ରେମୁଣା ନିର୍ବାଚନ ମଣ୍ଡଳୀ ରେ ବିଜେଡି ର ଜନ ସଂପର୍କ ପଦଯାତ୍ରା.
ବାଲେଶ୍ବର ( ଦେବାଶିଷ ଦାଶ )
ମାନ୍ୟବର ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ରେମୁଣା ନିର୍ବାଚନ ମଣ୍ଡଳୀରେ ଜନ ସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହୋଇ ଯାଇଛି ଏବଂ ଏହି କାର୍ଯ୍ୟକ୍ରମର ପୂର୍ବତନ ବିଧାୟକ ସୁଧାସୁଂ ଶେଖର ପରିଡ଼ା ଅଧ୍ୟକ୍ଷତା କରିଥିଲେ।
ଏହି ଜନ ସମ୍ପର୍କ ପଦଯାତ୍ରାର ଉଦଯାପନୀ ଦିବସରେ ଏକ ବିଶାଳ ରାଲି ହାତିଆଗଣ୍ଡ ଛକ ଠାରୁ ବାହାରି ମନ୍ଦିର ଛକ ପରିକ୍ରମା କରିଥିଲା ଏବଂ ଏହାପରେ ଅଭିମନ୍ୟୁ କଲ୍ୟାଣ ମଣ୍ଡପ ନିକଟସ୍ଥ ପଡ଼ିଆରେ ଏହାର ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା । ଏଥିରେ ବିଜୁ ବାବୁ, ନବୀନ ବାବୁ ଏବଂ ବିଜୁ ଜନତା ଦଳକୁ ଭଲ ପାଉଥିବା ହଜାର ହଜାର ସଂଖ୍ୟାର ବ୍ୟକ୍ତି ବିଶେଷମାନେ ସାମିଲ ହୋଇଥିଲେ. ବିଜେଡି ଜିଲ୍ଲା ସଭାପତି ଶ୍ରୀଯୁକ୍ତ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ, ନୀଳଗିରିର ପୂର୍ବତନ ବିଧାୟକ ଶ୍ରୀଯୁକ୍ତ ସୁକାନ୍ତ ନାୟକ, ସଦର ବ୍ଳକ ସଭାପତି ଶ୍ରୀଯୁକ୍ତ ବସନ୍ତ କୁମାର ପଣ୍ଡା, ୩୬ ନମ୍ବର ଜୋନର ଜିଲ୍ଲା ପରିଷଦ ଅଭିମନ୍ୟୁ ଧିଣ୍ଡା, ରେମୁଣା ଏନଏସି ଅଧ୍ୟକ୍ଷା ତନୁଜା ଗିରି, ଉପାଧ୍ୟକ୍ଷ ଅୟେଶାନ ଖାଁ, ବିଶିଷ୍ଟ ଶିକ୍ଷାବିତ ପ୍ରଶାନ୍ତ କୁମାର ବରାଳ, ସମସ୍ତ ୱାର୍ଡ଼ କାଉନସିଲର, ସରପଞ୍ଚ, ସମିତିସଭ୍ୟ ପ୍ରମୁଖ ଯୋଗଦେଇଥିଲେ ଏବଂ ମଞ୍ଚ ଆହ୍ବାନ କରିଥିଲେ ଦୁଷ୍ମନ୍ତ ଦାଶ ।
ନବୀନ ବାବୁଙ୍କ ସରକାରରେ ରେମୁଣା ନିର୍ବାଚନ ମଣ୍ଡଳୀରେ ତୃଣମୂଳ ସ୍ତରରେ ହୋଇଥିବା ବିକାଶମୂଳକ କାର୍ଯ୍ୟର ପ୍ରମାଣ ଦବାକୁ ପଡିବ ନାହିଁ ରେମୁଣାବାସୀଙ୍କୁ ଏହି ବିଷୟରେ ଅଛପା ନାହିଁ । ବର୍ତ୍ତମାନ ସରକାରରେ ଏହି ବିକାଶ ରଥ ଗଡ଼ୁଛି ନା ରୋକ୍ ଲାଗିଛି???
