September 21, 2024

ବିଶିଷ୍ଟ କଣ୍ଠଶିଳ୍ପୀ ଅସୀମା ପଣ୍ଡାଙ୍କ ଗୀତରେ ଝୁମିଲେ ଛାତ୍ରଛାତ୍ରୀ ଓ ଦର୍ଶକ…

Share

ଗୁଣପୁର-ସ୍ଥାନୀୟ ଜି ଆଇ ଇ ଟି ବିଶ୍ଵବିଦ୍ୟାଳୟରେ ଚାଲିଥିବା ତିନିଦିନିଆ ବାର୍ଷିକ ଟେକ୍ନୋ ସାଂସ୍କୃତିକ ଉତ୍ସବ “ସୃଜନ ୨.୦”ର ଦ୍ଵିତୀୟ ରଜନୀରେ ବିଶିଷ୍ଟ କଣ୍ଠଶିଳ୍ପୀ ଅସୀମା ପଣ୍ଡାଙ୍କ ଗୀତରେ ଝୁମିଲେ ଛାତ୍ରଛାତ୍ରୀ ଓ ଦର୍ଶକ। ଏହି ଅବସରରେ ଏକ ସଭା ଆୟୋଜନ କରାଯାଇଥିଲା .ଏଥିରେ ଅତିଥି ଭାବେ କର୍ଣ୍ଣାଟକ ସ୍ଥିତ ବାଙ୍ଗାଲୁରୁ କେବଝିମିନିର ନିର୍ଦେଶକ ରୁଦ୍ର ପ୍ରସାଦ ତ୍ରିପାଠୀ ଓ ଫରିୟିବାଦ ସ୍ଥିତ ଜେ ବି ଏମ ଗୃପ ର ସହଯୋଗୀ ଉପ ସଭାପତି ରାଜୀବ ଶର୍ମା ଯୋଗ ଦେଇ ବିଶ୍ୱବିଦ୍ୟାଳୟ ପକ୍ଷରୁ ଆୟୋଜିତ ହୋଉଥିବା ଏହି ଭଳି କାଯ୍ୟକ୍ରମକୁ ପ୍ରଶଂସା କରିବା ସହ ଛାତ୍ରଛାତ୍ରୀ ମାନେ ପାଠ ପଢା ସହ ଅତିରିକ୍ତ ପାଠ୍ୟକ୍ରମରେ ସକ୍ରିୟ ହେବ ପାଇଁ କହିଥିଲେ .ସ୍କୁଲ ଅଫ ଇଂଜିନିରିଂର ଡିନ ଡ଼ ଏ ବି ଶ୍ରୀନିବାସ ରାଓ ମଂଚାସୀନ ଥିଲେ / କଂପୁଟର ସାଇନ୍ସ ବିଭାଗର ଡେପୁଟି ଡିନ ଡ଼ ସଞ୍ଜୟ କୁମାର କୁଆଁର ସ୍ୱାଗତ ଭାଷଣ ଦେଇଥିବା ବେଳେ ସହ ଆବାହକ ଡ଼ ରାଧା କୃଷ୍ଣ ପାଢ଼ୀ ଧନ୍ୟବାଦ ଅର୍ପଣ କରିଥିଲେ / ପୂର୍ବରୁ ବିଭିନ୍ନ ପ୍ରକାର ପ୍ରତିଯୋଗିତାର ବିଜେତା ମାନଙ୍କୁ ମାନପତ୍ର ସହ ସିଲ ପ୍ରଦାନ କରାଯାଇଥିଲା /ପରିଶେଷରେ କଣ୍ଠଶିଳ୍ପୀ ଅସୀମା ପଣ୍ଡାଙ୍କୁ ବିଶ୍ୱବିଦ୍ୟାଳୟର ସଭାପତି ଡ଼ ସତ୍ୟ ପ୍ରକାଶ ପଣ୍ଡା ,ଉପସଭାପତି ଡ଼ ଚନ୍ଦ୍ରଧ୍ୱଜ ପଣ୍ଡା,ମହା ନିର୍ଦେଶକ ଡ଼ ଜଗଦୀଶ ପଣ୍ଡା , ରେଜିଷ୍ଟ୍ରାର ଡ଼ ଏନ ଭି ଜଗନ୍ନାଧା ରାଓ , ପ୍ରମୁଖ ଉପୋଡ଼କଣ ଦେଇ ସଂମ୍ମନିତ କରିଥିଲେ .ଏହି କାର୍ଯ୍ୟକ୍ରମରେ ଗୁଣୁପୁର ଅଂଚଳର ଲୋକମାନଙ୍କ ଭିଡ ଜମିଥିଲା .(ସୁରେନ୍ଦ୍ର ମହାନ୍ତି )