April 25, 2026

କେନ୍ଦ୍ରାପଡ଼ା ଜିଲ୍ଲାରେ ଆଦର୍ଶ ବିଦ୍ୟାଳୟ ଛାତ୍ରୀନିବାସ ଶିଳାନ୍ୟାସ

IMG-20230213-WA0014
Share

 

କେନ୍ଦ୍ରାପଡ଼ା :-

କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ଚନ୍ଦନନଗର ପଞ୍ଚାୟତ ବନ୍ତୋ ଠାରେ ଓଡିଶା ଆଦର୍ଶ ବିଦ୍ୟାଳୟରେ ୧୦୦ ଶଯ୍ୟା ବିଶିଷ୍ଟ ଛାତ୍ରୀ ନିବାସ ଶିଳାନ୍ୟାସ କରାଯାଇଛି । ପ୍ରାୟ ୧୦ ହଜାର ସ୍କୋୟାରଫୁଟ ଜାଗାରେ ୩ ତାଲା ବିଶିଷ୍ଟ ଛାତ୍ରୀ ନିବାସ ନିର୍ମାଣ ପାଇଁ ୩ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ଏଥିରେ ରାଜନଗର ବିଧାୟକ ଧ୍ରୁବ ସାହୁ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବେ ପଟ୍ଟାମୁଣ୍ଡାଇ ବ୍ଲକ ଅଧକ୍ଷ ପ୍ରଦ୍ୟୁମ୍ନ ସାମନ୍ତରାୟଙ୍କ, ବ୍ଲକ ଉପାଧ୍ୟକ୍ଷା ଜୟନ୍ତୀ ସ୍ୱାଇଁ,୧୭ନଂ ଜୋନ ଜିଲ୍ଲା ପରିଷଦ ସଦସ୍ୟ ରଞ୍ଜନ ବିଶ୍ୱାଳ,ଚନ୍ଦନନଗର ସରପଞ୍ଚ ବନୋଜ ସେଠୀ, ସମିତି ସଭ୍ୟ ମାନସ ମଲିକ, ପୂର୍ବତନ ସରପଞ୍ଚ ଦେବେନ୍ଦ୍ର ଦାସ, ପୂର୍ତ୍ତ ବିଭାଗ ସହକାରୀ ଯନ୍ତ୍ରୀ ଇଂ ଅଶୋକ ଜେନା ପ୍ରମୁଖ ଯୋଗ ଦେଇଥିଲେ।

ରିପୋର୍ଟ ଗୋକୁଳ ଆଚାର୍ଯ୍ୟ