April 25, 2026

କର୍ଚ୍ଚବlଡି ରେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି…

089765e4
Share


ମୋହନା— ଗଜପତି ଜିଲ୍ଲା ମୋହନା ବ୍ଲକ କର୍ଚ୍ଚବାଡି ପଞ୍ଚାୟତ କାର୍ଯ୍ୟାଳୟରେ ପ୍ରଶାସନର ଯୁଗ୍ମ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ ହୋଇଯାଇଛି l ଜିଲ୍ଲାପାଳ ସ୍ମୃତି ରଞ୍ଜନ ପ୍ରଧାନ ଯୋଗଦେଇ ଲୋକଙ୍କ ବିଭିନ୍ନ ଅଭିଯୋଗ ଶୁଣିଛନ୍ତି। ଅଭିଯୋଗ ଶୁଣାଣିରେ ଗୋପାଳପୂର – ମୋହନା – ରାୟଗଡା ରେଳପଥ ଦାବି କରିଛନ୍ତି ଅଞ୍ଚଳବlସି। ସେହିପରି ଡ଼lଙ୍ଗେସଖାଲ ଉଚ୍ଚ ବିଦ୍ୟାଳୟରେ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଦାବି କରିଛନ୍ତି ବିଦ୍ୟାଳୟ ପରିଚlଳନl କମିଟି l ସେହିପରି ଗୁମିଗୁଡ଼l ଠାରୁ ଡlଙ୍ଗେସଖାଲ ପ୍ରଧାନମନ୍ତ୍ରୀ ସଡ଼କ ଯୋଜନା ରାସ୍ତା ନିର୍ମାଣ ପାଇଁ ଦାବି କରିଛନ୍ତି l ରଜମା ଗାଁର ମାଥ୍ୟୁ ମଲ୍ଲିକ ଙ୍କୁ ଗତ ୮ ମାସ ହେଲା ବାର୍ଦ୍ଧକ୍ୟ ଭତ୍ତା ମିଳିନଥିବା ନେ଼ଇ ଜିଲ୍ଲାପାଳଙ୍କ ଠାରେ ଗୁହାରି କରିଛନ୍ତି।ଏହି ଅଭିଯୋଗ ଶୁଣାଣିରେ ସମୁଦାୟ ୧୪୩ ଟି ଅଭିଯୋଗ ଆସିଥିବା ବେଳେ ସେଥିରୁ ୬୦ ଟି ବ୍ୟକ୍ତିଗତ ଓ ୮୩ ଟି ସାମୁହିକ ଅଭିଯୋଗ ଥିଲା l ୩ ଜଣଙ୍କୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ୩୦ ହଜାର ଟଙ୍କା ପ୍ରଦାନ କରାଯାଇଛି l ଏଥି ସହ ଏହି ଅଭିଯୋଗ ଶୁଣାଣିରେ ରାସ୍ତା ନିର୍ମାଣ, ଭତ୍ତା, ବିଦ୍ୟୁତ, ବିଦ୍ୟାଳୟ ସମସ୍ୟା, ପ୍ରଧାନମନ୍ତ୍ରୀ ଆବାସ ଆଦି ଅଭିଯୋଗ କରିଛନ୍ତି ଲୋକେ l ଏହି ଅବସରରେ ଅତିରିକ୍ତ ଏସପି ସୁନିଲ ମହାନ୍ତି, ବ୍ଲକ୍ ଅଧ୍ୟକ୍ଷ ରଞ୍ଜୀବ ଶବର, ବିଡ଼ିଓ ହଳଧର ଶବର, ବ୍ଲକ ଉପାଧ୍ୟକ୍ଷ ବାଲ୍ମିନା ଅଧିକାରୀ, ଜିଲ୍ଲା ଯୋଗାଣ ଅଧିକାରୀ, ଜିଲ୍ଲା ମଙ୍ଗଳ ଅଧିକାରୀ, ବ୍ଲକ ଅତିରିକ୍ତ ଗୋଷ୍ଟି ଉନ୍ନୟନ ଅଧିକାରୀ, ଗ୍ରାମ୍ୟ ଉନ୍ନୟନ ବିଭାଗ ମୋହନାର ଅଧିକ୍ଷଣ ଯନ୍ତ୍ରୀ, ମୋହନା ଥାନା ଅଧିକାରୀ ବସନ୍ତ କୁମାର ସେଠୀ, ଜିଲ୍ଲା ପରିଷଦ ସଭ୍ୟ ଚନ୍ଦ୍ର ମଲ୍ଲିକଙ୍କ ସମେତ ସ୍ଥାନୀୟ ସରପଞ୍ଚଙ୍କ ସହ ଜିଲ୍ଲା ସ୍ତରୀୟ ଅଧିକାରୀ, ବ୍ଲକ ସ୍ତରିୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ l