June 21, 2026

ଅମ୍ବାଭନା ବ୍ଲକ ଅଞ୍ଚଳରେ ମିଳିତ କାର୍ଯ୍ୟକାରୀ ସ୍କ୍ୱାର୍ଡର ଚଢାଉ

IMG-20241113-WA0027
Share

 

ତମାଖୁ ଉତ୍ପାଦ ଏବଂ ଅସ୍ଵାସ୍ଥ୍ୟକର ଖାଦ୍ୟ ବିକ୍ରୀ କରୁଥିବା ୧୯ ଜଣ ବ୍ୟବସାୟୀଙ୍କୁ ଜୋରିମାନା

 

ସମ୍ବଲପୁର,(ରାଜାରାମ ଷଡ଼ଙ୍ଗୀ):ଆଜି ଅମ୍ବାଭନା ବ୍ଲକ ଅଞ୍ଚଳରେ ବରଗଡ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ, ପୋଲିସ ବିଭାଗ ଏବଂ ଅବକାରୀ ବିଭାଗ ପକ୍ଷରୁ ଏକ ମିଳିତ କାର୍ଯ୍ୟକାରୀ ସ୍କ୍ୱାର୍ଡ ଗଠିତ ହୋଇ ସିଓଟିପିଏ ନିୟମ ଭଙ୍ଗକରି ସର୍ବସାଧାରଣ ସ୍ଥାନ ମାନଙ୍କରେ ତମାଖୁ ଉତ୍ପାଦ ବିକ୍ରି କରୁଥିବା ୧୬ ଜଣ ନିୟମ ଖିଲାପକାରୀଙ୍କ ଠାରୁ ସମୁଦାୟ ଜୋରିମାନା ଟ.୪୧୦୦/ – ଓ ଅସ୍ଵାସ୍ଥ୍ୟକର ଖାଦ୍ୟ ବିକ୍ରୀ କରୁଥିବା ୩ ଜଣ ଖାଦ୍ୟ ବ୍ୟବସାୟୀଙ୍କ ଠାରୁ ଟ. ୨୪୦୦/- ଜୋରିମାନା ସଂଗ୍ରହ କରାଯିବା ସହ ଜନସାଧରଣଙ୍କୁ ଖାଦ୍ୟରେ ରଂଗ ବ୍ୟବହାର ନ କରିବା, ଖବରକାଗଜ ରେ ଖାଦ୍ୟ ସାମଗ୍ରୀ ନ ଦେବା ଏବଂ ତମାଖୁ ବ୍ୟବହାରର କ୍ଷତି ବିଷୟରେ ସଚେତନ କରାଯାଇଛି ।

 

ମିଳିତ କାର୍ଯ୍ୟକାରୀ ସ୍କ୍ୱାର୍ଡରେ ସ୍ୱାସ୍ଥ୍ୟ ବିଭାଗରୁ ଜିଲ୍ଲା ଭେଷଜ ନିରୀକ୍ଷକ ସୁନିତା ନାଗ, ଜିଲ୍ଲା ଖାଦ୍ୟ ସୁରକ୍ଷା ଅଧିକାରୀ ପରମେଶ୍ୱର ନାଏକ, ଜିଲ୍ଲା ପରମର୍ଶଦାତା ସୀତେଶ ତ୍ରୀପାଠୀ, ଅବକାରୀ ବିଭାଗରୁ କନିଷ୍କ ଚନ୍ଦ୍ର ତ୍ରିପାଠୀ, ଏ.ଏସ.ଆଇ. ଓ ଟିମ ଏବଂ ପୋଲିସ ବିଭାଗରୁ ପୋଲିସ କନଷ୍ଟେବଳ ରବିନାରାୟଣ ପ୍ରଧାନ ଓ ଅନ୍ୟାନ୍ୟ ପୋଲିସ କର୍ମକର୍ତ୍ତା ଉପସ୍ଥିତଥିବା ନେଇ ବରଗଡ଼ ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ସୂଚନା ଦେଇଛନ୍ତି।