April 27, 2026

ଗୋପ କ୍ଲଷ୍ଟରସ୍ତରୀୟ ବୈଠକ ନିଗମାନନ୍ଦ ହାଇସ୍କୁଲ ରେ ଅନୁଷ୍ଠିତ l ( ଅଧାରୁ ପାଠ ଛାଡୁଥିବା ପିଲା ଙ୍କ ପାଇଁ କାର୍ଯ୍ୟକ୍ରମ “ଆସ ସ୍କୁଲ ଯିବା

IMG-20251213-WA0008
Share

 

ଗୋପ :- ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ, ଓଡିଶା ସରକାର ଙ୍କ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମ “ଆସ ସ୍କୁଲ ଯିବା” ଅନ୍ତର୍ଗତ ଏକ କ୍ଲଷ୍ଟରସ୍ତରୀୟ

ବୈଠକ “ଶିକ୍ଷା ସଭା” ତାରିଖ ୧୨.୧୨.୨୦୨୫ ସକାଳ ୧୦.୦୦ ଟାରେ ନିଗମାନନ୍ଦ ସରକାରୀ ଉଚ୍ଚ ବିଦ୍ୟାଳୟ, ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି l ଏଥିରେ ମୁଖ୍ୟ ଅତିଥିଭାବେ ଗୋପ ବ୍ଲକ ର ଅତିରିକ୍ତ ଶିକ୍ଷା ଅଧିକାରିଣୀ ଶ୍ରୀମତୀ ବିନୋଦିନୀ ମହାପାତ୍ର, ମୁଖ୍ୟ ବକ୍ତା ଭାବେ ପୁରାତନ ଛାତ୍ର ସାଂସଦ ର ଆଲୁମୁନି ସଭାପତି ପୁନେଶ କୁମାର ସେନାପତି, ସମ୍ମାନୀୟ ଅତିଥି ଭାବେ ଗୋପ ଅଞ୍ଚଳ ବରିଷ୍ଠ ଶିକ୍ଷାବିତ୍ ତଥା ପୁରାତନ ଛାତ୍ର ବିଭୁତି ଭୂଷଣ ପଟ୍ଟନାୟକ, ସାଂସଦଙ୍କ ଗୋପ ବ୍ଲକ ପ୍ରତିନିଧି ସୁଶାନ୍ତ କୁମାର ସ୍ୱାଇଁ, ଗୋପ ବ୍ଲକ ଆତ୍ମାର ସଭାପତି ବସନ୍ତ କୁମାର ସେନାପତି, ସ୍କୁଲ ର ପରିଚାଳନା ସଭା ନେତ୍ରୀ ମନୋରମା ଦାସ, ସି ଆର ସି ଦୀକପ କୁମାର ସେନାପତି, ପୂର୍ବତନ ପ୍ରଧାଶିକ୍ଷକ ସୁବାଷ ଚଦ୍ର ପ୍ରଧାନ , ଉକ୍ତ କାର୍ଯ୍ୟକ୍ରମ ର ସଭାପତିତ୍ୱ କରିଥିଲେ ପ୍ରଧାନଶିକ୍ଷତ୍ରୀ ବିଜୟିନୀ ଶତପଥୀ, ପ୍ରମୁଖ ବରିଷ୍ଠ ଅତିଥିମାନେ ଯୋଗ ଦେଇଥିଲେ l କାର୍ଯ୍ୟକ୍ରମ ସମ୍ପର୍କ ରେ ବିସ୍ତୁତ ବିବରଣୀ ଉପସ୍ଥାପନା କରିଥିଲେ ସି ଆର ସି ଦୀପକ କୁମାର ସେନାପତି l ମୁଖ୍ୟତଃ ଧାରୁ ପାଠ ଛାଡ଼ିଥିବା, ଆଦୌ ନାମ ଲେଖାଇନଥୁବା ଏବଂ ବିଦ୍ୟାଳୟ ବାହାରେ ଥୁବା ପିଲାମାନଙ୍କୁ ଶିକ୍ଷାର ମୁଖ୍ୟସ୍ରୋତରେ ସାମିଲ୍ କରିବା ପାଇଁ ରାଜ୍ୟବ୍ୟାପୀ ଅଭିଯାନ ଶିକ୍ଷା ଅଧିକାର ଆଇନ ୨୦୦୯ ଅନୁଯାୟୀ ପ୍ରତ୍ୟେକ ପିଲାଙ୍କର ବିଦ୍ୟାଳୟରେ ପାଠ ପଢ଼ିବାର ଅଧିକାର ଅଛି। ତା ସତ୍ତ୍ୱେ ଏହାକୁ ପୂର୍ବରୁ କୌଣସି ସରକାର ଗୁରୁତର ସହିତ ବିଚାର କୁ ନେଇଥିଲେ l ମୋହନ ସରକାର ଆସିଲାପରେ ଏହାକୁ ଗୁରୁତ୍ୱ ପ୍ରଦାନ କରାଯାଉଛି l ଓଡ଼ିଶା ସରକାର ରାଜ୍ୟର ପ୍ରତ୍ଯେକ କ ପିଲାଙ୍କୁ ଗୁଣାତ୍ମକ ଶିକ୍ଷା ଯୋଗାଇ ଦେବା ନେଇ ଲକ୍ଷ୍ୟ ରଖୁଛନ୍ତି । ରାଜ୍ୟ ସରକାରଙ୍କ ‘ବିକଶିତ ଭାରତ’ ଏବଂ ‘ବିକଶିତ ଓଡ଼ିଶା’ ଗଠନ ଦିଗରେ ବିଦ୍ୟାଳୟ ଶିକ୍ଷା ଗୁରୁତ୍ଵପୂର୍ଣ ଭୂମିକା ଗ୍ରହଣ କରୁଛି । ସ୍ଵପ୍ନର ଓଡ଼ିଶା ଗଠନର ମୂଳଦୁଆ ହେଉଛି ବିଦ୍ୟାଳୟ ଶିକ୍ଷା, ଯାହା ପ୍ରତ୍ୟେକ ପିଲା ବିଦ୍ୟାଳୟକୁ ଆସିଲେ ପୂରଣ ହୋଇପାରିବ।

