November 23, 2024

କାକଟପୁରରେ ବିଶାଳ ତିରଙ୍ଗା ଯାତ୍ରା

Share

 

 

ଗ୍ରାମୀଣ ଚାରିଟେବୁଲ ସେବା ଟ୍ରଷ୍ଟ ପକ୍ଷ୍ୟରୁ ବିଶାଳ ତିରଙ୍ଗା ଶୋଭାଯାତ୍ରା ବିଶ୍ଵାମିତ୍ର ମଠରୁ ଆରମ୍ଭ ହୋଇ ମା ମଙ୍ଗଳାଙ୍କ ମନ୍ଦିର ଦେଇ ଅନୁଷ୍ଠିତ ହୋଇଯାଇଛି । ପୁଲୱାମା ଆକ୍ରମଣକୁ ୪ ବର୍ଷ ପୂର୍ତ୍ତି ଅବସରରେ ସାରା ଦେଶ ଆଜି ଭାରତୀୟ ଯବାନମାନଙ୍କ ସେହି ବୀରତ୍ୱର ଗାଥା ଓ ବଳିଦାନକୁ ସ୍ମରଣ କରିବା ସହିତ ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରୁଛି। ୧୪ ଫେବୃଆରୀ ୨୦୧୯ । ପୂର୍ବବର୍ଷ ଭଳି ସେଦିନ ମଧ୍ୟ ଭାଲେଣ୍ଟାଇନ ଡେ ପାଳନ କରୁଥିଲେ ଦେଶର ଯୁବବର୍ଗ। ହେଲେ ହଠାତ ଦ୍ୱିପ୍ରହର ୩.୩୦ ଏପରି ଏକ ଖବର ଆସି ପହଞ୍ଚିଲା ଯାହା ସମଗ୍ର ଦେଶରେ ଶୋକର ଛାୟା ଖେଳାଇଦେଇଥିଲା।

ଅଚାନକ ଯେମିତି ସବୁ କିଛି ବଦଳି ଗଲା । ସ୍ତବ୍ଧ ହୋଇଗଲା ସମଗ୍ର ଦେଶ। ଯେତେବେଳେ ଖବର ମିଳିଲା ଜମ୍ମୁ କାଶ୍ମୀର ପୁଲୱାମାରେ ଏକ ବଡ ଧରଣର ଆତଙ୍କୀ ଆକ୍ରମଣ ହୋଇଛି । ଆଉ ଏହି ଆକ୍ରମଣରେ ୪୦ ସେଣ୍ଟ୍ରାଲ ରିଜର୍ଭ ପୁଲିସ୍ ଫୋର୍ସ କର୍ମଚାରୀଙ୍କର ମୃତ୍ୟୁ ହୋଇଛି।

୨୦୧୯ ମସିହା ଫେବୃଆରୀ ୧୪ ତାରିଖରେ ଦେଶକୁ ଦୋହଲାଇ ଦେଇଥିଲା ଏହି ଆକ୍ରମଣକୁ ୪ ବର୍ଷ ପୁରିଛି । ଆକ୍ରମଣ ସେ ଦୃଶ୍ୟ ଆଖି ସାମନାକୁ ଆସିବା କ୍ଷଣି ଆଜି ବି ଶିହରି ଉଠେ ଦେହ। ଶହୀଦଙ୍କ ପାଇଁ ଆଜି ବି ଲୁହ ଗଡାଉଛନ୍ତି ଦେଶବାସୀ । ଆକ୍ରମଣରେ ଦେଶ ପାଇଁ ଜୀବନ ଦେଇଥିବା ସହିଦଙ୍କୁ ଆଜି ବି ଝୁରୁଛି ମାଟି, ଆଉ ଦେଶ ପାଇଁ ହସି ହସି ପ୍ରାଣବଳୀ ଦେଇଥିବା ସହିଦଙ୍କୁ ମନେ ପକାଇ ଗୁମୁରି କାନ୍ଦୁଛନ୍ତି ପରିବାର ଆଉ ମାତୃଭୂମି ।

