ବ୍ରହ୍ମଗିରି ଏବଂ କୃଷ୍ଣପ୍ରସାଦ ବ୍ଲକର ଶ୍ରୀ ନୀଳାଚଳ ଖଣ୍ଡାୟତ କ୍ଷତ୍ରୀୟ ମହାସଭାର ଦୁଇ ଯୋଦ୍ଧାଙ୍କୁ ଦାୟିତ୍ୱ ପ୍ରଦାନ
ଆଜି ପୁରୀଜିଲ୍ଲା ଶ୍ରୀ ନୀଳାଚଳ ଖଣ୍ଡାୟତ କ୍ଷତ୍ରୀୟ ମହାସଭା ସିଂହସ୍ଥାନ ନବଦେଶ ଛପନଦେଶ ପୁରୀ ଲୋକନାଥ ମନ୍ଦିର ନିକଟସ୍ଥ କାର୍ଯ୍ୟାଳୟ ରେ ସଭାପତି ଶ୍ରୀଧର ଜେନା ଏବଂ ସମ୍ପାଦକ ପତିତପାବନ ଜେନାଙ୍କ ଉପସ୍ଥିତିରେ ବ୍ରହ୍ମଗିରି ଅଞ୍ଚଳ ପାଇଁ ସଭାପତି ଭାବରେ ପ୍ରସନ୍ନ କୁମାର ଦଳାଇ ଏବଂ କୃଷ୍ଣପ୍ରସାଦ ବ୍ଲକ ସଭାପତି ଭାବେ ତ୍ରିନାଥ ପ୍ରଧାନ, ବ୍ରହ୍ମଗିରି ବ୍ଲକ ଉପସଭାପତି ଭାବରେ ତାପସ ସାମନ୍ତରାୟ, ବ୍ରହ୍ମଗିରି ଏବଂ କୃଷ୍ଣପ୍ରସାଦ ବ୍ଲକ କୋଷାଧକ୍ଷ ଭାବରେ କୁମାର କବି ସ୍ବର୍ଗତ ଅରକ୍ଷିତ ପ୍ରଧାନଙ୍କ ସୁପୁତ୍ର ଆଲୋକ ପ୍ରଧାନଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଛି l ଏହି କାର୍ଯ୍ୟକ୍ରମ ରେ ଜିଲ୍ଲା ସଭାପତି ଶ୍ରୀଧର ଜେନା, ସମ୍ପାଦକ ପତିତପାବନ ଜେନାଙ୍କ ସହିତ ପାର୍ବତୀପୁର ସଦର ସଭାପତି ପୂର୍ଣଚନ୍ଦ୍ର ଦଳାଇ, ସଦର ଉପସଭାପତି ରମେଶ ଚନ୍ଦ୍ର ଜେନା, ଛପନ ସଂଯୋଜକ ଦୁର୍ଯ୍ୟୋଧନ ସ୍ୱାଇଁ, ସାଧାରଣ ସଦସ୍ୟ ଶରତ ଚନ୍ଦ୍ର ପ୍ରଧାନ, ମୋହନ ପରିଡା, ସୁରେଶ କୁମାର ପ୍ରଧାନ, ବସନ୍ତ କୁମାର ପଲାଇଙ୍କ ସହିତ ସଂଘର ସମସ୍ତ ସଦସ୍ୟ ଯୋଗଦାନ କରି ପରିଚାଳନା କରିବାରେ ପୂର୍ଣ୍ଣ ସହଯୋଗ କରିଥିଲେ l
ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ l
