May 10, 2026

କଳାହାଣ୍ଡି ବାର ଏସୋସିଏସନ ତରଫରୁ ଡା. ଆମ୍ବେଦକର ଜୟନ୍ତୀ ପାଳିତ।

IMG-20250414-WA0040
Share

 

ଭବାନୀପାଟଣା(ଧୀରଜ ଆଚାର୍ଯ୍ୟ)ଆଜି ପବିତ୍ର ମହାବିଷୁବ ସଂକ୍ରାନ୍ତି ତଥା ଓଡ଼ିଆ ନବ ବର୍ଷ ସହ ଡା.ବି.ଆର ଆମ୍ବେଦକରଙ୍କ ଜୟନ୍ତୀ ଅବସରରେ ଭବାନୀପାଟଣା ଠାରେ କଳାହାଣ୍ଡି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ କଳାହାଣ୍ଡି ବାର ଏସୋସିଏସନ ତରଫରୁ ଡା. ଭୀମ ରାଓ ଆମ୍ବେଦକରଙ୍କ ଜୟନ୍ତୀ ପାଳନ କରାଯାଇଛି। ଏହି ଅବସରରେ ବାର ଏସୋସିଏସନର ଉପସଭାପତି ଶ୍ରୀଯୁକ୍ତ ଗଣେଶ୍ୱର ପଟ୍ଟନାୟକ, ସମ୍ପାଦକ ଶ୍ରୀ ଅଶୋକ କୁମାର ପଟ୍ଟନାୟକ, ସହସମ୍ପାଦକ ଶ୍ରୀ ସାରଣୀ ବେମାଲ ତଥା କୋଷାଧ୍ୟକ୍ଷ ଶ୍ରୀ ମହେଶ ପ୍ରସାଦ ମହାପାତ୍ର ପ୍ରମୁଖ ଡା. ଆମ୍ବେଦକରଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ ତଥା ଡା. ଆମ୍ବେଦକରଙ୍କ ଜୀବନୀ ଉପରେ, ଭାରତର ସମ୍ବିଧାନ ଗଠନରେ ତାଙ୍କର ବଳିଷ୍ଠ ଭୂମିକା ଉପରେ ଅଭିଭାଷଣ ଦେଇ ନିଜ ନିଜର ବ୍ୟକ୍ତବ୍ୟ ପ୍ରଦାନ କରିଥିଲେ।ତଥା ସମସ୍ତ ଓଡିଶାବାସୀଙ୍କୁ ଓଡ଼ିଆ ନବବର୍ଷର ଶୁବେଛା ଜଣାଇଥିଲେ। ଏହି ଅବସରରେ ଅନ୍ୟ ବରିଷ୍ଠ ଆଇନଜୀବୀ ଶ୍ରୀ ଭବେନ୍ଦ୍ର ପଣ୍ଡା, ଶୁଭ୍ରାଂଶୁ ଶେଖର ସାହୁ, ରମେଶ ମହାପାତ୍ର, ପ୍ରତାପ ଖିଲୋ, ପ୍ରଦୀପ ପାତ୍ର, ଛବିଲାଲ ନିଆଲ ତଥା ଟାଉନ ଥାନାର ଅଧିକାରୀ ଗଣ ଉପସ୍ଥିତ ଥିଲେ।