ଜମ୍ମୁ-ଶ୍ରୀନଗର ରାଷ୍ଟ୍ରୀୟ ରାଜମାର୍ଗ ଦେଇ ୨୫୦୦ ଯବାନଙ୍କୁ ନେଇ ୭୮ ଟି ବସ୍ ଯାଉଥିଲା । ଆଉ ସବୁଦିନ ପରି ଯବାନମାନେ ନିଜ ଗନ୍ତବ୍ୟ ସ୍ଥଳକୁ ଆଗେଇ ଚାଲିଥିଲେ। ସିଆରପିଏଫ୍ ଯବାନଙ୍କ ଗାଡି ପୁଲୱାମା ପହଁଚିବା ପୂର୍ବରୁ ହିଁ ରାସ୍ତାର ଆରପଟରୁ ଆସୁଥିବା ଗୋଟିଏ କାର୍ ଗାଡିକୁ ଧକ୍କା ଦେଇଥିଲା । କେହି କିଛି ବୁଝିବା ପୂର୍ବରୁ ଏତେ ଜୋର୍ ରେ ବିସ୍ଫୋରକ ହୋଇଥିଲା ଯେ ଏଥିରେ ସାରା ଦେଶର ଛାତି ଥରି ଉଠିଲା ।ବିସ୍ଫୋରଣ ଏତେ ଜୋରରେ ହୋଇଥିଲା ଯେ, ଏହାର ଆଖପାଖ ୧୦ରୁ ୧୨ କିଲୋମିଟର ଯାଏଁ ସାରା ଅଂଚଳ ଏକ ପ୍ରକାର ଥରି ଯାଇଥିଲା। ରାସ୍ତାରେ ପଡିଥିଲା ଯବାନଙ୍କ ଖଣ୍ଡ ବିଖଣ୍ଡିତ ରକ୍ତାକ୍ତ ଶରୀର। କେହି କିଛି ବୁଝିବା ଆଗରୁ ସବୁକିଛି ଶୂନ୍ୟ ହୋଇଯାଇଥିଲା।

ଆତଙ୍କବାଦୀ ଆଦିଲ୍ ଅହମ୍ମଦର ଆତ୍ମଘାତୀ ବିସ୍ଫୋରଣରେ ଘଟଣାସ୍ଥଳରେ ହିଁ ଟଳିପଡିଲେ ସିଆରପିଏଫର ଅନେକ ଯବାନ । କେବଳ ଏତିକି ନୁହେଁ, କୋହଲା ପାଗର ସୁଯୋଗ ନେଇ ଯବାନଙ୍କ ଉପରେ ଆତଙ୍କବାଦୀ ପୁଣି କରିଥିଲେ ଅନ୍ଧାଧୁନ୍ ଗୁଳିମାଡ଼ ।

ଭାରତୀୟ ସେନା ପୁଲୱାମା ଆକ୍ରମଣର ଠିକ୍ ୧୨ ଦିନ ପରେ ଆତଙ୍କୀଙ୍କ ଉପରେ ଆକ୍ରମଣ କରିଥିଲା । ଫେବୃୟାରୀ ୨୬ ଭାରତୀୟ ବାୟୁସେନା ପାକ୍ ସ୍ଥିତ ବାଲାକୋଟର ଆତଙ୍କୀ ସଂଗଠନ ଜୈସ୍ – ଏ – ମହମ୍ମଦ ଉପରେ ଏୟାର୍ ଷ୍ଟ୍ରାଇକ୍ କରିଥିଲା । କିନ୍ତୁ ଆଜିର ଦିନଟି ସବୁଦିନ ପାଇଁ ଭାରତୀୟଙ୍କ ମନରେ ଏକ ଅଭୁଲା ସ୍ମୃତି ହୋଇ ରହିବ। ଆଉ ସମସ୍ତଙ୍କ ମନରେ ପ୍ରତିଶୋଧର ନିଆଁ ଜଳୁଥିବ। କାରଣ ଆଜିର ଦିନରେ ନିଜର ବୀର ପୁତ୍ରଙ୍କୁ ହରାଇଥିଲା ଥିଲା ଦେଶ।ପ୍ରିୟବ୍ରତ ବିଶ୍ଵାଳ, ରୁପରଞ୍ଜନ ସାହୁ,ସମାଜସେବୀ ନିରଞ୍ଜନ ମୁଦୁଲି,ନରେଶ ପତି , ଲିକୁ ବେହେରା , ସୁବ୍ରତ ସ୍ବାଇଁ , ମଳୟରଞ୍ଜନ ଦାସ , ଜିତେନ୍ଦ୍ର ସ୍ବାଇଁ, ପିଣ୍ଟୁ ଭାଇ , ବିଶ୍ୱଜିତ ସେଠୀ, କ୍ଷେତ୍ର ମୋହନ ସାହୁ ପ୍ରିନ୍ସପାଲ ଜାହାନ ପବ୍ଲିକ ସ୍କୁଲ ଓ କାକଟପୁର ମଙ୍ଗଳା ମହାବିଦ୍ୟାଳୟର NCC ପିଲା,ବ୍ରିଲିଆଣ୍ଟ ଶିକ୍ଷା କେନ୍ଦ୍ର । ପୋଲିସ ଓ ମିଡ଼ିଆ ବନ୍ଧୁ ମାନଙ୍କ ସହଯୋଗରେ ତିରଙ୍ଗା ଯାତ୍ରା ସଫଳ ହୋଇଛି ।ସେଥିପାଇଁ ଆଜିର ଦିନକୁ କଳା ଦିବସ ଭାବେ ଘୋଷଣା କରାଯାଇଥିଲା।

ଦୁଃଶାସନ ନାୟକ,ଅସ୍ତରଙ୍ଗ