October 15, 2026

ଗଜପତି ଜିଲ୍ଲାରେ ଶାରଦୀୟ ନବରାତ୍ର ପୂଜାରମ୍ଭ…. ପାରଳାଖେମୁଣ୍ଡି ସହର ଉତ୍ସବ ମୁଖର, ଚଳଚଞ୍ଚଳ ଶକ୍ତିପୀଠ 

IMG-20261013-WA0065
Share

ପାରଳାଖେମୁଣ୍ଡି:୧୩/୧୦(ଗରୁଡ଼ ଧ୍ଵଜ ଚୌଧୁରୀ)ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହରରେ ଗତକାଲି ରାତ୍ର ଠାରୁ ମା ଜଗତଜନନୀ ଦୁର୍ଗାଙ୍କ ଶାରଦୀୟ ନବରାତ୍ରୀ ପୂଜା ଆରମ୍ଭ ହୋଇଯାଇଛି। ଏନେଇ ପାରଳା ସହର ଉତ୍ସବ ମୁଖରିତ ହୋଇ ଉଠିବ ସହ ଚଳଚଞ୍ଚଳ ହୋଇଛି ବିଭିନ୍ନ ପୂଜାମଣ୍ଡପ ଓ ଶକ୍ତିପୀଠ। ଗଜପତି ଜିଲ୍ଲାରେ ଥ‌ିବା ବିଭିନ୍ନ ଶକ୍ତି ପୀଠ ତଥା ମା ଦୂର୍ଗା ପୂଜା ପାଉଥିବା ବିଭିନ୍ନ ପୂଜା ମଣ୍ଡପ ଗୁଡିକରେ ଶାରଦୀୟ ନବରାତ୍ର ପୂଜା ପାରମ୍ପରିକ ରୀତିନୀତିରେ ଆୟୋଜିତ ହୋଇଛି ମା’ଙ୍କ ସ୍ବତନ୍ତ୍ର ପୁଜାର୍ଚ୍ଚନା । ବିଭିନ୍ନ ଶକ୍ତିପୀଠ ତଥା ପୂଜା ମଣ୍ଡପ ଗୁଡିକରେ ୯ ଦିନ ଧରି ୯ ଟି ରୂପରେ ପୂଜା ପାଇବେ ମା’ ଦୁର୍ଗା। ମା’ଙ୍କ ଆବାହନ ପାଇଁ ଚଳଚଞ୍ଚଳ ହୋଇ ଉଠିଛି ବିଭିନ୍ନ ଶକ୍ତିପୀଠ। ଏହି ଅବସରରେ ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହରରେ ଥିବା ପ୍ରସିଦ୍ଧ ମାଁ ମାଣିକେଶ୍ଵରୀ ଦେବୀଙ୍କ ପୀଠ, ମାଁ ଦାଣ୍ଡୁ ମାରାମ୍ମା ମନ୍ଦିରରେ ଶାରଦୀୟ ନବରାତ୍ର ପୂଜାପାଇଁ ପାରମ୍ପାରିକ ରୀତିନୀତିରେ ଆୟୋଜିତ ହୋଇଥିବାବେଳେ ନୀଳମ୍ମା ଠାକୁରାଣୀ ମନ୍ଦିର ଆଦି ସମେତ ବଡବ୍ରାହ୍ମଣ ସାହି ଛକ, ଖଞ୍ଜାସାହି ଛକ ଆଦି ଠାରେ ହେଉଥିବା ପୂଜା ମଣ୍ଡପ ଠାରେ ଅତ୍ୟନ୍ତ ଆକାଷଣୀୟ ଭାବେ ମା ଦୁର୍ଗାଙ୍କ ବିରାଟ ମୂର୍ତ୍ତି ସ୍ଥାପନ କରାଯାଇ ମା’ଙ୍କ ସ୍ବତନ୍ତ୍ର ନବରାତ୍ର ପୁଜାର୍ଚ୍ଚନା ରାତିରେ ଆରମ୍ଭ ହୋଇଛି. ଏଥିଲାଗି ଗଜପତି ଜିଲ୍ଲାର ପୁରପଲ୍ଲୀ ଠାରୁ ଆରମ୍ଭ କରି ସହରାଞ୍ଚଳ ପର୍ଯ୍ୟନ୍ତ ଚଳଚଞ୍ଚଳ ହୋଇ ଉଠିଛି।