April 24, 2026

ପୁରୀରେ ପୂର୍ବତଟ ରେଲୱେ ପକ୍ଷରୁ ବାଦୀପାଲା ଅନୁଷ୍ଠିତ

IMG-20260414-WA0032
Share

 

ପୁରୀ ରେଲୱେ ଷ୍ଟେସନ ବଡ଼ ପୁରାତନ ପାଲା ସମିତି ଆନୁକୂଲ୍ୟରେ ସାତଦିନ ବାଦୀପାଲା ଅନୁଷ୍ଠିତ ହୋଇଯାଇଛି l ପ୍ରଥମ ଦିନ ଗତକାଲି ସନ୍ଧ୍ୟାରେ ମୁଖ୍ୟ ଅତିଥିଭାବେ ରାଜ୍ୟସଭା ସାଂସଦ ସୁଭାଶିଷ ଖୁଣ୍ଟିଆ ଙ୍କ ଦ୍ୱାରା ପାଲାମଞ୍ଚ ଉଦଘାଟନ କରାଯାଇଥିଲା l ଏହି ପାଲା ରେ ଗାୟକ ଅର୍ଜୁନ କରୁଣାକର ବାରିକ ଓ ସାଥି ନିଧିପୁର ଙ୍କ ଦ୍ୱାରା ପରିବେଷଣ କରାଯିବ l ଉକ୍ତ ପାଲା କାର୍ଯ୍ୟକ୍ରମ ର ସଭାପତି ସିନିଅର ସିଡିଓ ଓ ସମ୍ପାଦକ ଓସିଆରପିଏଫ ଙ୍କ ପରିଚାଳନା ରେ ସମ୍ପାଦିତ ହେଉଥିବା ସ୍ଥଳେ ସର୍ବଶ୍ରୀ ତ୍ରିଲୋଚନ ନନ୍ଦ, ଅଶୋକ ମହାନ୍ତି, ରବି ପାଣିଗ୍ରାହୀ, ନରେନ୍ଦ୍ର ତ୍ରିପାଠୀ, ସୁରେଶ ଷଡ଼ଙ୍ଗୀ, ଯୋଗେନ୍ଦ୍ର ବାରିକ ଓ ଦ୍ରୌପଦୀ ମହାରଣା ଙ୍କ ସହିତ ସମସ୍ତ ସଦସ୍ୟ ସଦସ୍ୟା ଏବଂ ଷ୍ଟେସନ ନିକଟରେ ଥିବା ସମସ୍ତ ଅଟୋ ଷ୍ଟାଣ୍ଡ ଏବଂ ଟ୍ରାଭେଲସ କର୍ମଚାରୀମାନେ ପୂର୍ଣ୍ଣ ସହଯୋଗ କରି ଆସୁଛନ୍ତି l

ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ l