May 10, 2026

ଉମରକୋଟ ଠାରେ ବ୍ଳକ ସ୍ତରୀୟ ଆଇନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ………..

IMG-20250214-WA0017
Share

ଉମରକୋଟ:-(ଏମ୍.ଦିନା°ଶୁ ଆଚାରୀ) ଉମରକୋଟ ଶିଶୁ ବିକାଶ ପ୍ରକଳ୍ପ ବିଭାଗ ପକ୍ଷରୁ ବ୍ଳକ ସ୍ତରୀୟ ଆଇନ ସଚେତନତା କାର୍ଯ୍ୟକ୍ରମ ଉମରକୋଟ ବ୍ଲକ୍ ସମ୍ମିଳନୀ କକ୍ଷ ଠାରେ ଅନୁଷ୍ଠିତ ହେଇ ଥିଲା। ଉମରକୋଟ ବ୍ଲକ ସି ଡି ପି ଓ ସଞ୍ଜୁକ୍ତା ବେହେରା ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଉମରକୋଟ ପୌର ପରିଷଦ ର ଅଧ୍ୟକ୍ଷା ରାଧା ଭତ୍ରାଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବରେ ସାଂସଦ ଙ୍କ ପ୍ରତିନିଧି ରାମ ନାୟକ, ମନ୍ତ୍ରୀଙ୍କ ପ୍ରତିନିଧି ଅଶୋକ କୁମାର ପାଢ଼ୀ , ଜିଲ୍ଲା ପରିଷଦ ସଭ୍ୟ। ଛାୟା ବିଶ୍ବାସ , ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଦ୍ରପଦି କଅର, ଏବିଡିଓ ଡକ୍ଟର ଜିତେନ୍ଦ୍ର କୁମାର ସାମଲ ,ବିଜେପି ସାଧାରଣ ସମ୍ପାଦିକା ମନ୍ଦିରା ନାୟକ ଉମରକୋଟ ପୌର ନିର୍ବାହୀ ଅଧିକାରୀ ଆଲୋକ ଅନୁଗୁଳିଆ, ମହିଳା ଆଇନଜୀବୀ ଭାବନା ତ୍ରିପାଠୀ, ପୋଲିସ ଏସ ଆଇ ପୂର୍ଣ୍ଣିମା ଟେଟେ, କିସାନି ପଟ୍ଟନାୟକ , ରମା ପଟ୍ଟନାୟକ ଓ ଫକିର ଚରଣ ରାଉତ ପ୍ରମୁଖ ମଞ୍ଚାସୀନ ଥିଲେ। ଏହି ଅବସରରେ ଘରୋଇ ହିଂସା ନିବାରଣ ଆଇନ, ବେଟି ବଚାଓ ବେଟି ପଢାଓ, ଭୃଣ ନିରୂପଣ ନିବାରଣ ଆଇନ, ବାଲ୍ୟବିବାହ, ଯୌତୁକ ନିବାରଣ ଆଇନ, କର୍ମସ୍ଥଳରେ ମହିଳାଙ୍କୁ ଯୌନ ଶୋଷଣ ନିବାରଣ ଆଇନ, ଡାହାଣୀ ନିବାରଣ ଆଇନ, ମହିଳା ଚାଲାଣ ଆଇନ ଉପରେ ଆଲୋଚନା କରାଯାଇଥିଲା। ଅନ୍ୟମାନଙ୍କ ମଧ୍ୟରେ ସମସ୍ତ ଅଙ୍ଗନବାଡି କର୍ମୀ,ଏମବିକେ, ସିଆରପି, କଲେଜ ଛାତ୍ରୀମାନେ ଉପସ୍ଥିତ ଥିଲେ।