April 29, 2026

ଜିଲ୍ଲା ସ୍ତରୀୟ ଗ୍ରୀଷ୍ମ ପ୍ରବାହ ଜନିତ ସଚେତନତା ଶିବିର

IMG-20260424-WA0065
Share

 

ଅଦ୍ଯ ତା-୨୪.୦୪.୨୦୨୬ ରିଖ ଦିବା- ୩ ଘଟିକା ସମୟରେ ଜିଲ୍ଲା ସ୍ତରୀୟ ଗ୍ରୀଷ୍ମ ପ୍ରବାହ ଜନିତ ସଚେତନତା ଶିବିର ସ୍ଵତନ୍ତ୍ର ପ୍ରଦକ୍ଷଣ ଗୃହ ସମ୍ମିଳନୀ କକ୍ଷ, ପୁରୀ ଠାରେ ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ, ଶ୍ରୀମତୀ ତନୁପ୍ରଭା ବେଉରାଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ପୁରୀ ସଦର ତହସିଲଦାର ଅଭିଷେକ ଦାଶ ,ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ, ଆଇନ ପରିବିକ୍ଷ ଅଧିକାରୀ, ସମସ୍ତ ଶିଶୁ ବିକାଶ ଅଧିକାରୀ ଓ ପରିଦର୍ଶୀକା ତଥା ଜିଲ୍ଲା ସମାଜ କଲ୍ୟାଣ ବିଭାଗର ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ। ଗ୍ରୀଷ୍ମ ପ୍ରବାହ ସମୟ ରେ ନିହାତି ଅବଶ୍ୟକ ନ ହେଲେ ବାହାରକୁ ନ ବାହାରିବା, ତରଳ ଜାତୀୟ ଖାଦ୍ଯ ଖାଇବା, ଛତା, ପାଣି ବୋତଲ ଓ ଗାମୁଛା ସାଙ୍ଗରେ ନେବା, ମାଦକ ଦ୍ରବ୍ଯ ସେବନ ନ କରିବା, ଅଂଶୁଘାତ ଆକ୍ରାନ୍ତ ବ୍ୟକ୍ତିଙ୍କୁ ଡାକ୍ତରଖାନା ନେବା ଆଦି ବିଷୟରେ ସଚେତନତା କାର୍ଯ୍ୟକ୍ରମ ବ୍ଲକ ଓ ଅଙ୍ଗନବାଡି କେନ୍ଦ୍ର ସ୍ତରରେ କରିବାକୁ ପରାମର୍ଶ ଦିଆଗଲା l

ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