April 24, 2026

ଉମରକୋଟ ଠାରେ ଗଣଶିକ୍ଷା ମନ୍ତ୍ରୀଙ୍କ ଦ୍ଵାରା ବିଭିନ୍ନ ପ୍ରକଳ୍ପର ଭିତ୍ତି ପ୍ରସ୍ତର ସ୍ଥାପନ ଓ ବିର୍ସା ମୁଣ୍ଡ। ପାର୍କ ର ଉଦଘାଟନ……

IMG-20260414-WA0011
Share

 

ଉମରକୋଟ:-(ଏମ୍.ଦୀନା°ଶୁ ଆଚାରୀ)

ଗଣ ଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଙ୍କ ଦ୍ଵାରା ସହର ର ବିଭିନ୍ନ ଭିତ୍ତି ପ୍ରସ୍ତର ସ୍ଥାପନ କରିବା ସହ ହସ୍ପିଟାଲ ସମ୍ମୁଖରେ ଥିବା ବିର୍ସା ମୁଣ୍ଡା ପାର୍କ ଉଦଘାଟନ କରିଛନ୍ତି। ପ୍ରଥମେ ମନ୍ତ୍ରୀ ନୂଆ ବସ ଷ୍ଟାଣ୍ଡ ଠାରେ ୧୬ ଲକ୍ଷ ୯୨ ହଜାର ଟଙ୍କାରେ ନିର୍ମିତ ଅକ୍ଷାଙ୍କାୟ ଶୌଚାଳୟ ଗୃହ କୁ ଉଦଘ।ଟନ କରିଥିଲେ, ପରେ ଜଗନ୍ନାଥ ମନ୍ଦିର ଠାରେ ୧୫ ଲକ୍ଷ ଟଙ୍କା ରେ ଭୋଗ ମଣ୍ଡପ ର ଭିତ୍ତି ପ୍ରସ୍ତର ସ୍ଥାପନ କରିଥିଲେ, ପରେ ପେଣ୍ଡ୍ର।ଣୀ ମନ୍ଦିର ଠାରେ ୪୨ ଲକ୍ଷ ଟଙ୍କା ରେ ମିଆମିକ ସହରାଞ୍ଚଳ ଫରେଷ୍ଟ ପାର୍କ, ଏଠାରେ ହିଁ ୧୦ ଲକ୍ଷ ଟଙ୍କାରେ କମ୍ୟୁନିଟୀ ଗୃହ ଓ ୧୯ ଲକ୍ଷ ଟଙ୍କା ରେ ଅକ୍ଷାଞ୍ଜୟ ଶୌଚାଳୟର ଭିତ୍ତି ପ୍ରସ୍ତର ସ୍ଥାପନ କରିଥିଲେ।ପରେ ଉମରକୋଟ ଉପଖଣ୍ଡ ହସ୍ପିଟାଲ ସମ୍ମୁଖରେ ବିର୍ସା ମୁଣ୍ଡ।ଙ୍କ ନାମରେ ନାମିତ ଏକ ବିରାଟ ପାର୍କର ଜନ ସାଧ।ରଣଙ୍କ ଉଦ୍ଦେଶ୍ୟରେ ଲୋକାର୍ପଣ କରିଥିଲେ। ଏହି ସମସ୍ତ କାର୍ଯ୍ୟକ୍ରମ ରେ ମନ୍ତ୍ରୀ ଙ୍କ ସହ ରାଜ୍ୟ ବିଜେପି ଉପ ସଭାପତି ରମେଶ ଚନ୍ଦ୍ର ସାହୁ, ମନ୍ତ୍ରୀ ଙ୍କ ପ୍ରତିନିଧି ଅଶୋକ କୁମାର ପାଢ଼ୀ, ସାଂସଦ ଙ୍କ ପ୍ରତିନିଧି ରାମ ନାୟକ, ପୌର ପରିଷଦ ର ଅଧକ୍ଷ। ରାଧା ଭତ୍ରା, କାଉନସିଲର ତପନ କୁମାର ଦେବନାଥ, ଚିତ ରଂଜନ ପାତ୍ର, ମନୋଜ କୁମାର ନାୟକ, କନକ ଲତା ନାୟକ, ବିଜେପି ନେତ୍ରୀ ମନ୍ଦିର। ନାୟକ, ସରକାରୀ ଓକିଲ ଶିବ ଶଙ୍କର ପତି , ସନ୍ତୋଷ କୁମାର ସରକାର, ପୌର ପରିଷଦର ନିର୍ବାହୀ ଅଧିକାରୀ ଆଲୋକ କୁମାର ଅନୁଗଳିଆ ଓ ପୌର ପରିଷଦର କର୍ମଚାରୀ ମାନେ ଉପସ୍ଥିତ ଥିଲେ।