October 15, 2026

ABVP ତରଫରୁ ଅତାବିରା କଲେଜରେ ସଫେଇ କାର୍ଯ୍ୟକ୍ରମ

IMG-20261013-WA0067
Share

 

 

 

*ବରଗଡ

* ମଙ୍ଗଳବାର ଦିନ ABVP ତରଫରୁ ଅତାବିରା କଲେଜରେ ଛାତ୍ରଛାତ୍ରୀମାନେ ମିଳିତ ଭାବେ ସଫେଇ କାର୍ଯ୍ୟକ୍ରମ କରିଛନ୍ତି।ABVP ସଭାପତି ପ୍ରାର୍ଥୀ ଆୟୁସମାନ ଚାନ୍ଦ,ସାଧାରଣ ସମ୍ପାଦକ ଶ୍ରୀରାମ ପଣ୍ଡା,କ୍ରିଡା ଯୁଗ୍ମ ସମ୍ପାଦକ ଶୌରଭ ବାଗ କଂ ନେତୃତ୍ବରେ |

 

କଲେଜ ପରିସର, ଶ୍ରେଣୀଗୃହ, ଖେଳ ପଡିଆ ଏବଂ ବଗିଚା ଚାରିପାଖ ପିଲାମାନେ ଝାଡୁ ମାରି ସଫା କରିଥିଲେ। ପ୍ଲାଷ୍ଟିକ ବର୍ଜ୍ୟ, କାଗଜ ଓ ଅଳିଆ ଆବର୍ଜନା ସଂଗ୍ରହ କରି ଏକାଠି କରିଥିଲେ।

 

 

ଛାତ୍ରମାନେ କହିଛନ୍ତି, ପରିଷ୍କାର ପରିଚ୍ଛନ୍ନତା ହେଉଛି ଆମ ସମସ୍ତଙ୍କ ଦାୟିତ୍ୱ। କଲେଜ ସଫା ରହିଲେ ପାଠ ପଢା ପାଇଁ ଭଲ ପରିବେଶ ସୃଷ୍ଟି ହେବ।

 

ଏହି ସଫେଇ ଅଭିଯାନକୁ ସ୍ଥାନୀୟ ଲୋକେ ପ୍ରଶଂସା କରିଛନ୍ତି।