ଆଜିର ଖବର..
୧-ଭୁବନେଶ୍ୱର:୧୫ରେ ସ୍ବ-ଗଣନା ଶେଷ,୧୬ରୁ ଗୃହ ଗଣନା ଆରମ୍ଭ।ମେ ୧୫ ଭିତରେ ସରିବ ଗୃହ ତାଲିକା ପ୍ରସ୍ତୁତି।
୨-ପ୍ରାଥମିକ ଶିକ୍ଷକ ବଦଳି ପ୍ରକ୍ରିୟା ଆରମ୍ଭ,୧୫ରୁ ୩୦ ଯାଏଁ ଅନଲାଇନ୍ ଆବେଦନ, ଜୁଲାଇ ୧୮ ସୁଦ୍ଧା ସରିବ ସମସ୍ତ ପ୍ରକ୍ରିୟା।
୩-ଭୁବନେଶ୍ୱର:ରାଜ୍ୟରେ ଲାଗୁହେଲା ଓଡ଼ିଶା ସରକାରୀ ବିଶ୍ୱ ବିଦ୍ୟାଳୟ ଅଧିନିୟମ-୨୦୨୬।
୪-ଭୁବନେଶ୍ୱର:ଚଳିତବର୍ଷ ହୋଇପାରେ କମ୍ ବର୍ଷା, ମୌସୁମୀ ନେଇ ପାଣିପାଗ ବିଭାଗର ବଡ଼ ପୂର୍ବାନୁମାନ।
୫-ନୟାଗଡ଼ ଛେନାପୋଡ଼କୁ ନେଇ ଆସିଲା ଖୁସି ଖବର, ଖୁବ ଶୀଘ୍ର ମିଳିବ GI ଟ୍ୟାଗ୍।
୬-ପୋଲିସ SI ପରୀକ୍ଷା ସ୍କାମ ନେଇ CBIର ଜୋରଦାର ଧରପଗଡ; ଅନଲାଇନ ପରୀକ୍ଷା ସେଣ୍ଟରରେ ବ୍ୟାପକ ରେଡ୍।
୭-କେନ୍ଦୁଝରରେ ବିକାଶର ବର୍ଷା: ୫୧ ପ୍ରକଳ୍ପର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ, ବଡ଼ବିଲ୍ ପାଇଁ ୧୫୮୧ କୋଟିର ରିଙ୍ଗ୍ ରୋଡ୍।
୮-ଅନୁଗୁଳ:ଦାମୀ କାରରେ ଆସିଲେ, ୭ ଲକ୍ଷ ଟଙ୍କାର ସମ୍ବଲପୁରୀ ଶାଢ଼ୀ ଲୁଟିଲେ ୭ ମହିଳା।
୯-ଓଡ଼ିଶାର ଆୟକର ମୁଖ୍ୟ କମିଶନର ଭାବେ ନିଯୁକ୍ତ ହେଲେ ଡକ୍ଟର ଡି ସୁଧାକର ରାଓ।
୧୦-ପାରାଦୀପ ପୋର୍ଟରେ ପହଞ୍ଚିଲା ଇରାନ ତୈଳବାହୀ ଜାହାଜ।ଖର୍ଗ ଦ୍ଵୀପରୁ ୨୭୭,୩୨୧ ମେଟ୍ରିକ ଟନ ଅଶୋଧିତ ତୈଳ ଆଣି ପହଞ୍ଚିଲା।
୧୧-ବେଙ୍ଗାଲୁରୁ:ବେଙ୍ଗାଲୁରୁରେ ଓଡ଼ିଆ ଛାତ୍ରଙ୍କୁ ଅପହରଣ ଘଟଣା, ଗିରଫ ହେଲେ ୪ ସହପାଠୀ ବନ୍ଧୁ।
୧୨-ଯାଜପୁରରେ ବିଭତ୍ସ ହତ୍ୟାକାଣ୍ଡ; ପରକୀୟା ପ୍ରୀତି ଓ ସମଲିଙ୍ଗୀ ସମ୍ପର୍କ ପାଇଁ ସ୍ୱାମୀଙ୍କୁ ମାରିଦେଲା ସ୍ତ୍ରୀ
୧୩-ହନୁମାନ ଜୟନ୍ତୀ ପାଇଁ ସମ୍ବଲପୁରରେ ପୋଲିସ ଛାଉଣୀ, ବିଭିନ୍ନ ଥାନା ପକ୍ଷରୁ ୧୦୭ ଧାରାରେ ଏକାଧିକ ଲୋକଙ୍କୁ ନୋଟିସ୍ ଜାରି।
୧୪-ହାଇଦ୍ରାବାଦଠୁ ୫୭ ରନ୍ ରେ ହାରିଲା ରାଜସ୍ଥାନ, ପଦାର୍ପଣରେ ଘାତକ ବୋଲି,୨ ନବାଗତ,ସାକିବ ଓ ହିଙ୍ଗେ।
୧୫-ରାଜ୍ୟସଭାରେ ବିଜେଡିର ସଂସଦୀୟ ଦଳ ନେତା ଭାବରେ ମାନସ ମଙ୍ଗରାଜଙ୍କୁ ନିଯୁକ୍ତ କଲା ବିଜେଡି।
୧୬-ଆସିବ ‘ନାରୀ ଶକ୍ତି ବନ୍ଦନ ଅଧିନିୟମ’। ସାମ୍ବିଧାନିକ ବ୍ୟବସ୍ଥାରେ ମହିଳାଙ୍କୁ ମିଳିବ ବଡ଼ ଭାଗିଦାରୀ। ସଂସଦରେ ଆସିବ ସଂଶୋଧିତ ‘ନାରୀ ଶକ୍ତି ବନ୍ଦନ ଅଧିନିୟମ’। ଆସନ୍ତା ୧୬ରୁ ୧୮ ପର୍ଯ୍ୟନ୍ତ ସଂସଦର ହେବ ସ୍ୱତନ୍ତ୍ର ଅଧିବେଶନ।
୧୭-ନୂଆ ଦିଲ୍ଲୀ: ଯୁଦ୍ଧ ଯୋଗୁଁ ତେଜିଲା ଦରଦାମ ଚାପ, ଖୁଚୁରା ମୁଦ୍ରାସ୍ଫୀତି ୩.୪%କୁ ବୃଦ୍ଧି।
୧୮-ଆମେରିକାରେ ତୈଳ ବିଶୋଧନାଗାର ଖୋଲିବ ମୁକେଶ ଅମ୍ବାନୀଙ୍କ ରିଲାଏନ୍ସ।
୧୯-ହାଇକୋର୍ଟରେ ନିଜେ ନିଜର ଓକିଲ ହେଲେ ଅରବିନ୍ଦ କେଜରିୱାଲ, ସବୁପକ୍ଷଙ୍କ ଶୁଣାଣି ପରେ ନିଷ୍ପତ୍ତି ସଂରକ୍ଷିତ।
୨୦-ପାରସ୍ଯ ଉପସାଗରରେ କୌଣସି ବନ୍ଦର ସୁରକ୍ଷିତ ରହିବ ନାହିଁ, ଘେରାବନ୍ଦୀ ନେଇ ଆମେରିକାକୁ ଇରାନର ଚେତାବନୀ।
🙏 *ସୁପ୍ରଭାତ, ଗୁଡମର୍ଣିଂ* 🙏
ମହାବିଷୁବ ସଂକ୍ରାନ୍ତି ଓ ଓଡ଼ିଆ ନବବର୍ଷର ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା 💐❤️
