April 25, 2026

ଶ୍ରୀମନ୍ଦିର ପହିଲି ଭୋଗ ନୀତି ନିର୍ଘଣ୍ଟକୁ ଅନୁମୋଦନ: ୧୬ ଡିସେମ୍ବରରୁ ୧୩ ଜାନୁଆରୀ ପର୍ଯ୍ୟନ୍ତ ଚାଲିବ ସ୍ବତନ୍ତ୍ର ନୀତି

IMG-20251213-WA0016
Share

 

ଶୃଙ୍ଖଳିତ ଦର୍ଶନ ପାଇଁ ସେବାୟତମାନେ ଗଠନ କରିବେ ସବ୍ କମିଟି । ତିନି ପ୍ରଶାସନ ଓ ସ୍ବେଛାସେବୀକୁ ନେଇ ସେବକମାନେ ଶୃଙ୍ଖଳିତ ଦର୍ଶନ ନେଇ ବିଚାର ବିମର୍ଶ କରିବେ ।

 

ଶ୍ରୀମନ୍ଦିର ପହିଲି ଭୋଗ ନୀତି ନିର୍ଘଣ୍ଟକୁ ଉଭୟ ଛତିଶା ନିଯୋଗ ଓ ନୀତି ସବ୍ କମିଟିର ଅନୁମୋଦନ । ୧୬ ଡିସେମ୍ବରରୁ ୧୩ ଜାନୁଆରୀ ପର୍ଯ୍ୟନ୍ତ ପହିଲି ଭୋଗ ନୀତି ପାଇଁ ରାତ୍ରୀ ୨ଟାରୁ ହେବ ଦ୍ଵାରଫିଟା । ଶୃଙ୍ଖଳିତ ଦର୍ଶନ ପାଇଁ ସେବାୟତମାନେ ଗଠନ କରିବେ ସବ୍ କମିଟି । ତିନି ପ୍ରଶାସନ ଓ ସ୍ବେଛାସେବୀକୁ ନେଇ ସେବକମାନେ ଶୃଙ୍ଖଳିତ ଦର୍ଶନ ନେଇ ବିଚାର ବିମର୍ଶ କରିବେ । ଦିବ୍ୟାଙ୍ଗ ଦର୍ଶନ ପାଇଁ ପ୍ରସ୍ତୁତ ହୋଇଛି ଚିଠା ମାର୍ଗଦର୍ଶିକା ।

 

 

 

ନୀତି ସବ୍ କମିଟି ଓ ଛତିଶା ନିଯୋଗରେ ନୀତିଗତ ଭାବରେ ଗୃହୀତ ହୋଇଛି ଏହି ଚିଠା ମାର୍ଗଦର୍ଶିକା । ପୁରୀବାସିଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ବୈଠକରେ ଆଲୋଚନା ହୋଇଛି । ଶ୍ରୀଗୁଣ୍ଡିଚା ମନ୍ଦିରରେ ଦର୍ଶନ ନେଇ ଆଲୋଚନା ମଧ୍ୟ କରାଯାଇଛି । ଶ୍ରୀଗୁଣ୍ଡିଚା ମନ୍ଦିରରେ ଗର୍ଭଗୃହ ଦର୍ଶନ ମନା । ସଂପୂର୍ଣ୍ଣ ସଂରକ୍ଷଣ ପରେ ଆରମ୍ଭ ହେବ ଦର୍ଶନ ବ୍ୟବସ୍ଥା । ଦିବ୍ୟାଙ୍ଗ,ବୟସ୍କ ,ଶିଶୁଙ୍କ ପାଇଁ ଲାଗୁ ହେବ ନାହିଁ ଟିକେଟ । ଏଥିପାଇଁ ସ୍ଵତନ୍ତ୍ର ଏସଓପି ପ୍ରସ୍ତୁତ ହେବ । ରତ୍ନ ଭଣ୍ଡାର ପାଇଁ ମଧ୍ୟ ହୋଇଛି ଚିଠା ଏସଓପି । ଏହାକୁ ହାଇ ଲେବୁଲ କମିଟିରେ ଉପସ୍ଥାପନ କରାଯିବ । ପରେ ପରିଚାଳନା କମିଟି ଆଲୋଚନା ପରେ ରାଜ୍ୟ ସରକାରଙ୍କ ପାଖରେ ଉପସ୍ଥାପିତ ହେବ ।

 

ସ୍ଥଗିତ ରହିଲା ଶିକ୍ଷକ ଆନ୍ଦୋଳନ, ୨ ବିଧାୟକଙ୍କ ବୁଝାସୁଝା ପରେ ଓହରିଲା ଶିକ୍ଷକ ସଂଘ

୩ରେ ଶ୍ରୀଜିଉଙ୍କ ସୁନାବେଶ

ଶ୍ରୀମନ୍ଦିର ପହିଲି ଭୋଗ ନୀତି ନିର୍ଘଣ୍ଟକୁ ମିଳିଲା ଅନୁମୋଦନ

୧୬ ଡିସେମ୍ବରରୁ ୧୩ ଜାନୁଆରୀ ପର୍ଯ୍ୟନ୍ତ ନିଘଣ୍ଟ ଚୂଡାନ୍ତ

ପହିଲି ଭୋଗ ନୀତି ପାଇଁ ରାତ୍ରୀ ୨ଟାରୁ ହେବ ଦ୍ଵାରଫିଟା

ରାତ୍ର ୧୧ଟା ସୁଦ୍ଧା ହେବ ରାତ୍ର ପହୁଡ଼

ଜାନୁଆରୀ ୩ ତାରିଖରେ ଦେବାଭିଷେକ ପୂର୍ଣ୍ଣିମା ସୁନାବେଶ ନୀତି ହେବ

ସୁନାବେଶରେ ଦର୍ଶନ ଦେବେ ଶ୍ରୀଜିଉ

୧୪ ଜାନୁଆରୀ ୨୦୨୬ ମକର ସଂକ୍ରାନ୍ତି ନୀତି ମଧ୍ୟ ନିର୍ଘଣ୍ଟ ହୋଇଛି

ଇଂରାଜୀ ନବବର୍ଷରେ ଜନ ଗହଳିକୁ ଦୃଷ୍ଟିରେ ରଖି ଡିସେମ୍ବର ୩୧ରେ ରାତ୍ର ୧୧ ପୂର୍ବରୁ ପହୁଡ଼

You may have missed