June 21, 2026

ବୁଦ୍ଧଗିରି ବିଦ୍ୟାପୀଠରେ ବ୍ଲକ୍ ସ୍ତରୀୟ ବିଜ୍ଞାନ ପ୍ରଦର୍ଶନୀ, ୧୨୩ ପ୍ରକଳ୍ପ ପ୍ରଦର୍ଶିତ 

IMG-20241113-WA0031
Share

ବୁଗୁଡ଼ା : ତା ୧୨/୧୧/୨୪ : ବୁଗୁଡ଼ା ବ୍ଲକ ସ୍ତରୀୟ ବିଜ୍ଞାନ ପ୍ରଦର୍ଶନୀ ବୀରଧନଞ୍ଜୟପୁରସ୍ଥ ବୁଦ୍ଧଗିରି ବିଦ୍ୟାପୀଠରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ପ୍ରଦର୍ଶନୀର ଉଦଘାଟନୀ ଉତ୍ସବଟି ବିଇଓ ଚିନ୍ମୟ ମହାପାତ୍ରଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଥିଲା ବେଳେ ଏଥିରେ ମୁଖ୍ୟ ଅତିଥି ତଥା ଉଦଘାଟକ ଭାବେ ତହସିଲଦାର ତାପସ ରାଉତ , ସମ୍ମାନିତ ଅତିଥି ଭାବେ ବୁଗୁଡା ବନାଞ୍ଚଳ ଅଧିକାରୀ ପ୍ରଦୀପ କୁମାର ମିଶ୍ର , ବୁଦ୍ଧଗିରି ବିଦ୍ୟାପୀଠ ପ୍ରଧାନ ଶିକ୍ଷକ ବିଭୂତି ଭୁଷଣ ପ୍ରଧାନ ଓ ଏସ୍ଏମସି ସଭାପତି ଦିବ୍ଯ ଚରଣ ଦାଶ ପ୍ରମୁଖ ଯୋଗ ଦେଇ ଶିଶୁ ବିଜ୍ଞାନୀଙ୍କୁ ମାର୍ଗ ଦର୍ଶନ ପୂର୍ବକ ଉତ୍ସାହିତ କରିଥିଲେ । ଏହି ପ୍ରଦର୍ଶନୀରେ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସ୍ତରରୁ ୭୯ଟି ଏବଂ ମାଧ୍ୟମିକ ବିଦ୍ୟାଳୟ ସ୍ତରରୁ ୪୪ଟି ହିସାବରେ ମୋଟ ୧୨୩ଟି ପ୍ରକଳ୍ପ ସ୍ଥାନ ପାଇଥିଲା ବେଳେ ବିଚାରକ ଭାବେ ବୁଗୁଡା କଲେଜର ଉଦ୍ଭିଦ ବିଜ୍ଞାନ ଅଧ୍ୟାପକ ଜୟରାମ ବିଷୋୟୀ , ମାଣିତରା କଲେଜର ପଦାର୍ଥ ବିଜ୍ଞାନ ଅଧ୍ୟାପକ ମନୋରଞ୍ଜନ ମୁଦୁଲି ଓ ଗଣିତ ଅଧ୍ଯାପକ ପ୍ରିୟବ୍ରତ ପ୍ରଧାନ ଯୋଗ ଦେଇ କୃତି ପ୍ରତିଯୋଗୀଙ୍କୁ ଚୟନ କରିଥିଲେ । ଉକ୍ତ ପ୍ରଦର୍ଶନୀର ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଏନ୍ଏସି କାର୍ଯ୍ୟନିର୍ବାହୀ ଅଧିକାରୀ ବିଭୁତି ଭୂଷଣ ବେହେରା, ସମ୍ମାନିତ ଅତିଥି ଭାବେ ପ୍ରାଥମିକ ଶିକ୍ଷକ ସଂଘ ସଭାପତି ମନୋରଞ୍ଜନ ଦାଶ, ଶିକ୍ଷକ ପ୍ରଶାନ୍ତ କୁମାର ଗୌଡ ପ୍ରମୁଖ ଯୋଗ ଦେଇ ସମସ୍ତ ଶିଶୁ ବିଜ୍ଞାନୀଙ୍କୁ ପ୍ରମାଣ ପତ୍ର ଏବଂ କୃତି ପ୍ରତିଯୋଗୀଙ୍କୁ ପୁରସ୍କାର ପ୍ରଦାନ କରିଥିଲା ବେଳେ ଜିଲ୍ଲା ସ୍ତରୀୟ ପ୍ରଦର୍ଶନୀରେ ଅଂଶ ଗ୍ରହଣ ପାଇଁ କରସିଙ୍ଗି ହାଇସ୍କୁଲର ପୂଜା ନାୟକ, ପୋଚାଲୁଣ୍ଡି ହାଇସ୍କୁଲର ଇପ୍ସିତା ପାଣିଗ୍ରାହୀ , ବାଲିପଦର ହାଇସ୍କୁଲର ଅମିତ କୁମାର ସାସମଲ ଓ ବିରଞ୍ଚିପୁର ହାଇସ୍କୁଲର ରୁଦ୍ର ପ୍ରସାଦ ନନ୍ଦ ପ୍ରମୁଖ କୃତି ପ୍ରତିଯୋଗୀଙ୍କୁ ମନୋନୀତ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମ ପରିଚାଳନାରେ ବିଭିନ୍ନ ବିଦ୍ୟାଳୟର ଶିକ୍ଷକ ଓ ଶିକ୍ଷୟିତ୍ରୀମାନେ ସହଯୋଗ କରିଥିଲେ।