April 24, 2026

ଜଙ୍ଗଲ,ପରିବେଷ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ପକ୍ଷରୁ କାର୍ଯ୍ୟାଳୟ ସମ୍ମୁଖରେ ରେ ଜଳ ସେବା କେନ୍ଦ୍ର ଆରମ୍ଭ ..

IMG-20260414-WA0040
Share

 

ମୋହନା( ଜୁନେସ ଶବର )ଗଜପତି ଜିଲ୍ଲା ମୋହନା ବ୍ଲକ ସଦର ମହକୁମା ଠାରେ ଜଙ୍ଗଲ, ପରିବେଷ ଓ ଜଳବାୟୁ ( ବନ ବିଭାଗ )ପକ୍ଷରୁ ଆଜି ନିଜ କାର୍ଯ୍ୟାଳୟ ସମ୍ମୁଖରେ ରେ ବନ ବିଭାଗ ଅଧିକାରୀ ଲଷ୍ମୀ ପ୍ରସାଦ ବିଷୋୟୀ ଅନୁଷ୍ଠାନିକ ଭାବେ ନିଜ କର୍ମଚାରୀ ମାନଙ୍କ ଉପସ୍ଥିତିରେ ଶୁଭାରମ୍ଭ କରିଥିଲେ। ଚଳିତ ବର୍ଷ ଗ୍ରୀଷ୍ମ ଋତୁ ଆରମ୍ଭ ହୋଇଥିବାରୁ ବାଟୋଇ ମାନଙ୍କ ଶୋଷ ଲାଘବ କରିବା ନିମନ୍ତେ ବନ ବିଭାଗ ଅଧିକାରୀ ଏହି ପ୍ରଚେଷ୍ଟା କରିଥିବା ଜଣାପଡିଛି। ଏହା ସଙ୍ଗେ ବାଟୋଇ ମାନଙ୍କ ନିମନ୍ତେ ଜଳ ସେବା କେନ୍ଦ୍ର ଠାରେ ବିଭିନ୍ନ ପ୍ରକାର ସ୍ଲୋଗାନ ଜଙ୍ଗଲ ସୁରକ୍ଷା ନିମନ୍ତେ ଲେଖା ରହିଥିବା ଦେଖିବାକୁ ମିଳିଛି। ଯଦି ବାଟୋଇ ମାନେ ଶୋଷ ମେଣ୍ଟାଇବା ନିମନ୍ତେ ଯଦି ଜଳ ସେବା କେନ୍ଦ୍ର କୁ ଯାଆନ୍ତି ତେବେ ନିଶ୍ଚୟ ବନ ବିଭାଗ ର ସ୍ଲୋଗାନ ପଢି ଜଙ୍ଗଲ ସୁରକ୍ଷା ଦିଗରେ କାର୍ଯ୍ୟ କରିବେ ବୋଲି ବନ ବିଭାଗ ପକ୍ଷରୁ ଜଣାପଡିଛି। ଜଙ୍ଗଲ ବଞ୍ଚିଲେ ମନୁଷ୍ୟ ବଞ୍ଚିବା ସହିତ ବର୍ଷା ମଧ୍ୟ ନିୟମିତ ହୋଇ ଜଙ୍ଗଲ ସୃଷ୍ଟି ହେବ ବୋଲି ଆଶା ରଖିଛନ୍ତି ସ୍ଥାନୀୟ ବନ ଅଧିକାରୀ ଶ୍ରୀ ବିଷୋୟୀ।