June 22, 2026
IMG-20250813-WA0055
Share

 

 

ପାରଳାଖେମୁଣ୍ଡି, ତା.୧୩.୦୮.୨୦୨୫

 

ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଓଡ଼ିଶାର ସୌଜନ୍ୟରେ ଜିଲ୍ଲା ସ୍ଵାସ୍ଥ୍ୟ ସମିତି ଗଜପତି ଆନୁକୂଲ୍ୟରେ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଓସ୍ୱାନ୍ ହାଲ ଠାରେ ରାଜ୍ୟ ସ୍ତରୀୟ ସିଧା ପ୍ରସାରଣ କାର୍ଯ୍ୟକ୍ରମରେ ବିଶ୍ୱ ଅଙ୍ଗ ଦାନ ଦିବସ ପାଳିତ ହୋଇଯାଉଛି। ଏଥିରେ ସମ୍ମାନିତ ଅତିଥି ଭାବରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ଫାଲଗୁନି ମାଝୀଙ୍କ ଯୋଗ ଦେଇଥିବା ବେଳେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡ଼ାକ୍ତର ମହମ୍ମଦ ମୁବାରକ ଅଲ୍ଲୀ ଓ ବିଭାଗୀୟ କର୍ମଚାରୀମାନେ ଉପସ୍ଥିତ ଥିଲେ । ଜିଲ୍ଲାର ପୂର୍ବରୁ ଅଙ୍ଗଦାନ କରୁଥିବା ପାରଳାଖେମୁଣ୍ଡି ସେରୀ ସାହିର ସ୍ବର୍ଗତ ନରସିଂହ ପ୍ରସାଦ ମହାରଣା, ପାଟିକୋଠା ଗ୍ରାମରେ ସ୍ୱର୍ଗତ ପଣ୍ଡାଇ ଶବର, ତେଲି ଗୌଡ଼ ସାହି ପାରଳାଖେମୁଣ୍ଡି ସ୍ୱର୍ଗତ କେ.ନରେଶ ପଟ୍ଟାୟକ ଓ ରାୟଗଡ଼ ବ୍ଲକ ସନତୁଣ୍ଡି ଗ୍ରାମର ସ୍ୱର୍ଗତ ଅରୁଣ ଭୂୟାଁ ଅଙ୍ଗଦାନ କରି ନୂଆଁ ଜୀବନ ଦେଇଥିବାରୁ ତାଙ୍କ ପରିଜନଙ୍କୁ ରାଜ୍ୟ ସରକାରଙ୍କ ଆଦେଶ ମୁତାବକ ଜିଲ୍ଳା ପ୍ରଶାସନ ପକ୍ଷରୁ ସୁରଜ ପୁରସ୍କାର -୨୦୨୫ ସମ୍ୱର୍ଦ୍ଧନା ଦିଆଯାଇଅଛି ଜଣଙ୍କୁ ପ୍ରତି ୫ ଲକ୍ଷ ଟଙ୍କା ଅର୍ଥ ରାଶି ପ୍ରଦାନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ସହକାରୀ ଜିଲ୍ଲାପାଳ ଶ୍ରୀଯୁକ୍ତ ଜଗନ୍ନାଥ ପାଢ଼ୀ ସମେତ ଜିଲ୍ଲା ଜରୁରକାଳୀନ ବିଭାଗ କର୍ମଚାରୀ ଓ ଜିଲ୍ଲା ଚିକିତ୍ସା ଅଧିକାରୀଙ୍କ କାର୍ଯ୍ୟାଳୟର କର୍ମଚାରୀ ପ୍ରମୁଖ ଉପସ୍ଥିତ ଥିଲେ।