April 27, 2026

ଯୁଯୋମୁରା ଉଚ୍ଚତର ମାଧ୍ୟମିକ ବିଦ୍ୟାଳୟରେ World First Aid Day (ବିଶ୍ଵ ପ୍ରାଥମିକ ଚିକିତ୍ସା ଦିବସ) ପାଳିତ

IMG-20250913-WA0047
Share

 

ଯୁଯୋମୁରା, ୧୩ ସେପ୍ଟେମ୍ବର ୨୦୨୫

 

ଆଜି ଯୁଯୋମୁରା ସ୍ଥିତ ବୀର ସୁରେନ୍ଦ୍ର ସାଏ ଉଚ୍ଚତର ମାଧ୍ୟମିକ ବିଦ୍ୟାଳୟରେ World First Aid Day ପାଳିତ ହୋଇଯାଇଛି। ଏହି ଅବସରରେ କଲେଜର ଅଧ୍ୟକ୍ଷ ଶ୍ରୀ ବିଜୟାନନ୍ଦ ପ୍ରଧାନ ଅଧ୍ୟକ୍ଷତା କରିଥିବା ବେଳେ କଲେଜର ରେଡ କ୍ରସ ଦାୟିତ୍ୱରେ ଥିବା ଇଂରାଜୀ ଅଧ୍ୟାପକ ସୁଶୀଲ କୁମାର ଶତପଥି କାର୍ଯ୍ୟକ୍ରମ ର ସଂଯୋଜନା କରିଥିଲେ। ସମ୍ମାନିତ ଅତିଥି ଭାବେ ସ୍ଥାନୀୟ ହସ୍ପିଟାଲର ଡାକ୍ତର ରତି ରଞ୍ଜନ ସ୍ୱାଇଁ ଫାଷ୍ଟ ଏଡ୍ ବିଷୟ ରେ ପୁଙ୍ଖାନୁପୁଙ୍ଖ ଭାବେ ଆଲୋଚନା କରିଥିଲେ। କାର୍ଯ୍ୟକ୍ରମ ର ଅନ୍ୟତମ ସମ୍ମାନିତ ଅତିଥି ଯୁଯୁମୁରା ବନ୍ୟାଞ୍ଚଳ(କେ ଏଲ) ରେଞ୍ଜର ଶ୍ରୀ ସଂଜୟ ପ୍ରଧାନ ଜଳବାୟୁ ପରିବର୍ତ୍ତନର କୁପ୍ରଭାବ ଓ ତାର ନିରାକରଣ ଉପରେ ଛାତ୍ର ଛାତ୍ରୀ ମାନଙ୍କୁ ଉଦବୋଧନ ଦେଇଥିଲେ। ଏହି କାର୍ଯ୍ୟକ୍ରମ ରେ କଲେଜ ର କର୍ମକର୍ତ୍ତା ତଥା ବହୁ ସଂଖ୍ୟା ରେ ଛାତ୍ର ଛାତ୍ରୀ ଉପସ୍ଥିତ ଥିଲେ।