July 24, 2026

ଟ୍ରକ ଧକ୍କାରେ ମହିଳା ଫରେଷ୍ଟରଙ୍କ ମୃତ୍ୟୁ

IMG-20260724-WA0010
Share

 

 

ଭବାନୀପାଟଣା (ଧୀରଜ ଆଚାର୍ଯ୍ୟ) ଭବାନୀପାଟଣା ନିକଟସ୍ଥ ଶରଧାପୁର ଗ୍ରାମର ଝୁନୁବାଳା ସାହବ(୪୮)ନାମ୍ନୀ ମହିଳା ଧର୍ମଗଡ଼ ରେଞ୍ଜ ଅଧୀନରେ ଫରେଷ୍ଟର ଭାବରେ କାର୍ଯ୍ୟରତ ଥିଲେ। ମହିଳା ଫରେଷ୍ଟର ଜଣକ ଗତକାଲି ସଂଧ୍ୟା ପ୍ରାୟ ୬ ଟା ସମୟରେ ଧର୍ମଗଡ଼ ଠାରୁ ଭବାନୀପାଟଣା ଅଭିମୁଖେ ନିଜ ସ୍କୁଟି ଯୋଗେ ଆସୁଥିବାବେଳେ,ଜୁନାଗଡ଼ ସହର ନିକଟସ୍ଥ ଚଞ୍ଚରାଭାଡି ଗ୍ରାମ ନିକଟରେ ପଛ ପଟୁ ଏକ ଟ୍ରକ ଦ୍ରୁତ ଗତିରେ ଆସି ତାଙ୍କୁ ଓଭରଟେକ କରିବାକୁ ଯାଇ ଜୋରଦାର ଧାକ୍କା ଦେଇଥିଲା।ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ ଟ୍ରକଟି ମହିଳା ଫରେଷ୍ଟରଙ୍କୁ ଧକ୍କା ଦେଇ କିଛି ଦୂର ପର୍ଯ୍ୟନ୍ତ ଘୋଷାଡି ନେଇଥିଲା। ଏହି ଅତର୍କିତ ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ ମହିଳା ଫରେଷ୍ଟରଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ଅତିଶୀଘ୍ର ଜୁନାଗଡ଼ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥଲେ। ଏନେଇ ଜୁନାଗଡ଼ ପୋଲିସକୁ ଖବର ଦିଆଯିବା ପରେ, ଜୁନାଗଡ଼ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିବା ସହ ଏକ ମାମଲା ୠଜ୍ଜୁ କରି ଘଟଣା ଘଟାଇଥିବା ଟ୍ରକ ଓ ଟ୍ରକ ଡ୍ରାଇଭରକୁ ଅଟକ ରଖିବା ସହ ଘଟଣାର ଅଧିକ ତଦନ୍ତ ଆରମ୍ଭ କରିଦେଇଥିବାବେଳେ, ଆଜି ମୃତା ମହିଳାଙ୍କ ଫରେଷ୍ଟରଙ୍କ ଶବ ବ୍ୟବଛେଦ ପରେ ତାଙ୍କ ପରିବାର ଲୋକଙ୍କୁ ଶବ ହସ୍ତାନ୍ତର କରିଦିଆଯିବାକୁ ନେଇ ସୂଚନା ଦେଇଛି। ଏହି ଖବର ପ୍ରଚାର ହେବାପରେ କଳାହାଣ୍ଡି ବନ ବିଭାଗ ତଥା ସ୍ଥାନୀୟ ଅଞ୍ଚଳରେ ଶୋକାକୁଳ ପରିସ୍ଥିତି ସୃଷ୍ଟି ହୋଇଛି।