May 10, 2026

ଉମରକୋଟ ଠାରେ ଅବକାରୀ ବିଭାଗ ଦ୍ଵାରା ୯କେଜି ଗଞ୍ଜେଇ ଜବତ, ଜଣେ ଗିରଫ……..

IMG-20250214-WA0015
Share

 

ଉମରକୋଟ:-(ଏମ୍.ଦିନା°ଶୁ ଆଚାରୀ) ଉମରକୋଟ ଅବକାରୀ ବିଭାଗର କର୍ମଚାରୀ ମାନେ ଉମରକୋଟ ନିକଟସ୍ଥ ବଡ଼ ବାସିନୀ ଠାରେ ପେଟ୍ରଲିଂ କରୁଥିବା ସମୟ ରେ ଧର୍ମଲାଲ ମାଝି ନାମକ ଜଣେ ବ୍ୟକ୍ତି ଗୋଟାଏ ବେଗ ରେ ଗଂଜେଇ ଆଣୁଥିବା ବେଳେ ସନ୍ଧେହ କରି ଅଟକ ରଖି ଖ।ନ ତଲାସି କରିଥିବା ସମୟରେ ତା ନିକଟ ଗଞ୍ଜେଇ ମିଳିଥିଲା ଯାହାର ଓଜନ 9 କିଲୋଗ୍ରାମ ହେବ। ଧର୍ମଲାଲ ର ଘର ବଡ଼ ବାସିନୀ। ଆଜି ଆସାମୀ କୁ କର୍ଟ ଚାଲାଣ କରା ଯାଇଛି। ଏହି ସମୟରେ ଅବକାରୀ ନିରୀକ୍ଷକ ରଞ୍ଜୁ ଲତା ବାରିକ, ଏ ଏସ ଆଇ ମନୋଜ କୁମାର ପ୍ରଧାନ, ସୁବାସ ଚନ୍ଦ୍ର ଗୌଡ଼ , ଛତର ଗଣ୍ଡ ଓ ଜ୍ୟୋସ୍ନା ହରିଜନ ପ୍ରମୁଖ ଅବକାରୀ କର୍ମଚାରୀ ମାନେ ଉପସ୍ଥିତ ଥିଲେ।