କୌଣସି କାରଣ ବଶତଃ ବିଦ୍ୟାଳୟକୁ ଯାଇପାରୁ ନ ଥିବା ପିଲାଙ୍କୁ ଚିହ୍ନଟ କରିବା ଏବଂ ସେମାନଙ୍କୁ ଶିକ୍ଷାର ମୁଖ୍ୟସ୍ରୋତ ସହିତ ଯୋଡ଼ିବା ପାଇଁ ଜନ୍ମରୁ ୧୮ ବର୍ଷ ବୟସର ସମସ୍ତ ପିଲାଙ୍କର ଘର ଘର ବୁଲି ଏକ ସର୍ବେକ୍ଷଣ କରାଯାଇଛି । ଏହାକୁ ଆଧାର କରି ରାଜ୍ୟ ସରକାରଙ୍କ ପକ୍ଷରୁ ଏକ ବ୍ୟାପକ ରାଜ୍ୟସ୍ତରୀୟ ଅଭିଯାନ ‘ଆସ ସ୍କୁଲ୍ ଯିବା’ ଆରମ୍ଭ କରିଛନ୍ତି । ଏହି ଅଭିଯାନ ମାଧ୍ଯମରେ ୫+ ରୁ ୧୮ ବର୍ଷ ବୟସର ପ୍ରତ୍ୟେକ ପିଲାଙ୍କୁ ଶିକ୍ଷାର ମୁଖ୍ୟ ସ୍ରୋତରେ ସାମିଲ କରିବାର ଲକ୍ଷ୍ୟ ରଖାଯାଇଛି। ଏଥିସହ ଏହି ଅଭିଯାନ ମାଧ୍ଯମରେ ସେମାନଙ୍କୁ ଗୁଣାତ୍ମକ, ଅନ୍ତର୍ନିବେଶୀ ଏବଂ ଆନନ୍ଦଦାୟକ ଶିକ୍ଷା ସୁନିଶ୍ଚିତ କରିବା, ବାଲ୍ୟବିବାହ, ଶିଶୁଶ୍ରମ ଏବଂ ଶିଶୁ ଚାଲାଣ ଭଳି ସାମାଜିକ ସଙ୍କଟକୁ ରୋକିବା, ବିଦ୍ୟାଳୟରେ ୧୦୦% ନାମଲେଖା ସୁନିଶ୍ଚିତ କରିବା ନେଇ ଲକ୍ଷ୍ୟ ରଖୁଛନ୍ତି ରାଜ୍ୟ ସରକାର ।

ଉଦ୍ଦେଶ୍ଯ ହେଲା ଯେଉଁ ପିଲାମାନେ ପୂର୍ବରୁ ବିଦ୍ୟାଳୟରେ ନାମ ଲେଖାଇଥିଲେ କିନ୍ତୁ ବିଦ୍ୟାଳୟ କୁ ଆସୁନାହାନ୍ତି ସେମାନଙ୍କୁ ପୁଣିଥରେ ବିଦ୍ୟାଳୟକୁ ଫେରାଇ ଆଣିବା।

ପାଠପଢ଼ା ଛାଡ଼ି ଯେଉଁମାନେ କେବେ ବିଦ୍ୟାଳୟରେ ନାମ ଲେଖାଇ ନାହାଁନ୍ତି ସେମାନଙ୍କୁ ବୟସ ଅନୁସାରେ ଉପଯୁକ୍ତ ଶ୍ରେଣୀରେ ନାମ ଲେଖାଇବା। ବର୍ତ୍ତମାନ ବିଦ୍ୟାଳୟରେ ନାମ ଲେଖାଇଥିବା ପିଲାମାନେ ଯେପରି ଅଧାରୁ ପାଠପଢ଼ା ଛାଡ଼ିବେ ନାହିଁ ଏବଂ ବିଦ୍ୟାଳୟରେ ରହି ପାଠପଢ଼ା ଜାରୀ ରଖିବେ ତାହା ସୁନିଶ୍ଚିତ କରିବା। ପିଲାମାନଙ୍କୁ ଶିକ୍ଷା ସହ ଯୋଡ଼ିରଖୁବା ପାଇଁ ସେମାନଙ୍କୁ ଆବଶ୍ୟକ ଅନୁଯାୟୀ ବିଶେଷ ସାହାଯ୍ୟ ପ୍ରଦାନ କରିବା।

ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ l