ଭବାନୀପାଟଣା ଠାରେ ହର ଘର ତୀରଙ୍ଗା କାର୍ଯ୍ୟକ୍ରମ ଅନୁଷ୍ଠିତ।

ଭବାନୀପାଟଣା(ଧୀରଜ ଆଚାର୍ଯ୍ୟ) ଆଜି କଳାହାଣ୍ଡି ଜିଲ୍ଲା ପ୍ରଶାସନ ଓ ଭବାନୀପାଟଣା ପୌରପରିଷଦ ତରଫରୁ ଭବାନୀପାଟଣା ଠାରେ ହର ଘର ତୀରଙ୍ଗା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଜିଲ୍ଲା ପ୍ରଶାସନ ଓ ପୌରପରିଷଦର ସଦସ୍ୟମାନେ ତଥା ଭବାନୀପାଟଣାର ସମସ୍ତ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟର ଛାତ୍ର ଛାତ୍ରୀ ତଥା ବିଭିନ୍ନ ସଂଗଠନର ସଦସ୍ୟ ମାନେ ସ୍ଥାନୀୟ ମା’ମାଣିକେଶ୍ବରୀ ବିଶ୍ୱବିଦ୍ୟାଳୟ ଠାରୁ ଏକ ବିରାଟ ରେଲି କାଢି ବନ୍ଦେ ମାତରମ, ଜୟ ଜବାନ ଜୟ କିସାନ, ଭାରତ ମାତାକି ଜୟ ଆଦି ନାରା ଲଗାଈ ସହର ପରିକ୍ରମା କରି ପୁଣି ବିଶ୍ୱବିଦ୍ୟାଳୟ ପର୍ଯ୍ୟନ୍ତ ଆସି ସେଠାରେ ହର ଘର ତୀରଙ୍ଗା କାର୍ଯ୍ୟକ୍ରମ ସମାପନ କରିଥିଲେ।
