April 24, 2026

ବିଧାୟକ ରାଜ୍ୟସ୍ତରୀୟ ବିଜୟୀ ଗଜପତି ସ୍କୁଲ ଟିମ୍ କୁ ସମ୍ୱର୍ଦ୍ଧିତ କଲେ

IMG-20251213-WA0023
Share

ପାରଳାଖେମୁଣ୍ଡି-ରାମନଗରସ୍ଥିତ ପଡିଆରେ ପାରଳାଖେମୁଣ୍ଡି ବିଧାୟକ ଇଂ ରୁପେଶ କୁମାର ପାଣିଗ୍ରାହୀ ରାଜ୍ୟସ୍ତରୀୟ ସ୍କୁଲ କ୍ରିକେଟ ପ୍ରତିଯୋଗିତାରେ ବିଜୟୀ ଲାଭ କରିଥିବା ଗଜପତି ଟିମ୍ କୁ ସମ୍ୱର୍ଦ୍ଧନା କରିଛନ୍ତି।ସେ ଉପସ୍ଥିତ ଥିବା ଟିମ୍ ମ୍ୟାନେଜର ଓ କୋଚ୍ ତଥା ସମସ୍ତ ଖେଳାଳିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।ସେ କହିଛନ୍ତି ଏହିଭଳି ବିରଳ ଉଦ୍ୟମ ସେମାନଙ୍କୁ ମାନସିକ ଓ ଶାରିରୀକ ସ୍ତରରେ ଶ୍ରେଷ୍ଠ ସ୍ଥାନକୁ ପହଞ୍ଚାଇପାରିଛି।ସେମାନେ ଏହି ବିଜୟରେ ଉଲ୍ଲସିତ ନହୋଇ ସଂଜମ ଓ ଶୃଙ୍ଖଳା ବଜାୟ ରଖିବାକୁ ପରାମର୍ଶ ଦେଇଥିଲେ। ରାମନଗରର ଖେଳ ପଡିଆକୁ ଆହୁରି ଉନ୍ନତି କରିବାକୁ ସେ ପ୍ରତିଶ୍ରୁତି ଦେଇଛନ୍ତି।ଅନ୍ୟ ମାନଂକ ମଧ୍ୟରେ ଜିଲ୍ଲା ପରିଷଦର ଅଧ୍ଯକ୍ଷ ଗାବରା ତିରୁପତି ରାଓ, ପାରଳାଖେମୁଣ୍ଡି ପୌର ପରିଷଦର ଅଧ୍ୟକ୍ଷା ନିର୍ମଳା ସେଠୀ,ପୂର୍ବତନ କ୍ରିକେଟିୟର ଦେବାଶୀଷ ପାଢୀ, ବିଜୁ ଜନତା ଦଳର ସଭାପତି ପ୍ରଦୀପ ନାଏକ ତଥା ସାମ୍ୱାଦିକ ଗଣ ଉପସ୍ଥିତ ଥିଲେ। ଗଜପତି ରୁ କୃଷ୍ଣ କୁମାର ବେହେରା ଙ୍କ ରିପୋର୍ଟ news time ଓଡିଆ