April 30, 2026

ଅମର ଆତ୍ମା ର ସଦ ଗତି ନିମନ୍ତେ ସ୍ୱର୍ଗତ ଅର୍ଜୁନ ସମାନ୍ତରାୟ ଙ୍କ ସ୍ମୃତି ଶ୍ରଦ୍ଧାଞ୍ଜଳି ପାଳନ…

buh
Share

 

ବୋଲଗଡ଼,(ଉପାନ୍ତ ଖବର) :ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ହଳଦୀପଦା ବାରଦାଣ୍ଡିର ଅର୍ଜୁନ ସାମନ୍ତରାୟଙ୍କର ୮୩ବର୍ଷ ବୟସରେ ପରଲୋକ ହୋଇଯାଇଛି। ସ୍ବର୍ଗତ ଅର୍ଜୁନ ସମାନ୍ତରାୟ ବହୁଦିନ ଧରି ବାର୍ଦ୍ଧକ୍ୟ ଜନିତ ରୋଗରେ ପିଡିତ ଥିଲେ। ସ୍ବର୍ଗତ ସାମନ୍ତରାୟ ସାଗରଗାଁ ପଂଚାୟତର କଂଗ୍ରେସର ସଭାପତି ଥିଲେ ଓ ହଳଦୀପଦା ପ୍ରାଇମେରୀ ସ୍କୁଲର ଚେୟାରମ୍ୟାନ, ବରିଷ୍ଠ ନ୍ୟାୟବିତ ଓ କଳଙ୍କବିହିନ ବ୍ୟକ୍ତିତ୍ୱ ଥିଲେ। ତାଙ୍କ ବିୟୋଗ ଯୋଗୁଁ ବୋଲଗଡ଼ ବ୍ଲକ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଥିଲା ସ୍ୱର୍ଗତ ଅର୍ଜୁନ ସାମନ୍ତରାୟ ଙ୍କ ଏକାଦଶ ସ୍ମୃତି ଶ୍ରଦ୍ଧାଞ୍ଜଳି ସଭା ଅପୁଜାଚଣ୍ଡୀ ଙ୍କ ପୀଠ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏହି ସ୍ମୁତି ସଭାରେ ବହୁ ବିଶିଷ୍ଟ ବ୍ୟକ୍ତିମାନେ ଅତିଥି ଭାବେ ଉପସ୍ଥିତ ଥିଲେ। ସ୍ୱର୍ଗତ ଅର୍ଜୁନ ସାମନ୍ତରାୟଙ୍କର ଭାଇ ,ବନ୍ଧୁ , ଗ୍ରାମବାସୀଙ୍କ ଉପସ୍ଥିତ ରହି ଥିଲେ।ପ୍ରଥମେ ସ୍ୱର୍ଗତ ସାମନ୍ତରାୟ ଙ୍କ ଫଟ ଚିତ୍ର ରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହିତ ଦୁଇ ମିନିଟ୍ ନିରବ ପ୍ରାର୍ଥନା କରିବାସହିତ ତାଙ୍କର ସ୍ମୃତିଚାରଣ କରିଥିଲେ ।ସେ ଏକା ଧାରାରେ ଜଣେ ପରୋପକାରୀ, ଧର୍ମପରାୟଣ, ସମାଜସେବୀ, ନ୍ୟାୟବିତ ଓ ସଚ୍ଚୋଟ ଲୋକପ୍ରତିନିଧି ବ୍ୟକ୍ତିତ୍ୱର ଅଧିକାରୀ ଥିଲେ। ଏହି ସ୍ମୃତି ସଭାରେ ବହୁ ଛାମୁଆ ବ୍ୟକ୍ତି ଓ ବୋଲଗଡ଼ ଅଞ୍ଚଳର ବହୁ ସାଧାରଣ ଜନତା ଉପସ୍ଥିତ ରହି ଥିଲେ।

ରିପୋର୍ଟ-ସଶାନ୍ତ କୁମାର ପ୍ରଧାନ।

You may have missed