ଜାତୀୟ ପଞ୍ଚାୟତିରାଜ ଦିବସ ସମାରୋହ ଆୟୋଜିତ..

![]()
*ପ୍ରତି ପଞ୍ଚାୟତକୁ ଆର୍ଥିକ ଭାବରେ ସୃଦୃଡ଼ କରିବା ଆମ ଲକ୍ଷ୍ୟ ହେବା ଉଚିତ : କୋରାପୁଟ ଜିଲ୍ଲାପାଳ*
କୋରାପୁଟ : କୋରାପୁଟର ସ୍ଥାନୀୟ ସଦଭାବନା ସଭା ଗୃହ ଠାରେ ଜାତୀୟ ପଞ୍ଚାୟତିରାଜ ଦିବସ ସମାରୋହ ଆୟୋଜିତ ହୋଇଯାଇଛି I ଉକ୍ତ ସମାରୋହରେ ମୁଖ୍ୟ ଅତିଥି ଭାବରେ ମାନ୍ୟବର ବିଧାୟକ କୋରାପୁଟ ଶ୍ରୀ ରଘୁରାମ ମାଛ ଯୋଗ ଦେଇ ପଞ୍ଚାୟତ ସ୍ତରୀୟ ବିକାଶ ନିମନ୍ତେ ସରକାରଙ୍କ ଅଭିନବ ଯୋଜନା ବିଷୟରେ ସବିଶେଷ ତଥ୍ୟ ଉପସ୍ଥାପନା କରିଥିଲେ I କୋରାପୁଟ ଜିଲ୍ଲାପାଳ ଶ୍ରୀ ମନୋଜ ସତ୍ୟୱାନ ମହାଜନ ସଶକ୍ତ ପଞ୍ଚାୟତ ନିର୍ମାଣ ପାଇଁ ଆହ୍ୱାନ ଦେବା ସହ ପ୍ରତି ପଞ୍ଚାୟତକୁ ଆର୍ଥିକ ଭାବରେ ସୃଦୃଡ଼ କରିବା ଆମ ଲକ୍ଷ୍ୟ ହେବା ଉଚିତ ବୋଲି ମତ ବ୍ୟକ୍ତ କରିଥିଲେ I ଏହି କାର୍ଯ୍ୟକ୍ରମକୁ କୋରାପୁଟ ଜିଲ୍ଲାପରିଷଦ ଅଧ୍ୟକ୍ଷା ସୁଶ୍ରୀ ସସ୍ମିତା ମେଲେକା ସଭାପତିତ୍ୱ କରିଥିଲେ ଏବଂ ଜନପ୍ରତିନିଧିମାନେ କିପରି ପଞ୍ଚାୟତ ସ୍ତରରୁ ରାଜ୍ୟର ବିକାଶକୁ ସୁଦୃଢ଼ କରିପାରିବେ ଏବଂ ଜନପ୍ରତିନିଧି ମାନେ ବିକାଶକୁ ତ୍ୱରାନ୍ୱିତ କରିବା ପାଇଁ ବ୍ୟକ୍ତି ସ୍ୱାର୍ଥକୁ ତ୍ୟାଗ କରି ଜନସ୍ୱାର୍ଥକୁ ଗୁରୁତ୍ୱ ଦେବା ଉଚିତ ବୋଲି ମତ ଉପସ୍ଥାପନ କରିଥିଲେ I କାର୍ଯ୍ୟକ୍ରମ ଆରମ୍ଭରେ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ଜିଲ୍ଲା ପରିଷଦ ଶ୍ରୀ ବେଣୁଧର ଶବର ପଞ୍ଚାୟତିରାଜ ଦିବସର ତାତ୍ପର୍ଯ୍ୟ ବିଷୟରେ ସୂଚନା ଉପସ୍ଥାପନା କରିଥିଲେ I ଏହି ସମାରୋହରେ ପଞ୍ଚାୟତ ସମିତି କୋରାପୁଟର ଅଧ୍ୟକ୍ଷା ଶ୍ରୀମତୀ ନମିତା ମାଝୀ, କୋରାପୁଟ ସାଂସଦଙ୍କ ପ୍ରତିନିଧି ଶ୍ରୀ ବାବୁଲା ବେନିଆ ସଂମ୍ମାନିତ ଅତିଥି ଭାବରେ ଯୋଗ ଦେଇ ପଞ୍ଚାୟତିରାଜ ବ୍ୟବସ୍ଥା ଓ ଏହାର ଗୁରୁତ୍ୱ ବିଷୟରେ ନିଜ ମତ ବ୍ୟକ୍ତ କରିଥିଲେ I ଜାତୀୟ ପଞ୍ଚାୟତିରାଜ ଦିବସ ସମାରୋହ ପାଳନ ଅବସରେ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ବିଭିନ୍ନ ଯୋଜନାକୁ ଲୋକାଭିମୁଖୀ କରିବା ଉଦେଶ୍ୟରେ ସ୍ୱତନ୍ତ୍ର ଫୋଟ ଚିତ୍ର ପ୍ରଦର୍ଶନୀର ଆୟୋଜିତ ହୋଇଥିଲା I ସମାରୋହ ଆରମ୍ଭପୂର୍ବରୁ ମୁଖ୍ୟ ଅତିଥି ଏହାର ଶୁଭ ଉଦଘାଟନ କରିଥିଲେ I ଅଥିତିମାନଙ୍କ ନିକଟରୁ ଗ୍ରାମୀଣ ଆବାସ ଯୋଜନାର ସଫଳ ରୂପାୟନ ନିମନ୍ତେ ଶ୍ରେଷ୍ଠ ପଞ୍ଚାୟତ ଭାବରେ କେନ୍ଦାର ଓ ମନୋରେଗା ଯୋଜନାର ସଫଳ ରୂପାୟନ ନିମନ୍ତେ ବଡ଼ଶୁକୁ ପଞ୍ଚାୟତ ପୁରସ୍କୃତ ହୋଇଥିଲେ I ସେହିପରି ଅନ୍ତୋଦ୍ୱୟ ଗୃହ ଯୋଜନାର ହିତାଧିକାରୀମାନଙ୍କୁ କାର୍ଯ୍ୟଦେଶ କାର୍ଡ ଓ ୨ରୁ ୬ ମାସ ମଧ୍ୟରେଅନ୍ତୋଦ୍ୱୟ ଗୃହ ଯୋଜନାରେ ଗୃହ କାର୍ଯ୍ୟ ଶେଷ କରିଥିବା ହିତାଧିକାରୀଙ୍କୁ ଚେକ ପ୍ରଦାନ କରାଯାଇଥିଲା I ଏହି କାର୍ଯ୍ୟକ୍ରମରେ ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀମାନେ ଉପସ୍ଥିତ ଥିଲେ I କାର୍ଯ୍ୟକ୍ରମକୁ ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସୁଶ୍ରୀ ରାଧା ରାଣୀ ସରକାର ପରିଚାଳନା କରିଥିଲେ ଓ ଶେଷରେ ଜିଲ୍ଲା ପଞ୍ଚାୟତ ଅଧିକାରୀ ଶ୍ରୀ ଯୁଗଳ କିଶୋର ନାୟକ ଧନ୍ୟବାଦ ପ୍ରଦାନ କରିଥିଲେ Iକୋରାପୁଟ ଜ଼ିଲ୍ଲା ପ୍ରତିନିଧି ଶ୍ରୀ ହରିଶ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ ଉପାନ୍ତ ଖବର
