June 27, 2026
drum
Share

କଲ୍ୟାଣସିଂହପୁର-୧୩/୪ (ନିପ୍ର) ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକରେ ବିଭିନ୍ନ ସ୍ଥାନରେ ବିଶୁଦ୍ଧ ପାନୀୟ ଜଳ ଅପଚୟ ହେଉଥିବା ଦେଖିବାକୁ ମିଳିଛି ।ଗ୍ରୀଷ୍ମ ଋତୁରେ ପ୍ରବଳ ଖରା ରେ ମୁନ୍ଦାଏ ପାଣି ପାଇଁ ଲୋକ ମାନେ ଆହାକାର ହେଉଥିବା ବେଳେ ଏହିଠାରେ ବିଶୁଦ୍ଧ ପାନୀୟ ଜଳ ଅପଚୟ ହେଉଥିବା ଦେଖିବାକୁ ମିଳିଛି ।ସଦର ମହକୁମାର ବଡବ୍ରାହ୍ମଣ ସାହିରେ ଥିବା ଷ୍ଟାଣ୍ଡ ପଏଣ୍ଟରେ କେବଳ ସିମେଣ୍ଟ ତିଆରି ଖମ୍ବ ରହିଛି ସେଥିରେ ରହିଥିବା ଲୁହା ପାଇପ କେହି ନେଇଯାଇଥିବା ଅଭିଯୋଗ ହୋଇଛି ।ସେଥିରେ ଲୁହା ପାଇପ ନଥିବାରୁ ଲୋକେ ପାଣି ନେବା ପାଇଁ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।ଯାହା ଫଳରେ ବିଶୁଦ୍ଧ ପାନୀୟ ଅପଚୟ ହେଉଛି ।ସେହିପରି ମୁଖ୍ୟ ରାସ୍ତାରେ ଥିବା ଆର ନାଗେଶ ରାଓ ଓ ଜି ମୁଟୁଲା ଏହି ଦୁଇଘର ଲୋକେ ଘରକୁ ପାଇପ ଲାଇନ ନେଇଛନ୍ତି ।କିନ୍ତୁ ତାହା ଫାଟି ରାସ୍ତାରେ ବିଶୁଦ୍ଧ ପାନୀୟ ଗୁଡିକ ନଷ୍ଟ ହେଇଚି ।ଏହି ସମ୍ପର୍କରେ ସ୍ଥାନୀୟ ସରପଞ୍ଚ ଗୌତମ ବାର୍ଲି ,ଜଳଯୋଗାଣର କନିଷ୍ଠ ଯନ୍ତ୍ରୀ ଙ୍କୁ ବାରମ୍ଭାର ଅଭିଯୋଗ କରିଆସୁଥିଲେ ମଧ୍ୟ ତାର କୌଣସି ମରାମତି କରାଯାଇପାରୁ ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଏହାକୁ ତୁରନ୍ତ ମରାମତି କରିବା ପାଇଁ ସାଧାରଣ ରେ ଦାବି ହେଉଛି ।