September 25, 2026

ଉମରକୋଟ ନିକଟସ୍ଥ ଚଡେଇଗୁଡ଼ା ଉଚ୍ଚ ବିଦ୍ୟାଳୟ ଠାରେ ବାର୍ଷିକ ଉତ୍ସବ ପାଳିତ…………

IMG-20250214-WA0014
Share

 

 

ଉମରକୋଟ:- (ଏମ୍.ଦିନା°ଶୁ ଆଚାରୀ) ସ୍ଥାନୀୟ ଚଢ଼େଇଗୁଡ଼ା ଉନ୍ନୀତ ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବ ତଥା ପୁରସ୍କାର ବିତରଣୀ ସମାରୋହ ଅନୁଷ୍ଠିତ ହୋଇଯାଇଛି। ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ପ୍ରାକ୍ତନ ସାହିତ୍ୟ ଏକାଡେମୀ ସଦସ୍ୟ ବଲ୍ଲଭ ରାଉତ ଯୋଗ ଦେଇ ଶିକ୍ଷାର୍ଥୀ ମାନଙ୍କର ବ୍ୟକ୍ତିତ୍ୱର ସାମଗ୍ରିକ ବିକାଶ ପାଇଁ ନିୟମିତ ଉପସ୍ଥାନ ଉପରେ ଗୁରୁତ୍ବ ଆରୋପ କରିଥିଲେ। ମୁଖ୍ୟ ବକ୍ତା ଭାବେ ଅବସରପ୍ରାପ୍ତ ଶିକ୍ଷକ କେଦାରେଶ୍ୱର ପଟ୍ଟନାୟକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଶିକ୍ଷାର ପ୍ରଚାର ପ୍ରସାର ଯୋଗୁ ହିଁ ବିକାଶ ସମ୍ଭବ ହୋଇଛି ବୋଲି ଆଲୋଚନା କରିଥିଲେ। ଅବସରପ୍ରାପ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଉଗ୍ରସେନ ନାୟକ ବିଶିଷ୍ଟ ଅତିଥି ଭାବେ ଯୋଗ ଦେଇ ନୂତନ ଶିକ୍ଷାନୀତି-୨୦୨୦ ହିଁ ଶିକ୍ଷା କ୍ଷେତ୍ରରେ ଭାରତକୁ ବିଶ୍ୱ ସମକ୍ଷକ କରିପାରିବ ବୋଲି ଆଲୋଚନା କରିଥିଲେ। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରଫୁଲ୍ଲ କୁମାର ରାଉତ କାର୍ଯ୍ୟକ୍ରମରେ ସଭାପତିତ୍ବ କରିଥିବାବେଳେ ଶିକ୍ଷକ ଭାଗବତ ଚନ୍ଦ୍ର ଦାଶ ମଞ୍ଚ ପରିଚାଳନା କରିଥିଲେ। ଇତି ଅବସରରେ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ତ୍ରିଲୋଚନ ହରିଜନ ଓ ପଞ୍ଚସଖା ସେତୁ ଅଭିଯାନର ସଭାପତି ବଳରାମ ଗଣ୍ଡଙ୍କୁ ଟ୍ରଫି ଓ ଉପଢ଼ୌକନ ପ୍ରଦାନପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା। ବିଭିନ୍ନ ପ୍ରତିଯୋଗିତା ରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀମାନଙ୍କୁ ଅତିଥିମାନେ ସାର୍ଟିଫିକେଟ ଓ ଟ୍ରଫି ପ୍ରଦାନ କରିଥିଲେ। ପ୍ରଧାନ ଶିକ୍ଷକ ପ୍ରଫୁଲ୍ଲ କୁମାର ରାଉତଙ୍କ ନେତୃତ୍ୱରେ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ, ସର୍ବଶ୍ରୀ ଶ୍ରୀନିବାସ ପାଢ଼ୀ, ତ୍ରିନାଥ ଭତ୍ରା, ଆଦିତ୍ୟ କୁମାର ମହାରଣା, ବିଜୟ ପ୍ରଧାନ, ଜୟଶ୍ରୀ ସାହୁ, ରଶ୍ମିତା ବରାଳ, ଚଞ୍ଚଳା ବାଳା, ସୁଦର୍ଶନ ହରିଜନ, ପ୍ରିତିମୟୀ ଦାସ, ଅନୀମା ସାମଲ, ଆକୁଳ ବିଶ୍ୱାସ ଓ ଲୁନାରାଣି ରାଉତ ବିଭିନ୍ନ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।