March 11, 2026

ଜିଲ୍ଲାପାଳ ପାରୁଲ ପଟୱାରୀ ଙ୍କ ରାମନାଗୁଡା ବ୍ଲକ ପରିଦର୍ଶନ ସହ ଉନ୍ନୟନ କାର୍ଯ୍ୟ କଲେ ସମୀକ୍ଷା

IMG-20240913-WA0003
Share

 

ରାୟାଗଡା : ରାୟଗଡ଼ା ଜିଲ୍ଲା ରାମନାଗୁଡା ବ୍ଲକରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି ରାୟଗଡ଼ା ଜିଲ୍ଲାପାଳ ପାରୁଲ ପାଟୁଆରୀ। ଜିଲ୍ଲାପାଳ ପ୍ରଥମେ ପାଲୁପାଇ ନିକଟରେ ଚାଲିଥିବା କେନାଲ କାର୍ଯ୍ୟ ଦେଖିବା ସହ କରଡ଼ା ଠାରେ ମହିଳାଙ୍କ ଦ୍ବାରା ତେନ୍ତୁଳି ପ୍ରକିୟା କେନ୍ଦ୍ର ଦେଖିବା ମହିଳମାନେ ଜିଲ୍ଲାପାଳଙ୍କୁ ପୁଷ୍ପ ଦେଇ ସ୍ବାଗତ କରିବା ସହ ମହିଳାଙ୍କ ସହିତ ଫୋଟ ଉଠାଇଥିଲେ ପରେ ବ୍ଲକରେ ସୁଭଦ୍ରା ପରିକ୍ରମା ରଥ ଶୁଭାରମ୍ଭ କରିଥିଲେ ।ପରେ ରାମନାଗଡା ଲାଇବ୍ରେରୀ ଓ ମଶନଶକ୍ତି ମହିଳାଙ୍କ ଦ୍ବାରା ଗୋଲାପ ବଗିଚା ବୁଲି ଦେଖିଥିଲେ।ପେଣେକାମ ଠାରେ ୫ଟି ବିଦ୍ୟାଳୟର ଉନ୍ନୟନ କାର୍ଯ୍ୟ ଦେଖିବା ସହ କୁଜେନ୍ଦ୍ରୀ ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ପାଠପଢା ସମ୍ପର୍କରେ ଛାତ୍ରଛାତ୍ରୀଙ୍କୁ ପଚାରି ବୁଝିଥିଲେ। ସେହିପରି ନାରୟଣଗୁଡା ଠାରେ କୃତ୍ରିମ ଉପାୟରେ ବାୟୋଫ୍ରକ ମାଛ ଚାଷ ଦେଖିବାସହ ବୁଲି ଦେଖିଥିଲେ

ଜିଲ୍ଲାପାଳଙ୍କ ଏହି ଗ୍ରସ୍ତ ସମୟରେ ଉପ ଜିଲ୍ଲାପାଳ କିରଣ ଦୀପ କୈର ସହୋଟା, ରାମନାଗୁଡା ବିଡ଼ିଓ ପ୍ରଦ୍ୟୁମ୍ନ ମଣ୍ଡଳ ,ସହକାରୀ ନିର୍ବାହୀ ଯନ୍ତ୍ରୀ ପି ସାନମୁଖା ରାଓ, ସହକାରୀ ଯନ୍ତ୍ରୀ ପ୍ରତାପ ମିଶ୍ର, ପଞ୍ଚାୟତ ସମିତି ଅଧ୍ୟକ୍ଷ ରବି ଗମାଙ୍ଗ , ସୁଣ୍ଡଢାମୁଣି ସରପଞ୍ଚ ଭାସ୍କର କାଡ୍ରାକା, ପରୀକ୍ଷିତି ସରପଞ୍ଚ ସୂର୍ଯ୍ୟରାଓ କୁମ୍ବ୍ରିକା, ପଂଚାୟତ ଅଧିକାରୀ ନରହରି ଦାସ ଙ୍କ ସହ ସମସ୍ତ ପଞ୍ଚାୟତର ସରପଞ୍ଚ ଓ ସମିତି ସଭ୍ୟ ଉପସ୍ଥିତ ଥିଲେ।।

ରାୟଗଡା ରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ

You may have missed