September 25, 2026

ନୂଆଁ ସ୍ବପ୍ନ ଗଞ୍ଜାମ ସହରରେ ବିକାଶ ନିର୍ମାଣ ହେବ ରାମ ମନ୍ଦିର

IMG-20250114-WA0002
Share

 

 

ଗଞ୍ଜାମ =ପ୍ରଦୀପ କୁମାର ପଣ୍ଡା

 

ଯୁବ ପୀଡିଙ୍କ ହାତରେ ଗଞ୍ଜାମ ସହରାଞ୍ଚଳ l ଖୁବ ଶୀଘ୍ର ନିର୍ମାଣ ହେବାକୁ ଯାଉଛି ରାମ ମନ୍ଦିର l ସ୍ଥାନୀୟ ଅଞ୍ଚଳର ନୂଆଁ କରି ଗାଡ଼ିଥିବା ସୀତାରାମ ଫାଉଣ୍ଡେସନ ପକ୍ଷରୁ ଏହାର ସମସ୍ତ ଦାୟିତ୍ୱ ବହନ କରିବ l ଏଥିପାଇଁ କଲେଜ ରୋଡ଼ ସ୍ଥିତ ମା ବୁଢ଼ୀ ଠାକୁରାଣୀ ମନ୍ଦିର ପ୍ରାଙ୍ଗଣରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା l ରାମ ମନ୍ଦିର ନିର୍ମାଣ ନିମନ୍ତେ ଅର୍ଥ କେଉଁଠୁ ଆସିବ, କେତେ ଅର୍ଥ ଖର୍ଚ୍ଚ ହେବ,କେଉଁଠାରେ ନିର୍ମାଣ ହେବ ସେଥିପାଇଁ ସ୍ଥାନ ଚି଼ହ୍ନଟ ଆଦି ଆଲୋଚନା ହୋଇଥିଲା l ବିଭିନ୍ନ ଅଞ୍ଚଳର ଯୁବ ସ୍ବେଛାସେବୀଙ୍କୁ ନେଇ ସୀତାରାମ ଫାଉଣ୍ଡେସନ ଗଠନ ହୋଇଥିଲା l ଉକ୍ତ ଫାଉଣ୍ଡେସନ ସଦସ୍ୟ ମାନେ ପ୍ରତ୍ୟେକ ସମୟରେ ଅବହେଳିତ, ନିଶ୍ୱେଶୀତ ତଥା ଅସହାୟଙ୍କୁ ସହଯୋଗ, ଗଛ ଲଗେଇବା ଓ ଗଛରେ ପାଣି ଦେବା ସଫେଇ ଆଦି କାର୍ଯ୍ୟକ୍ରମ ହାତକୁ ନେଇ ବେଶ ପ୍ରଶଂସିତ ହୋଇଥିବା ବେଳେ ରାମ ମନ୍ଦିର ନିର୍ମାଣ ପାଇଁ ଅଣ୍ଟା ଭିଡ଼ିଛନ୍ତି ଯାହାକୁ ବୁଦ୍ଧିଜୀବୀ ମହଲରେ ଉଚ୍ଚ ପ୍ରଶଂସା କରାଯାଇଛି l ଆଲୋଚନା ବୈଠକରେ ପୂର୍ବତନ କାଉନ୍ସିଲର ତଥା ଭରସା ଅନୁଷ୍ଠାନ ସମ୍ପାଦକ ଦୁର୍ଗା ମାଧବ ପାଣିଗ୍ରାହୀ, ଯୁବ ସ୍ବେଛାସେବୀ ସୁଧୀର କୁମାର ପାଢ଼ୀ, କୁନା ରେଡି, କାଁହୁ ଦଳାଇ, ପ୍ରଭାତ ସ୍ୱାଇଁ,ଅମନ କୁମାର ସାହୁ, ରାଜେଶ ଦାସ,ଗଣପତି ବେହେରାଙ୍କ ସମେତ ପଚାଶରୁ ଉର୍ଦ୍ଧ ଯୁବ ଗୋଷ୍ଠୀ ଉପସ୍ଥିତ ଥିଲେ l

You may have missed