାଯାଇଥିଲା ।
