September 11, 2026

ଗଜପତି ଜିଲ୍ଲାର ଶିକ୍ଷାର ବିକାଶ କୁ ରାଜ୍ୟ ନୋଡାଲ୍ ଅଫିସର ପ୍ରସଂଶା

IMG-20250913-WA0048
Share

 

 

ପାରଳାଖେମୁଣ୍ଡି,ତା.୧୩.୦୯.୨୦୨୫

 

ଆଜି ଗଜପତି ଜିଲ୍ଲାର ରାଜ୍ୟ ନୋଡାଲ୍ ଅଫିସର ଓଡ଼ିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟର ଯୁଗ୍ମ ନିର୍ଦେଶକ ସ୍ମୃତି ସ୍ନିଗ୍ଧା ମିଶ୍ର ଜିଲ୍ଲାକୁ ଦୁଇ ଦିନିଆ ଗସ୍ତରେ ଆସି ଜିଲ୍ଲାର ସରକାରୀ ଉଚ୍ଚ ବିଦ୍ୟାଳୟ ନାରାୟଣପୁର, ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ମହେନ୍ଦ୍ରଗଡ଼, ସରକାରୀ ଉଚ୍ଚ ବିଦ୍ୟାଳୟ ର. ଉଦୟଗିରି, ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଓ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ନିୟୁ କେରାଣ୍ଡି ସମେତ ବିଭିନ୍ନ ବିଦ୍ୟାଳୟଗୁଡ଼ିକୁ ପରିଦର୍ଶନ କରିଥିଲେ। ସେହି ସମୟରେ, ବିଭିନ୍ନ ସରକାରୀ ଯୋଜନାର କାର୍ଯ୍ୟାନୁଷ୍ଠାନ ଓ ଶିକ୍ଷଣ ପ୍ରକ୍ରିୟାକୁ ସମୀକ୍ଷା କରିଥିଲେ। ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା ଶିକ୍ଷଣ ପ୍ରକ୍ରିୟାକୁ ଉନ୍ନତି କରିଥିବାରୁ ଅତ୍ୟନ୍ତ ଖୁସି ବ୍ୟକ୍ତ କରିବା ସହିତ ଶିକ୍ଷା କ୍ଷେତ୍ରରେ ଉନ୍ନତି ହୋଇଥିବାରୁ ସେ ପ୍ରଶଂସା କରିଥିଲେ। ଏହି ଗସ୍ତ ସମୟରେ ଜିଲ୍ଲା ବିଜ୍ଞାନ ନିରୀକ୍ଷକ ଶ୍ରୀ ଏ.ରବି କୁମାର, ବିଭିନ୍ନ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶିକ୍ଷୟିତ୍ରୀ ପ୍ରମୁଖ ଉପସ୍ଥିତ ଥିଲେ।

You may have missed