May 19, 2024

ବିପଦକୁ ଡାକୁଛି ଖୋଳଖାଳି ଗାଁର ମୁକୁଳା ଟ୍ରାନ୍ସଫର୍ମର

Share

ବୁଗୁଡ଼ା : ତା ୧୩/୦୪/୨୪ : ଖୋଲାମେଲାରେ ରହିଛି ବିଦ୍ୟୁତ ଟ୍ରାନ୍ସଫରମର, ତାହା ପୁଣି ଲଟାବୁଦାରେ ପରିପୂର୍ଣ୍ଣ , ଯାହା ହାତ ଠାରି ଡାକୁଛି ବିପଦକୁ । ଏମିତିଏକ ଦୃଶ୍ୟ ଦେଖୁବାକୁ ମିଳିଛି ବୁଗୁଡ଼ା ବ୍ଳକ ଖୋଳଖାଳି ଗାଁ ସାଲିଆ ସାହି ରାସ୍ତା କଡରେ । ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖ ରାସ୍ତା କଡରେ ଥିବା ଏହି ଲଟାବୁଦା ଘେରା ଟ୍ରାନ୍ସଫର୍ମର ଯୋଗୁଁ ବର୍ଷା ହେଲେ ଗଛରେ ବିଦ୍ୟୁତ ପ୍ରବାହ ହେଉଛି | ସେହି ପାଖ ଦେଇ ଗାଈଗୋରୁ ଏବଂ ଲୋକେ ଯାତାୟତ ହେଉଥ‌ିବା ବେଳେ କେତେବେଳେ କାହାର ଜୀବନ ଯେ ଚାଲିଯିବ ଯିବ ସେନେଇ ଗ୍ରାମବାସୀ ଆଶଙ୍କାରେ ରହିଆସୁଥୁବା ବେଳେ ଆଜି ଗାଈ ବାଛୁରି ହଳେ ବିଦ୍ୟୁତ ଆଘାତରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ଅନେକ ସ୍ଥାନରେ ବିଦ୍ୟୁତ ଅଘଟଣପରେ ବିଭିନ୍ନ ସ୍ଥାନରେ ଥ‌ିବା ବିଦ୍ୟୁତ ଟ୍ରାନ୍ସଫର୍ମରକୁ ବାଡ଼ବନ୍ଦୀ ସହ କୌଣସି ଅଘଟଣ ଯେପରି ନ ଘଟେ ସେଥିପ୍ରତି ପ୍ରତି ଯତ୍ନବାନ ହେବାକୁ ରାଜ୍ୟ ସରକାର ନିର୍ଦେଶ ଦେଇଥିଲେ ହେଁ ବୁଗୁଡ଼ା ବିଦ୍ୟୁତ ବିଭାଗ ଏଥି ପ୍ରତି ଆଦୌ ଦୃଷ୍ଟି ଦେଉ ନଥବାରୁ ସାଧାରଣରେ ଅସନ୍ତୋଷ ଦେଖା ଦେଇଛି । ବିଭାଗୀୟ ଅଧିକାରୀ ଏ ଦିଗରେ ତୁରନ୍ତ ପଦକ୍ଷେପ ନେବା ପାଇଁ ସାଧାରଣରେ ଦାବି ହେଉଛି ।