ଛତ୍ରମଠ ସରସ୍ୱତୀ ଶିଶୁ ମନ୍ଦିରରେ ଗୋପବନ୍ଧୁ ଜୟନ୍ତି ପାଳନ ..

ତିର୍ତୋଲ ରୁ ରଞ୍ଜନ କୁମାର ମଲ୍ଲିକ ଙ୍କ ରିପୋର୍ଟ ।
ବାଣୀ କ୍ଷେତ୍ର ଝଙ୍କଡ଼ ସାରଳା ପୀଠ, କନକପୁର ଗ୍ରାମ ପଞ୍ଚାୟତ ଅଧୀନ ତରାପୁର ଛତ୍ରମଠ ସ୍ଥିତ ଏକ ଆଦର୍ଶ ଶିକ୍ଷାନୁଷ୍ଠାନ ସରସ୍ଵତୀ ଶିଶୁ ମନ୍ଦିରରେ, ଅନୁଷ୍ଠାନର ପ୍ରତିଷ୍ଠାତା ସଭାପତି ଧୁନଚନ୍ଦ୍ର ସେନାପତି ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଓ ଅଧ୍ୟକ୍ଷତାରେ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ ଙ୍କ ଜୟନ୍ତି ସମାରୋହ ବିପୁଳ ଆନନ୍ଦ ଉଲ୍ଲାସ ମଧ୍ୟରେ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ଆୟୋଜିତ କାର୍ଯ୍ୟକ୍ରମରେ ଶିଶୁ ମନ୍ଦିର ପରିସରରେ ବୃକ୍ଷ ରୋପଣ, ପ୍ରଥମରୁ ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ବିଦ୍ୟାର୍ଥୀ ମାନଙ୍କ ମଧ୍ୟରେ ବକ୍ତୃତା, ସାଧାରଣଜ୍ଞାନ , ଚିତ୍ରାଙ୍କନ ଓ ନୃତ୍ୟ ସଙ୍ଗୀତ ଆଦି ପ୍ରତିଯୋଗିତା ଆଦି ଅନୁଷ୍ଠିତ ହୋଇଥିଲ। । ଆୟୋଜିତ ସଭାରେ ବିଦ୍ୟାଳୟ ର ପ୍ରଧାନ ଆଚାର୍ଯ୍ୟ ଉମାକାନ୍ତ ସାହୁ ସ୍ଵାଗତ ଭାଷଣ ପ୍ରଦାନ କରି , ଗୋପବନ୍ଧୁ ଙ୍କ ଜୀବନଚର୍ଯ୍ୟା ଉପରେ ଆଲୋଚନା ସହିତ ତାଙ୍କର ନୀତି ଓ ଆଦର୍ଶରେ ଅନୁପ୍ରାଣିତ ହେବାପାଇଁ ଆବେଗ ପୂର୍ଣ୍ଣ ଆହ୍ଵାନ ଦେଇଥିଲେ । ସମ୍ମାନିତ ଅତିଥି ଭାବେ ପରିଚାଳନା କମିଟି ର ଯୁଗ୍ମସମ୍ପାଦକ ବିଜୟ କୁମାର ପଣ୍ଡା ସମ୍ମାନିତ ଅତିଥି ଭାବେ ଯୋଗଦେଇ ଥିବା ବେଳେ ଏହି ଆଲୋଚନା ଚକ୍ରରେ ଗୁରୁଜୀ ଶିବ ପ୍ରସାଦ ନନ୍ଦ ଓ ଗରୁମା ସୁପ୍ରଭା ନାୟକ, ସରୋଜିନୀ ରାଉତ, କମଳିନୀ ଶତପଥୀ, ପ୍ରିୟଦର୍ଶିନୀ ସାହୁ, ମଞ୍ଜୁଶ୍ରୀ ବେହେରା ଓ ସାବିତ୍ରୀ ମହଲା ପ୍ରମୁଖ ଯୋଗଦେଇ ନିଜ ନିଜର ବକ୍ତବ୍ୟ ଉପସ୍ଥାପନ କରିଥିଲେ । ଏହି ଅବସରରେ କୃତି ଛାତ୍ର ଛାତ୍ରୀ ମାନଙ୍କୁ ଅତିଥି ମାନଙ୍କ ଦ୍ଵାରା, ପୁରସ୍କୃତ ଓ ସମ୍ବର୍ଦ୍ଧିତ କରାଯାଇଥିଲା । ପରିଶେଷରେ ଗୁରୁଜୀ ଅଶୋକ କୁମାର ସିଂହ ଧନ୍ୟବାଦ୍ ଅର୍ପଣ କରିଥିଲେ ।