ଏହା ମଞ୍ଚ ଉପରୁ ରେମୁଣା ବାସୀଙ୍କୁ ଶ୍ରୀ ପରିଡ଼ା ପ୍ରଶ୍ନ କରିଥିଲେ ଏବଂ ଏହାର ଉତ୍ତର ରେମୁଣାବାସୀ ଆଗାମୀ ଦିନରେ ନିଶ୍ଚୟ ଦେବେ। ପଦ ପଦବୀ ଟଙ୍କା ଦ୍ଵାରା କିଣାଯାଇପାରେ ସତ କିନ୍ତୁ ଭଲପାଇବା, ସ୍ନେହ ଶ୍ରଦ୍ଧା କେବେବି କିଣାଯାଇପାରିବ ନାହିଁ । ଆପଣମାନଙ୍କ ଉପସ୍ଥିତି ଦର୍ଶାଇଛି ଯେ ଆପଣମାନେ କେତେମାତ୍ରାରେ ବିଜୁ ଜନତା ଦଳ ଙ୍କୁ ଭଲପାଆନ୍ତି ଆଉ ଆଶୀର୍ବାଦ କରନ୍ତି ।
ଦଳକୁ ବିଭାଜନ କରି, କପଟ କରି, ଦଳ ପାଇଁ କିଛି କାର୍ଯ୍ୟ ନକରି ଯେଉଁମାନେ ନେତୃତ୍ୱ ନେବାକୁ ବାହାରି ପଡ଼ିଛନ୍ତି ସେମାନଙ୍କର କଣ ସେ ଦକ୍ଷତା ଅଛି?
ଆଜି ଡବଲ ଇଞ୍ଜିନ ସରକାରରେ ବହୁତ ତୃଟି ଦେଖିବାକୁ ମିଳୁଛି । ନବୀନ ବାବୁଙ୍କ ସରକାରରେ ଜନ୍ମ ଠାରୁ ମୃତ୍ୟୁ ପର୍ଯ୍ୟନ୍ତ ଯୋଜନାରେ ଜନସାଧାରଣ ଅନେକ ସୁବିଧା ପାଉଥିଲେ । ମମତା ଯୋଜନା ଠାରୁ ହରିଶ୍ଚନ୍ଦ୍ର ଯୋଜନରେ ବହୁ ଲାଭବାନ ହୋଇଛନ୍ତି । କିନ୍ତୁ ଆଜି ଟଙ୍କା ଅଭାବରୁ ବହୁ ପରିବାର ଅନ୍ତିମ ସଂସ୍କାର କରିବାରେ ଅସମର୍ଥ ହେଉଛନ୍ତି । ବିଜୁ ସ୍ବାସ୍ଥ୍ୟ କାର୍ଡ ପରିବର୍ତ୍ତେ ଆୟୁଷ୍ମାନ କାର୍ଡ ହୋଇଥିଲେ ମଧ୍ୟ ଆଜି ଅନେକ ସ୍ଥାନରେ ଏହା ଅଚଳ ହୋଇପଡ଼ିଛି । ଲୋକମାନେ ଉତ୍ତମ ସ୍ବାସ୍ଥ୍ୟସେବାରୁ ବଞ୍ଚିତ ହେଉଛନ୍ତି । ନବୀନ ବାବୁଙ୍କ ମାକୁ ସମ୍ମାନ ଗାଁକୁ କାମର ଆହ୍ଵାନ, ମିଶନ ଶକ୍ତି ଯୋଜନାରେ ତୃଣମୂଳ ସ୍ତରରେ ମହିଳାମାନେ ସ୍ୱାବଲମ୍ବୀ ହୋଇପାରିଥିଲେ । ଭୋଟରମାନଙ୍କୁ ଆକୃଷ୍ଟ କରିବା ଆଳରେ ସୁଭଦ୍ରା ଯୋଜନାରେ ୫ ହଜାର ଟଙ୍କା ଦେଇ ମା ମାନଙ୍କୁ କୁହାଯାଇଛି ଛେଳି ଚରାଇ ଲାଭବାନ ହେବାକୁ । ତେବେ ମାଙ୍କୁ ସମ୍ମାନ କଣ ଜନତା ଜନାର୍ଦ୍ଦନ ଜାଣିସାରିଲେଣି ।
ଆମେ ସୁନା ଖୋଜୁ ଖୋଜୁ ହିରାକୁ ହରାଇଛେ । ତେଣୁ ତୃଣମୂଳ ସ୍ତରରେ ଆମେ କାର୍ଯ୍ୟକାରୀ ପୁଣିଥରେ ଆମ ରାଜ୍ୟରେ ସୁଶାସନ ଆଣିପାରିବା ଏବଂ ନବୀନ ବାବୁଙ୍କୁ ପୁଣି ଥରେ ମୁଖ୍ୟମନ୍ତ୍ରୀ ଭାବେ ଦେଖିପାରିବା ବୋଲି କରିଛନ୍ତି ଶ୍ରୀ ପରିଡ଼ା …
