April 28, 2026

ଚାଷୀ ମୁଣ୍ଡରେ ଚଡକ, ଧାନ ବିକିବା ପାଇଁ ମଣ୍ଡିରେ ଅପେକ୍ଷା କରି ଜଗି ବସିଛି ଚାଷୀ

IMG-20230213-WA0037
Share

ଚାଷୀ ମୁଣ୍ଡରେ ଚଡକ, ଧାନ ବିକିବା ପାଇଁ ମଣ୍ଡିରେ ଅପେକ୍ଷା କରି ଜଗି ବସିଛି ଚାଷୀ
ଏରସମା ଚଳିତ ଖରିଫ୍ ଋତୁରେ ଏରସମା ଅଞ୍ଚଳରେ ଚାଷୀମାନେ ଧାନ ଅମଳ କରି ସରକାରୀ ମଣ୍ଡିରେ ଧାନ ବିକ୍ରୟ କରିବା ପାଇଁ ଅନଲାଇନରେ ପଞ୍ଜୀକରଣ କରି ଧାନ ଆଣି ଦୀର୍ଘ ଦିନଧରି ଅପେକ୍ଷା କଲାପରେ ମଧ୍ୟ ଧାନ ବିକ୍ରୟ କରି ନ ପାରି ହତାସ ହୋଇ ବସିଛି । ଗତ ବର୍ଷ ସମ୍ପୂର୍ଣ୍ଣ ଭାବରେ ଧାନ ଫସଲ ନଷ୍ଟ ହୋଇଯାଇଥିଲା ବେଳେ ଚଳିତ ବର୍ଷ ଚାଷୀମାନେ ଅକ୍ଲାନ୍ତ ପରିଶ୍ରମ କରି ଧାନ ଅମଳ କରିଥିଲେ । ଆଶା କରିଥିଲେ ଗତ ବର୍ଷର କ୍ଷତି ଚଳିତ ବର୍ଷ କିଛି ମାତ୍ରାରେ ଭରଣ କରିବେ ବୋଲି, ମାତ୍ର ସରକାରଙ୍କ ସ୍ଥାଣୁତା ଏପଟେ ମଣ୍ଡିରେ ସମ୍ପାଦକ ଏବଂ ମିଲର ମାନଙ୍କ ମଧୁଚନ୍ଦ୍ରିକା ପାଇଁ ଚାଷୀ ମୁଣ୍ଡରେ ଚଡକ ପଡିଲାଣି । କୁଇଣ୍ଟାଲ ପ୍ରତି ୨୦ଟଙ୍କା ଏବଂ ୫କେ.ଜି ଧାନ କାଟ୍ । ବାରମ୍ବାର ଅଭିଯୋଗ କଲା ପରେ ମଧ୍ୟ ଫଳ ଶୁନ ।
ଏମିତି ଦୃଶ୍ୟ ଦେଖିବାକୁ ମିଳିଛି ଏରସମା ବ୍ଲକର ଗୋଡା ଏବଂ ବିଶ୍ୱନାଥପୁର ସେବା ସମବାୟ ସମିତିରେ ଖୋଲା ଯାଇଥିବା ସରକାରୀ ଧାନ ମଣ୍ଡିରେ । ଗତ ଜାନୁଆରୀ ମାସରେ ଚାଷୀଙ୍କୁ ଟୁକନ ଦିଆଯିବା ପରେ ଆଜି ପର୍ଯ୍ୟନ୍ତ ମଣ୍ଡିରେ ଧାନ ସେମିତି ପଡି ରହିଛି । ମଣ୍ଡିରେ ଚାଷୀ ମାନଙ୍କ ପାଇଁ ଯେଉଁ ସୁବିଧା ସବୁ ରହିବା କଥା ଏହି ଦୁଇଟି ମଣ୍ଡିରେ ସେହି ସୁବିଧା ସବୁ ମିଳୁନାହିଁ । ସେବା ସମବାୟ ସମିତିର ସମ୍ପାଦକଙ୍କୁ ଏ ସମ୍ପର୍କରେ ପଚାରିବାରୁ ସେ କିଛି ସନ୍ତୋଷ ଜନକ ଉତ୍ତର ନ ଦେଇ କଥାକୁ ଏଡାଇ ଯାଉଛନ୍ତି । ଜଗତସିଂହପୁର ଜିଲ୍ଲାପାଳ ମହୋଦୟା ତୁରନ୍ତ ଚାଷୀ ମାନଙ୍କ ସମସ୍ୟା ପ୍ରତି ଦୃଷ୍ଟି ଦେଇ ଧାନ ବିକ୍ରୟକୁ ସୁଗମ କରିବା ପାଇଁ ଚାଷୀ ଚିତ୍ରସେନ ଦାସ, ସରୋଜ କୁମାର ବାଗ୍‌, ଅକ୍ଷୟ କୁମାର ବାଗ୍‌, ସଂଗ୍ରାମ କିଶୋର ସ୍ୱାଇଁ, ବୈକୁଣ୍ଠ ପ୍ରଧାନ, ସରଣୀ ସ୍ୱାଇଁ, ଦିଲ୍ଲିପ୍ ସାହୁ ପ୍ରମୁଖ ଦାବୀ ଜଣାଇଛନ୍ତି । ନଚେତ୍ ଆଗାମୀ ଚାଷୀମାନେ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିବେ ବୋଲି ପ୍ରକାଶ କରିଛନ୍ତି ।