May 18, 2024

ଓଡ଼ିଆ ନବବର୍ଷ ଓ ହନୁମାନ ଜୟନ୍ତୀ ପାଳିତ

Share


କଲ୍ୟାଣସିଂହପୁର-୧୪/୪( ନିପ୍ର)ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ସଦର ମହକୁମା ଗୁଣ୍ଡିଚା ମନ୍ଦିର ନିକଟରେ ଥିବା ହନୁମାନ ମନ୍ଦିର ଠାରେ ପବିତ୍ର ହନୁମାନ ଜୟନ୍ତୀ, ଓଡ଼ିଆ ନବବର୍ଷ ଓ ମହାବିଷୁବ ପଣା ସଂ କ୍ରାନ୍ତି ମହା ସମାରୋହରେ ପାଳିନ କରାଯାଇଛି ।ଆଜି ସକାଳୁ ପୂଜକ ହନୁମାନ ମନ୍ଦିରରେ ରୀତିନୀତି ଅନୁଯାୟୀ ପୂଜାପାଠ, ହୋମଯଜ୍ଞ ହନୁମାନ ଚାଳିସା ପାଠ କରିବା ସହ ହନୁମାନ ଚାଳିସା ବହି ବଣ୍ଟନ କରାଯାଇଛି ।ମନ୍ଦିର ପରିଚାଳନା କମିଟି ତରଫରୁ ପଣା ଭୋଗ ଲାଗି କରିବା ପରେ ଲୋକଙ୍କୁ ବଣ୍ଟନ କରିଥିଲେ ଓ ମଧ୍ୟାହ୍ନ ରେ ପ୍ରାୟ୩ହଜାର ଲୋକଙ୍କୁ ବଣ୍ଟନ କରିଥିଲେ ।ସେହି ପରି ଗ୍ରାମରେ ଥିବା ସମସ୍ତ ହନୁମାନ ମନ୍ଦିର ବ୍ୟତୀତ ଶିବମନ୍ଦିର, ଜଗନ୍ନାଥ ମନ୍ଦିର, ରାମ ମନ୍ଦିର ଦୁର୍ଗା ମନ୍ଦିର ଓ ସମସ୍ତ ଦେବଦେବୀ ପୀଠରେ ସ୍ବତନ୍ତ ଉତ୍ସବ ସାଙ୍ଗକୁ ରୀତିନୀତି ଅନୁଯାୟୀ ପୂଜା ପାଠ କରାଯାଇଛି ।ଭକ୍ତ ମାନେ ସମସ୍ତ ଦେବଦେବୀ ଦର୍ଶନ କରିଥିଲେ ।ଏଅବସରରେ ସମସ୍ତ ଦାଣ୍ଡ ଅଗଣାରେ ଓଡ଼ିଆ ନବବର୍ଷ କୁ ସ୍ୱାଗତ କରିଥିଲେ । କେତେ ଦେବାଦେବୀ ମନ୍ଦିରରେ ସକାଳୁ ପଣା ଭୋଗ କରିଥିବା ବେଳେ ଆଉ କେତେ ମନ୍ଦିରରେ ସନ୍ଧ୍ୟାରେ ପଣା ଭୋଗ କରି ଥିଲେ । ଜଗନ୍ନାଥ ମନ୍ଦିରରେ ନୂତନ ପଞ୍ଜିକା କୁ ପୂଜାକରି ପଠନ କରିଥିଲେ ।ସେହି ପାଞ୍ଜି ଆଜିଠାରୁ ଶୁଭାରମ୍ଭ କରାଯାଇଛି । ସନ୍ଧ୍ୟାରେ ଶିକ୍ଷକ ସଂଘ ତରଫରୁସନ୍ଧ୍ୟାରେ ଶିବମନ୍ଦିର ପ୍ରାଙ୍ଗଣରେ ପଣା ଭୋଗ କରି ବଣ୍ଟନ କରିଛନ୍ତି । ସେହିପରି ବ୍ଲକରେ ଥିବା ସମସ୍ତ ଦେବାଳୟ ରେ ମଧ୍ୟ ହନୁମାନ ଜୟନ୍ତୀ ଓ ମହାବିଷୁବ ପଣା ସଂକ୍ରାନ୍ତି ପାଳନ କରାଯାଇଛି ।ବ୍ଲକର କିଛି ସ୍ଥାନରେ ୧୩୩ତମ ଆମ୍ବେଦକର ଜୟନ୍ତୀ ପାଳନ କରାଯାଇଛି ।