September 18, 2026

ଗୋପରେ ପ୍ରଭାତୀଙ୍କ ଜଲୱା,ତିନି ହଜାର ରୁ ଉର୍ଦ୍ଧ ବିଜେଡି କର୍ମୀଙ୍କୁ ସାମିଲ କଲେ ବିଜେପିରେ ….

720
Share

ଗତକାଲି ସନ୍ଧ୍ୟାରେ ଭାରତୀୟ ଜନତା ପାର୍ଟି ବିଧାୟିକା ପ୍ରାର୍ଥୀ ପ୍ରଭାତୀ ପରିଡାଙ୍କ ସହିତ ତିନି ହଜାରରୁ ଉର୍ଦ୍ଧ ବିଜେଡି କର୍ମୀ ବିଜେପିରେ ସାମିଲ ହୋଇଛନ୍ତି l ଏହି କାର୍ଯ୍ୟକ୍ରମ ଗୋପ ବଜାର କରାଯାଇଥିଲା l ଏହି କାର୍ଯ୍ୟକ୍ରମ ରେ ବିଜେପିର ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତି, ଲୋକସଭା ପ୍ରାର୍ଥୀ ବିଭୂପ୍ରସାଦ ତରାଇ, ବିଧାୟିକା ପ୍ରାର୍ଥୀ ପ୍ରଭାତୀ ପରିଡା, ଏଗାର ନମ୍ବର ଜୋନ ଜିଲ୍ଲା ପରିଷଦ ସଭ୍ୟ ପ୍ରମୋଦ ରାୟ, ମଞ୍ଚନାଥ ମଣ୍ଡଳ ସଭାପତି ରାଜକିଶୋର ନାୟକଙ୍କ ସହିତ ଅନ୍ୟ ବିଜେପି ନେତାମାନେ ମଞ୍ଚାସିନ ଥିଲେ l ଏହି ମିଶ୍ରଣ ପର୍ବରେ ଗୋପ ବ୍ଲକ ଉପାଧକ୍ଷ ବନରଞ୍ଜନ ପଟ୍ଟନାୟକ ଏକହଜାର ରୁ ଉର୍ଦ୍ଧ ସମର୍ଥକ ଙ୍କ ସହିତ ଭାରତୀୟ ଜନତା ପାର୍ଟି ରେ ଯୋଗଦେଇଥିଲେ l
(ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ)