June 20, 2026

ଛାତ୍ରଛାତ୍ରୀଙ୍କ ବେଳାଭୂମି( ମହୋଦଧି)ରୁ ପ୍ଲାଷ୍ଟିକ ସଫେଇ …

plk
Share

ପ୍ଲାଷ୍ଟିକ ପଲିଥିନ ଜରି ଆଦି ଆବର୍ଜନାରେ ପରିବେଶ ଭରିଗଲାଣି। ସବୁଆଡେ କୁଢକୁଢ ପ୍ଲାଷ୍ଟିକ ଆବର୍ଜନା। ପ୍ଲାଷ୍ଟିକ ଅଜୈବ ଅସଢା ହୋଇଥିବାରୁ ଏହା ପଡିରହି ଆବର୍ଜନାର କାରଣ ହେବା ସହ ପରିବେଶକୁ ପ୍ରଦୁଷିତ କରୁଛି।ଏପରିକି ପବିତ୍ର ମହୋଦଧି ବେଳାଭୂମିରେ ପ୍ଲାଷ୍ଟିକ ଆବର୍ଜନା ପ୍ରଦ୍ଯୁଷିତ କରୁଛି ପରିବେଶ। ପୁରାଣରେ ବର୍ଣ୍ଣିତ ହୋଇଛି ପୁରୀରେ ଜଳ ସ୍ଥଳ ଅନ୍ତରୀକ୍ଷ ଆଦି ପବିତ୍ର। ତାମମଧ୍ଯରେ ସର୍ବୋତ୍ତମ ପବିତ୍ର ହେଉଛି ପଞ୍ଚତୀର୍ଥ ମଧ୍ୟରୁ ଅନ୍ଯତମ ତୀର୍ଥ “ମହୋଦଧି”। ମହୋଦଧି ବେଳାଭୂମି ସ୍ବଚ୍ଛତା ପାଇଁ ପଣସପଦାସ୍ଥ ହରିଶ୍ବରଦେବ ଭୋକେସନାଲ ଉଚ୍ଚମାଧ୍ୟମିକ ବିଦ୍ଯାଳୟର ଇକୋକ୍ଳବର ଛାତ୍ରଛାତ୍ରୀମାନେ ଆଗ୍ରହ ଦେଖାଇଛନ୍ତି। ପିଲାମନେ ବରହମପୁର ରାଜହଂସ ସଂଲଗ୍ନିତ ବେଳାଭୂମିରେ ଏକତ୍ରୀତ ହୋଇ ସମୁଦ୍ର ପନ୍ତାରୁ ପ୍ଲାଷ୍ଟିକ ପଲିଥିନ ଜରି ସଂଗ୍ରହ କରି ସଫା କରିଥିଲେ। ଚାଲିଛି ଅଲିଭ ରିଡଲେ ସାମୁଦ୍ରିକ କଇଁଛର ମିଳନ ଏବଂ ଅଣ୍ଡାଦାନ ସମୟ। ସାଗର ଗର୍ଭରେ ହଜାର ହଜାର ମାଇଲ ଅତିକ୍ରମ କରି କଇଁଛମାନେ ଅଣ୍ଡାଦାନ କରିବାକୁ ଏଠାକୁ ଆସିଥାନ୍ତି। ଏଠିକାର ବେଳାଭୂମିର ସ୍ବଚ୍ଛ ନିରାପଦ ପରିବେଶ କଇଁଛ ମାନଙ୍କୁ ଆକୃଷ୍ଟ କରିଥାଏ। ଚିଲିକା ସମୁଦ୍ର ସଂଲଗ୍ନିତ ଏହି ବେଳାଭୂମି ଅନେକ ଧାର୍ମିକ ଐତିହ୍ଯ କିମ୍ବଦନ୍ତୀମୂଳକ ଗାଥା ବହନ କରେ।
ପରମେଶ୍ଵରଙ୍କ ସହିତ ବହୁଧା ଭାବରେ ସଂପର୍କିତ ଏହି ମହୋଦଧି ବେଳାଭୂମି ସଫେଇ କରି ସ୍ବଚ୍ଛ ସୁନ୍ଦର କରିବା ପ୍ରୟାସକୁ ସାଧାରଣ ଲୋକେ ପ୍ରଶଂସାକରିଛନ୍ତି। ବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ପ୍ରଦୀପ୍ତ କୁମାର ସ୍ବାଇଁଙ୍କ ତତ୍ତ୍ବାବଧାନରେ ଅର୍ଦ୍ଧଶତାଧିକ ଛାତ୍ରଛାତ୍ରୀ ଏହି ସଫେଇ କାମରେ ଭାଗନେଇଥିଲେ। ଏହି ସଫେଇ କାର୍ଯ୍ୟକ୍ରମରେ ପିଲାମାନଙ୍କୁ ଅଲିଭରିଡଲେ ସାମୁଦ୍ରିକ କଇଁଛ ସଂପର୍କରେ ବୁଝାଇଥିଲେ ସାତପଡା ବନାଞ୍ଚଳ ଅଧିକାରୀ ଶ୍ରୀ ଶରତ ଜାନି, ବନପାଳ ଶ୍ରୀ ଜିତେନ୍ଦ୍ର ଜେନା, ଶ୍ରୀ ଲକ୍ଷ୍ମଣ ବେହେରା । ପରିବେଶ ପ୍ରକୃତି ର ସୁରକ୍ଷା ତଥା ଚିଲିକାର ଜୈବ ବିବିଧତାର ସଂରକ୍ଷଣ ସଂପର୍କିରେ ଅବଗତ କରିଥିଲେ ଅଧ୍ଯାପକ ଶ୍ରୀ ରଣଜିତ ଶାମଲ, ଶ୍ରୀ ମତଲୁବ ମହମ୍ମଦ। ଇକୋଶିକ୍ଷକ ଶ୍ରୀ କାଶୀନାଥ ନାୟକ ସମସ୍ତ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।
(ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ)

You may have missed