April 27, 2026

ପୁରୀଜିଲ୍ଲା ଅବସରପ୍ରାପ୍ତ ପୋଲିସ ଅଧିକାରୀଙ୍କ ୧୮ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ

IMG-20250913-WA0045
Share

ଆଜି ପୁରୀ ରିଜର୍ଭ ପୋଲିସ ଲାଇନ ସମ୍ମିଳନୀ କକ୍ଷରେ ୧୮ତମ ଅବସରପ୍ରାପ୍ତ ପୋଲିସ ଅଧିକାରୀ କଲ୍ୟାଣ ସଂଘର ବାର୍ଷିକ ଉତ୍ସବ ସଂଘର ସଭାପତି ପି ଚି ଟି ରାଓଙ୍କ ଅଧକ୍ଷତାରେ ଅନୁଷ୍ଠିତ ହୋଇଥିଲା l ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥିଭାବେ ଅବସରପ୍ରାପ୍ତ ପୋଲିସ ମହାନିର୍ଦେଶକ ତଥା ବର୍ତ୍ତମାନ ମୁଖ୍ୟମନ୍ତ୍ରୀଙ୍କ ମୁଖ୍ୟ ପରାମର୍ଶଦାତା ରୂପେ କାର୍ଯ୍ୟରତ ପ୍ରକାଶ ଚନ୍ଦ୍ର ମିଶ୍ର,ମୁଖ୍ୟବକ୍ତା ଭାବେ ଆଇପିଏସ ଅତିରିକ୍ତ ପୋଲିସ ମହାନିର୍ଦେଶକ ସୌମେନ୍ଦ୍ର କୁମାର ପ୍ରିୟଦର୍ଶୀ, ସମ୍ମାନିତ ଅତିଥିଭାବେ କେନ୍ଦ୍ରାଞ୍ଚଳ ଆଇଜି ଆଇପିଏସ ସତ୍ୟଜିତ ନାୟକ, ପୁରୀ ଏସପି ଆଇପିଏସ ପ୍ରତୀକ ସିଂ, ଅବସରପ୍ରାପ୍ତ ପୋଲିସ ଅଧିକାରୀ ସୂର୍ଯ୍ୟମଣି ତ୍ରିପାଠୀ, ସମାଜସେବୀ ବୁବୁକର ପ୍ରମୁଖ ମଞ୍ଚାସିନ ହୋଇ ନିଜନିଜର ଅଭିଭାଷଣ ରଖିଥିଲେ l ପୋଲିସ ମୁଖ୍ୟାଳୟ ରେ ପୋଲିସ ସ୍ମାରକୀ ସ୍ତମ୍ଭ ସ୍ଥାପନ ଏବଂ ସହୀଦ ଦିବସ ଦିନ ଏହାର ଭୂମିପୂଜନ କାର୍ଯ୍ୟକ୍ରମ ସମ୍ପାଦନ ସହିତ ପ୍ରତି ପୋଲିସ ମୁଖ୍ୟାଳୟ ରେ ଅବସରପ୍ରାପ୍ତ ପୋଲିସ ପଦାଧିକାରୀ କଲ୍ୟାଣ ସମିତିପାଇଁ ଗୃହ ଆବଣ୍ଟନ ର ଦାବିକୁ ସ୍ୱୀକୃତି ପ୍ରଦାନ ସହିତ ସେମାନଙ୍କ ଚିକିତ୍ସା ପାଇଁ ଅର୍ଥରାଶି ପ୍ରଦାନ ପାଇଁ ସ୍ୱୀକୃତି ପ୍ରଦାନ କରିଥିଲେ ପ୍ରକାଶ ମିଶ୍ର l ସର୍ବଶେଷରେ ଅନୁଷ୍ଠାନର କାର୍ଯ୍ୟକାରୀ ସଭାପତି ଜ୍ଞାନ ରଞ୍ଜନ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ l

ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