April 24, 2026

ଜିଲ୍ଲାସ୍ତରୀୟ ପୋଲିସ ଏବଂ ଅଭିଯୋଜନ ବିଭାଗର ସମନ୍ଵୟ ବୈଠକ

IMG-20251213-WA0018
Share

 

ଅନୁଗୋଳ ଜିଲ୍ଲା ଆରକ୍ଷୀ ଅଧିକ୍ଷକ କାର୍ଯ୍ୟାଳୟରେ ପୋଲିସ ଏବଂ ଅଭିଯୋଜନ ବିଭାଗର ବରିଷ୍ଠ ଅଧିକାରୀଙ୍କ ମଧ୍ୟରେ ଏକ ସମନ୍ଵୟ ବୈଠକ ଅନୁଷ୍ଠିତ ହୋଇଥିଲା। ଜିଲ୍ଲା ଆରକ୍ଷୀ ଅଧିକ୍ଷକ ରାହୁଲ ଜୈନ ଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା। ଜିଲ୍ଲା ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ରାଜୀବ ଲୋଚନ ପଣ୍ଡା ବୈଠକ ପ୍ରାରମ୍ଭିକ ଅଭିଭାଷଣ ପ୍ରଦାନ କରିବା ସହିତ ବୈଠକ ଆୟୋଜନ ର ମୁଖ୍ୟ ଲକ୍ଷ ଉପରେ ଆଲୋକ ପାତ କରିଥିଲେ।

ଏଥିରେ ଅଭିଯୋଜନ ବିଭାଗର ଡେପୁଟି ଡାଇରେକ୍ଟର ଗଣେଶ କୁମାର ବେହେରା, ଜିଲ୍ଲା ପବ୍ଲିକ ପ୍ରେସକ୍ୟୁଟର ପ୍ରଶାନ୍ତ କୁମାର ମଲିକ, ବିଭାଗର ଦୁଇ ଉପନିର୍ଦ୍ଦେଶୀକା ହରପ୍ରିୟା ସ, ଓ ରୀତା ମିଞ୍ଜ, ଜିଲ୍ଲାର ବହୁ ମାନ୍ୟଗଣ୍ୟ ପ୍ରେସକ୍ୟୁଟର ଯୋଗଦେଇ ନିଜର ମତବ୍ୟକ୍ତ ପ୍ରଦାନ କରିଥିଲେ। ପୋଲିସ ବିଭାଗର ଦୁଇ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ରାଜୀବ ଲୋଚନ ପଣ୍ଡା ଏବଂ ଉପାସନା ପାଢି, ଡିଏସସି ଅଶ୍ଵିନି କୁମାର ପଣ୍ଡା, ଲଳିତା ଲାକ୍ରା ଏବଂ ଜିଲ୍ଲାର ସମସ୍ତ ଏସଡିପିଓ ଏବଂ ଥାନା ଅଧିକାରୀ ମାନେ ଯୋଗଦାନ କରି ନିଜ ନିଜର ତଦନ୍ତ ସମୟରେ ଆସୁଥିବା ସମସ୍ୟା ଉପରେ ସମସ୍ତଙ୍କର ଦୃଷ୍ଟି ଆକର୍ଷଣ କରିଥିଲେ।

ଉପନିର୍ଦ୍ଦେଶକ ଗଣେଶ କୁମାର ବେହେରା ବିଭିନ୍ନ ଅପରାଧର ରହୁଥିବା ଆଇନଗତ ତ୍ରୁଟି କିପରି ସୁଧାର ଆସିପାରିବ ତା ଉପରେ ନିଜର ବହୁ ମୂଲ୍ୟ ମତ ପ୍ରଦାନ କରିଥିଲେ। ନୂତନ ଆଇନ୍ ପ୍ରଣୟନ ଉପରେ କିପରି ଦଣ୍ଡ ହାର ବୃଦ୍ଧି ପାଇବା ସହ ପୀଡିତା କିପରି ତ୍ଵରିତ ନ୍ୟାୟ ପାଇବ, ପ୍ରକୃତ ଅପରାଧିଙ୍କ ବିରୋଧରେ ଅଭିଯୋଗ ଫର୍ଦ୍ଦ ସଠିକ ସମୟରେ ନ୍ୟାୟାଳୟ ରେ ଦାଖଲ ସହ ଅପରାଧିଙ୍କୁ ଦଣ୍ଡ ବିଧାନ କରିବା ଦିଗରେ ପୋଲିସ ଏବଂ ସରକାରୀ ଓକିଲ ମାନଙ୍କର ପ୍ରମୁଖ ଭୂମିକା ଉପରେ ଆଲୋଚନା ହୋଇଥିଲା। ସର୍ବଶେଷରେ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ରାଜୀବ ଲୋଚନ ପଣ୍ଡା ବୈଠକରେ ଯୋଗଦେଇ ସଭା ଟିକୁ ସାଫଲ୍ୟ ମଣ୍ଡିତ କରିଥିବାରୁ ପୋଲିସ ଏବଂ ଅଭିଯୋଜନ ବିଭାଗର ସମସ୍ତ ଅଧିକାରୀଙ୍କୁ ଧନ୍ୟବାଦ ଅର୍ପଣ କରିବା ପୂର୍ବକ କୃତଜ୍ଞତା ଜ୍ଞାପନ କରିଥିଲେ।