April 25, 2026

ଉମରକୋଟରେ ନିଖିଳ ଉତ୍କଳ ଖଡୁର ସମାଜ ତରଫରୁ ପଣା ବଣ୍ଟନ……..

IMG-20260414-WA0064
Share

 

 

ଉମରକୋଟ:-(ଏମ.ଦୀନା°ଶୁ ଆଚାରୀ) ମଙ୍ଗଳବାର ଦିନ ମହା ବିଷୁବ ପଣା ସଂକ୍ରାନ୍ତି, ହନୁମାନ ଜୟନ୍ତୀ ତଥା ଓଡ଼ିଆ ନବବର୍ଷ ଉପଲକ୍ଷେ ଉମରକୋଟ ଝାଡ଼େଶ୍ୱର ମହାଦେବ ଙ୍କ ମନ୍ଦିର ପ୍ରାଙ୍ଗଣରେ ନିଖିଳ ଉତ୍କଳ ଖଡୁରା ସମାଜ, ଉମରକୋଟ ପେଣ୍ଠ ତରଫରୁ ଭକ୍ତ ବୃନ୍ଦଙ୍କୁ ପଣା ବଣ୍ଟନ କରାଯାଇଥିଲା ଏହି ପବିତ୍ର ଦିନରେ ପଣା ବଣ୍ଟନ କରିବା ମାନେ କେବଳ ପରମ୍ପରାକୁ ଅନୁସରଣ କରିବା ନୁହେ ବରଂ ସମାଜରେ ସେବା, ସହଯୋଗ ଓ ଭାଇଚାରା ଭାବନାକୁ ବିକାଶ କରିବା ଓ ଓଡ଼ିଆ ପରମ୍ପରା,ସଂସ୍କୃତି ସମାଜ ସେବାର ଏକ ସୁନ୍ଦର ପ୍ରତୀକ, ସମସ୍ତଙ୍କ ସହଯୋଗ ଓ ସାମିଲ ହେବାରୁ ଏହି ପଣା ବଣ୍ଟନ କାର୍ଯ୍ୟକ୍ରମଟି ଅଧିକ ସଫଳ ହୋଇଥିଲା ,ପେଣ୍ଠର ସଭାପତି ସୁରେନ୍ଦ୍ର ନାୟକ, ସମ୍ପାଦକ ତ୍ରିପତି ମହାପାତ୍ର ଓ କାର୍ଯ୍ୟକାରୀ ସମ୍ପାଦକ ସନ୍ତୋଷ କୁମାର ନାୟକ,କୋଷାଧକ୍ଷ ପ୍ରଭାକର ମହାପାତ୍ର ଯୁଗ୍ମ ସମ୍ପାଦକ ଗଣେଶ ପ୍ରସଦ ନାୟକ ଉପସ୍ଥିତ ସଦସ୍ୟ ମଧ୍ୟରୁ ଧବଳେଶ୍ୱର ନାୟକ,ଶିବପ୍ରସାଦ ସୁବୁଦ୍ଧି ,ଶିବଶଙ୍କର ବେହେରା,ଅମୀୟ ସାହୁ ,ଏବଂ ଯୁବ ଗୋଷ୍ଠୀଙ୍କ ମଧ୍ୟରେ ସୁନୀଲ ନାୟକ, ପ୍ରଶାନ୍ତ ସାହୁ,ମନୋଜ ନାୟକ,କାହ୍ନା ନାୟକ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମଟିକୁ ସଫଳ କରିଥିଲେ।

You may have missed