April 24, 2026

ଆପର ଦେଓଲିସ୍ ଲୁଗୁନ ଯୋଗଦେଲେ ବିଜେଡିରେ

chaa
Share

ସମ୍ବଲପୁର:ଆପର ସମ୍ବଲପୁର ଜିଲ୍ଲା ଉପସଭାପତି ଦେଓଲିସ ଲୁଗୁନ ଆଜି ଆମ ଆଦମି ପାର୍ଟି ଛାଡି ଆନୁଷ୍ଠାନିକ ଭାବେ ବିଜୁ ଜନତା ଦଳରେ ଯୋଗ ଦେଇଛନ୍ତି।

ଆଜି ଦିନ ୧୧.୩୦ ରେ କୁଲୁଥକାନି ସ୍ଥିତ ପ୍ରଶନ୍ନ ଆଚାର୍ଯ୍ୟଙ୍କ ବିଜେଡି କାର୍ଯ୍ୟାଳୟରେ ଲୁଗୁନ ଆପ ଟୋପି ଛାଡି ବିଜେଡି ଉତ୍ତରିୟ ପିନ୍ଧିଛନ୍ତି।ଦଳର ବିଭିନ୍ନ କାର୍ଯ୍ୟକର୍ତ୍ତା,ପଦାଧିକାରୀ ଓ ରେଢାଖୋଲ ନିର୍ବାଚନ ମଣ୍ଡଳୀର ପର୍ଯ୍ୟବେକ୍ଷକ ରାଜେନ୍ଦ୍ର କୁମାର ପଣ୍ଡା,ରୁଦ୍ର ନାରାୟଣ ସାମନ୍ତରାୟଙ୍କ ଉପସ୍ଥିତିରେ ପ୍ରଶନ୍ନ ଆଚାର୍ଯ୍ୟ ବିଜେଡିକୁ ସ୍ୱାଗତ କରିବା ସହିତ ଉତ୍ତରୀୟ ଦେଇ ଦଳ ପ୍ରତି ଆନୁଗତ୍ୟ ରଖି ଚଳିତ ନିର୍ବାଚନରେ ଶଙ୍ଖ ଚିହ୍ନରେ ସାଂସଦ ଓ ବିଧାୟକ ପ୍ରାର୍ଥୀଙ୍କୁ ବିଜୟୀ କରାଇ ନିଜର ପ୍ରଦର୍ଶନ ଦେଖାଇବାକୁ ପରାମର୍ଶ ଦେଇଥିଲେ।