June 21, 2026

ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରରେ ଅଭିଭାବକ ସମ୍ମିଳନୀ

IMG-20251013-WA0085
Share

ବୁଗୁଡ଼ା : ତା ୧୩/୧୦/ ୨୫ : ସ୍ଥାନୀୟ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ପକ୍ଷରୁ ସ୍ବପରିସରରେ ଅଭିଭାବକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ପ୍ରଧାନାଚାର୍ଯ୍ଯ ଆଟଲ୍ ଲିଙ୍ଗରାଜଙ୍କ ପୌରହିତ୍ଯରେ ଅନୁଷ୍ଠିତ ଉକ୍ତ ସମ୍ମିଳନୀ ଦୁଇଟି ପର୍ଯ୍ୟାୟରେ ଅନୁଷ୍ଠିତ ହୋଇଥିଲା । ପ୍ରଥମ ପର୍ଯ୍ୟାୟରେ ପ୍ରଥମ, ଦ୍ବିତୀୟ, ଷଷ୍ଠ, ସପ୍ତମ, ଅଷ୍ଟମ ଏବଂ ଦ୍ବିତୀୟ ପର୍ଯ୍ଯାୟରେ ତୃତୀୟ, ଚତୁର୍ଥ, ପଞ୍ଚମ, ନବମ ଓ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ଅଭିଭାବକମାନେ ଯୋଗ ଦେଇଥିଲେ। ଉକ୍ତ ସମ୍ମିଳନୀ ଅବସରରେ ଅଭିଭାବକମାନେ ନିଜ ନିଜର ଶିଶୁଙ୍କ ଶୈକ୍ଷିକ ସମସ୍ଯା ଉପସ୍ଥାପନ କରିଥିଲା ବେଳେ ସେ ଦିଗରେ ନିଶ୍ଚିତ ଭାବେ ଉପଯୁକ୍ତ ପଦକ୍ଷେପ ଗ୍ରହଣ କରାଯିବା ନେଇ ଶିଶୁ ମନ୍ଦିର କର୍ତ୍ତୃପକ୍ଷଠାରୁ ପ୍ରକାଶ ପାଇଥିଲା । ଏଥି ସହ ପରୀକ୍ଷା ବେଳେ କୌଣସି ଚାପ ପ୍ରୟୋଗ ନ କରି ଶିଶୁମାନଙ୍କ ପଢାପଢି ପ୍ରତି ଧ୍ୟାନ ଦେବାକୁ ଅଭିଭାବକମାନଙ୍କୁ ନିବେଦନ କରାଯାଇଥିଲା । ଉକ୍ତ ସମ୍ମିଳନୀରେ ପରିଚାଳନା ସମିତି ସଭାପତି ପ୍ରମୋଦ ଚନ୍ଦ୍ର ସେନାପତି , ସମ୍ପାଦକ ବିଶ୍ବ ମୋହନ ମିଶ୍ର ଓ କୋଷାଧକ୍ଷ ତ୍ରିଲୋଚନ ସାହୁ ପ୍ରମୁଖ ଉପସ୍ଥିତ ରହି ଅଭିଭାବକମାନଙ୍କ ସହ ଶିଶୁ ମନ୍ଦିରର ଉନ୍ନତି କଳ୍ପେ ବିଭିନ୍ନ ବିଷୟରେ ଆଲୋଚନା କରି ସେମାନଙ୍କ ସହଯୋଗ କାମନା କରିଥିଲେ ।